Heat Wave: ମାର୍ଚ୍ଚ ଆରମ୍ଭରୁ ମୁଣ୍ତଫଟା ଖରା, ୩୬ ଡିଗ୍ରୀ ଉପରେ ୭ ସହରର ଦିନ ତାପମାତ୍ରା
Advertisement
Article Detail0/zeeodisha/odisha2140189

Heat Wave: ମାର୍ଚ୍ଚ ଆରମ୍ଭରୁ ମୁଣ୍ତଫଟା ଖରା, ୩୬ ଡିଗ୍ରୀ ଉପରେ ୭ ସହରର ଦିନ ତାପମାତ୍ରା

Heat Wave: ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯାଇଛି ଅସମ୍ଭାଳ ତାତି। ଦିନ ୧୦ ଟା ପରେ ଘରୁ ପଦାକୁ ବାହାରିଲେ ଟାଇଁ ଟାଇଁ ଖରାରେ ନାଲି ପଡି଼ଯାଉଛି ମୁହଁ।  ଯଦି ଏବେ ଠାରୁ ଏତେ ତାତି। ତେବେ, ଆଗକୁ କିଭଳି ସ୍ଥିତି ରହିବ ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟର ସାତୋଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।  

Heat Wave: ମାର୍ଚ୍ଚ ଆରମ୍ଭରୁ ମୁଣ୍ତଫଟା ଖରା, ୩୬ ଡିଗ୍ରୀ ଉପରେ ୭ ସହରର ଦିନ ତାପମାତ୍ରା

Heat Wave: ରାଜ୍ୟରେ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯାଇଛି ଅସମ୍ଭାଳ ତାତି। ଦିନ ୧୦ ଟା ପରେ ଘରୁ ପଦାକୁ ବାହାରିଲେ ଟାଇଁ ଟାଇଁ ଖରାରେ ନାଲି ପଡି଼ଯାଉଛି ମୁହଁ।  ଯଦି ଏବେ ଠାରୁ ଏତେ ତାତି। ତେବେ, ଆଗକୁ କିଭଳି ସ୍ଥିତି ରହିବ ତାହା ସ୍ପଷ୍ଟ ଭାବେ ଜଣାପଡୁଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଜି ରାଜ୍ୟର ସାତୋଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି।  ଉପକୂଳ ଓଡି଼ଶାରେ ତାପମାତ୍ରା ୧ରୁ ୨ ଡିଗ୍ରୀ କମିଛି। କିନ୍ତୁ ଆଭ୍ୟାନ୍ତରିଣ ଓଡି଼ଶାରେ ଦିନର ତାପମାତ୍ରା ୧ରୁ ୩ ଡିଗ୍ରୀ ଅଧିକ ରହିଛି। ପାଣିପାଗ ବିଭାଗର ତାଜା ସୂଚନା ଅନୁସାରେ ୪ରୁ ୫ ଦିନ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ।  

ALSO READ: Venus Mars Conjunction: ମଙ୍ଗଳ-ଶୁକ୍ରଙ୍କ କୃପାରୁ ଧନୀ ହେବେ ଏହି ୪ ରାଶି!

ସୂଚନା ଅନୁଯାୟୀ, ସୋମବାର କେତେକ ଜିଲ୍ଲାରେ ବର୍ଷା ହେବା ନେଇ ବିଭାଗ ପକ୍ଷରୁ କୁହାଯାଇଛି । ଖାସ୍ କରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼, ଢେଙ୍କାନାଳ ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବା ନେଇ ସମ୍ଭାବନା ରହିଛି । ସେହିପରି ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ସହ ହାଲୁକା ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ଦେବଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ବଳ୍ପରୁ ମଧ୍ଯମ ଧରଣର ବର୍ଷା ହୋଇପାରେ । ସେହପରି ୮ରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁରରେ ସାମାନ୍ୟ ବର୍ଷା ହେବା ନେଇ ସମ୍ଭାବନା ରହିଛି ।