)
Weather Update: ତାତିରୁ ମିଳିଛି ସାମାନ୍ୟ ଆଶ୍ବସ୍ତି। ରାଜ୍ୟରେ ମେଘୁଆ ପାଗ ସହ ପାରଦ ତଳ ମୁହାଁ ହୋଇଛି। ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ସହ ତିନି ଦିନ ଯାଏଁ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକାରୁ ( light rain ) ମଧ୍ୟମ ଧରଣର ବର୍ଷା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ସୂଚନା ଦେଇଛି। ପଶ୍ଚିମା ଝଡ଼ ଓ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁ ବାୟୁ ମଣ୍ତଳରେ ପ୍ରବେଶ କରୁଛି। ତେଣୁ ୪ ଦିନ ରାଜ୍ୟରେ ପାଗ ମେଘୁଆ (Cloudy) ରହିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
#Minimum Temperature forecast for next five days: pic.twitter.com/iEt9O0Sqls
— Meteorological Centre, Bhubaneswar (@mcbbsr) February 24, 2024
ଦକ୍ଷିଣ ଛତିଶଗଡ଼ ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସମୁଦ୍ର ପତ୍ତନ ଠାରୁ ଏହା ୦.୯ କିମି ଉପରେ ସକ୍ରିୟ ଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବ ରହିଥିବା ବେଳେ ଆକାଶ ମେଘୁଆ ସହ କେତେକ ସ୍ଥାନରେ ବର୍ଷା ହୋଇଛି। ବିଶେଷ କରି ଉତ୍ତର ଉପକୂଳ ଓଡି଼ଶା ସମେତ ଉତ୍ତର ଆଭ୍ୟନ୍ତରିଣ ଓଡି଼ଶାରେ ଆକାଶ ମେଘୁଆ ରହିବା ସହ ଗଜପତି ,ପୁରୀ, ନୟାଗଡ, ଗଂଜାମ ଓ ଖୋର୍ଦ୍ଧାରେ ବର୍ଷା ରେକର୍ଡ଼ ହୋଇଛି। ଶନିବାର ଠାରୁ ପଶ୍ଚିମା ଝଡ଼ ସର୍ବାଧିକ ପ୍ରଭାବ ରହିବ।
ସେହିପରି, ରବିବାର ଠାରୁ ଉପକୂଳ ଓଡି଼ଶା ସମେତ କନ୍ଧମାଳ, ବୌଦ୍ଧ, ନବରଙ୍ଗପୁର, ରାୟଗଡା, କୋରାପୁଟ୍, ଅନୁଗୁଳ,ଢେଙ୍କାନାଳ, ମୟୂରଭଂଜ ଏବଂ କେନ୍ଦୁଝରରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ୨୬ ଓ ୨୭ ତାରିଖରେ ମଧ୍ୟ ଆଭ୍ୟନ୍ତରିଣ ଓଡି଼ଶା ସମେତ ଦକ୍ଷିଣ ଓଡି଼ଶାରେ ବର୍ଷା ସମ୍ଭାବନା ଥିବା କହିଛି ଆଞ୍ଚଳିକ ପାଣିପାଗ ବିଭାଗ। ବର୍ଷାର ପ୍ରଭାବରେ ଦିନର ତାପମାତ୍ରା କମ୍ ରହିଲେ ମଧ୍ୟ ରାତିର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଶନିବାର ଠାରୁ ପାଗ ମେଘୁଆ ଥିବା ସତ୍ତ୍ବେ ମାଲକାନଗିରି ଓ ଟିଟିଲାଗଡରେ ପାରଦ ୩୫ ଡିଗ୍ରୀ ରେକର୍ଡ କରାଯାଇଛି। ପଶ୍ଚିମ ପଟୁ ଏବେ ବାୟୁ ପ୍ରବାହ ସକ୍ରିୟ ଥିବା ବେଳେ ଜଳୀୟ ବାସ୍ପ ପୂର୍ଣ୍ଣ ବାୟୁ ଚାଳନା ଫଳରେ ରାଜ୍ୟରେ ଦିନ ତାପମାତ୍ରା ହ୍ରାସ ପାଇବା ସହ ପାଗ ମେଘୁଆ ରହୁଥିବା ନଜରକୁ ଆସିଛି।