Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2092039

Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)।  ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି଼(deep fog) ହେବ। କୁହୁଡି଼ର ଘନତା ଅଧିକ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବ।  ବିଶେଷ କରି,  କୁହୁଡି଼ର ପ୍ରକୋପ ଉପକୂଳ ଓଡ଼ିଶାରେ ଅଧିକ ରହିବ।  

Weather Update: କୁହୁଡି଼ ନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)।  ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି଼(deep fog) ହେବ। କୁହୁଡି଼ର ଘନତା ଅଧିକ ଦୃଶ୍ୟମାନ କ୍ଷମତା ହ୍ରାସ ପାଇବ।  ବିଶେଷ କରି,  କୁହୁଡି଼ର ପ୍ରକୋପ ଉପକୂଳ ଓଡ଼ିଶାରେ ଅଧିକ ରହିବ।  ଏହାକୁ  ଦୃଷ୍ଟିରେ ରଖି  ପାଣିପାଗ କେନ୍ଦ୍ର (Bhubaneswar Meteorological Centre) ଆସନ୍ତା ୨ ଦିନ ଯାଏଁ  ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ (yellow alert) ଜାରି କରାଯାଇଛି। ଘନ କୁହୁଡି଼ ଯୋଗୁଁ ଯାନ ବାହାନ ଚଳାଚଳରେ ସତର୍କତା ଅବଲମ୍ବନ  କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ (Bhubaneswar Meteorological Centre)। 

 

ଆଂଚଳିକ ପାଣିପାଗ ବିଭାଗର ସତର୍କତା ଅନୁସାରେ, ଶନିବାର ସକାଳେ(ଆଜି) ରାଜ୍ୟର ୧୦ଟି ସ୍ଥାନରେ ଘନ କୁହୁଡି ଆଶଙ୍କା ରହିଛି। ଶନିବାର ବିଳମ୍ବିତ ରାତିରୁ  ରବିବାର ସକାଳ ମଧ୍ୟରେ ଘନ କୁହୁଡି଼ ଆଶଙ୍କା ଥିବା ମଧ୍ୟରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁରରେ ଘନ କୁହୁଡି଼ ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଏସଆରସିଙ୍କ (src) ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି। ରାଜପଥରେ ଯାନବାହାନ  ଚଳାଚଳ ବେଳେ ଯେପରି ଦୁର୍ଘଟଣା ନ ଘଟିବ ସେନେଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏସଆରସି (Special Relief Commissioner) ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଶୁକ୍ରବାର, ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ଭୁବନେଶ୍ବର ସମେତ ଯାଜପୁର ଓ ଦେବଗଡ଼ ଆଦି ଅଞ୍ଚଳରେ ବର୍ଷା ହୋଇଛି। ଶନିବାର ଠାରୁ ପାଣିପାଗରେ ପରିବର୍ତ୍ତନ ଆସିବ। ଏବଂ ପାଗ ଶୁଖିଲା ରହିବ ବୋଲି ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।