Weather Update: ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୯ ସହର
Advertisement
Article Detail0/zeeodisha/odisha2019340

Weather Update: ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୯ ସହର

Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ (cold wave in odisha)। ଗତକାଲି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାତି ତାପମାତ୍ରା  ୬.୫ ଡିଗ୍ରୀ ରେକର୍ଡ କରାଯାଇଛି।  ଏଠାରେ ସର୍ବନିର୍ମ ତାପମାତ୍ରା  ୬.୫ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି (Cold wave sweeps Odisha G Udaygiri coldest place at 6.5 degrees Celsius)। 

Weather Update: ଶୀତରେ ଥରୁଛି ରାଜ୍ୟ, ୧୦ ଡିଗ୍ରୀ ତଳେ ୯ ସହର

Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ (cold wave in odisha)। ଗତକାଲି କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ରାତି ତାପମାତ୍ରା  ୬.୫ ଡିଗ୍ରୀ ରେକର୍ଡ କରାଯାଇଛି।  ଏଠାରେ ସର୍ବନିର୍ମ ତାପମାତ୍ରା  ୬.୫ ଡିଗ୍ରୀ ରେକର୍ଡ ହୋଇଥିଲା ବେଳେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି (Cold wave sweeps Odisha G Udaygiri coldest place at 6.5 degrees Celsius)। ଗତକାଲି ତୁଳନାରେ  କିରେଇରେ  ପାରଦ  ୨ ଡିଗ୍ରୀ ଖସିଛି।  ୯ ସହରର ୧୦ ଡିଗ୍ରୀ ତଳେ ରହିଛି ପାରଦ।  ପୂରା ରାଜ୍ୟ ଶୀତରେ ଥରୁଛି । 

ALSO READ: Mangal Gochar 2023: ମଙ୍ଗଳଙ୍କ କୃପାରୁ ଏହି ତିନି ରାଶି ଉପରେ ହେବ ଧନ ବର୍ଷା

ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ଖସିଛି। ଫୁଲବାଣୀରେ ୮.୦୫,କୋରାପୁଟରେ ୮.୭,କେନ୍ଦୁଝରରେ ୮.୮, ସୁନ୍ଦରଗଡରେ ୯, ଝାରସୁଗୁଡାରେ ୯.୨, ଦାରିଙ୍ଗିବାଡିରେ ୯.୫, ଅନୁଗୋଳରେ ୯.୬, ରାଉରକେଲାରେ ୯.୬,  ଓ ରାଣୀତାଳରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ ହୋଇଛି। ସୋନପୁରରେ ୧୦.୫, ଭବାନୀପାଟଣାରେ ୧୧,ବଲାଙ୍ଗୀରରେ ୧୧.୨, ବୌଦ୍ଧରେ ୧୧.୩, ବାରିପଦାରେ ୧୧.୫, ନବରଙ୍ଗପୁର ଓ କେନ୍ଦ୍ରାପଡାରେ ୧୨, ଢେଙ୍କାନାଳରେ ୧୨.୩, ଜଗତସିଂହପୁରରେ ୧୨.୬, ବରଗଡରେ୧3, କଟକରେ ୧୩.୦୬, ଟିଟିଲାଗଡରେ ୧୩.୮,  ଭୁବନେଶ୍ବରରେ ୧୩.୮ ଡିଗ୍ରୀ ରେକର୍ଡ଼ ହୋଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ରାତ୍ରୀର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। 

କୋରାପୁଟ, ଫୁଲବାଣୀ, ଅନୁଗୁଳ ଓ କେନ୍ଦୁଝରରେ ବୁଧବାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ, ୨୦ ତାରିଖ ପରେ ତାପମାତ୍ରା କ୍ରମଶଃ ବଢିବ। ଏବଂ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି (Meteorological Centre, Bhubaneswar)।  ସେହିପରି, କେନ୍ଦୁଝର, କଳାହାଣ୍ତି, କୋରାପୁଟ, କନ୍ଧମାଳ, ବଲାଙ୍ଗୀର, ସୁନ୍ଦରଗଡ, ଝାରସୁଗୁଡା , ଅନୁଗୋଳ ଓ ଢେଙ୍କାନାଳରେ ଆଜି ସକାଳୁ କୁହୁଡି ଦୃଶ୍ୟମାନ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।