volumetric diet plan :ଜିମ୍ ନଯାଇ ବି କମାଇ ପାରିବେ ଓଜନ,ଜାଣନ୍ତୁ କେମିତି ?
Advertisement

volumetric diet plan :ଜିମ୍ ନଯାଇ ବି କମାଇ ପାରିବେ ଓଜନ,ଜାଣନ୍ତୁ କେମିତି ?

  ଆପଣ ବହୁ ସମୟ ଧରି ପତଳା ହେବା ପାଇଁ ଚେଷ୍ଟା କରୁଛନ୍ତି କି ?

SOCIAL MEDIA

volumetric diet plan: 

ଆପଣ ବହୁ ସମୟ ଧରି ପତଳା ହେବା ପାଇଁ ଚେଷ୍ଟା କରୁଛନ୍ତି କି ? କିନ୍ତୁ ବ୍ୟାୟାମ କରିବା ପାଇଁ ସମୟ ହେଉ ନାହିଁ । ତାହେଲେ ଆପଣ ଭଲ୍ୟୁମଟ୍ରିକ ଡାଏଟ ବିଷୟରେ ଜାଣିବା ଉଚିତ୍ । ଏହାଦ୍ବାରା ଆପଣ ବିନା ବ୍ୟାୟାମରେ ପତଳା ହୋଇପାରିବେ । ଯେଉଁମାନେ ବିନା ବ୍ୟାୟାମରେ ପତଳା ହେବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଭଲ୍ୟୁମଟ୍ରିକ ଡାଏଟ ପ୍ରଭାବକାରୀ ହେବ । ଏଥିରେ ଆପଣଙ୍କୁ ଆପଣଙ୍କ ଭୋକ ମାରିବାକୁ ପଡ଼ିବ ନାହିଁ । କାଲି ଲୋ କ୍ୟାଲୋରୀ ଡ଼ାଏଟ୍ ଜରୁରୀ । ଭଲ୍ୟୁମଟ୍ରିକ ଡାଏଟରେ ଲୋ କ୍ୟାଲୋରୀ ଯୁକ୍ତ ଖାଦ୍ୟକୁ ପ୍ରାଥମିକତା ଦେବା ମୁଖ୍ୟ ଉଦ୍ଦେଶ୍ୟ । ଯେଉଁ ଫଳ, ପନିପରିବା ଏବଂ ପ୍ରୋଟିନଯୁକ୍ତ ଖାଦ୍ୟ ସାମିଲ ହେବ । ଯାହାଦ୍ବାରା ଆପଣଙ୍କ ପେଟ ମଧ୍ୟ ଭରେ ଏବଂ ଓଜନ ମଧ୍ୟ କମ୍ ହୁଏ ।

ଭଲ୍ୟୁମଟ୍ରିକ ଡାଏଟ କଣ ?

କ୍ଲିବଲେଣ୍ଡ କ୍ଲିନିକ ଅନୁସାରେ ଭଲ୍ୟୁମଟ୍ରିକ ଡାଏଟରେ ଏଭଳି ଖାଦ୍ୟ ପଦାର୍ଥ ସାମିଲ ହୁଏ ଯାହା ଓଜନ କମ୍ କରିବା ସହ ଶରୀରରେ ପାଣିର ଅଭାବକୁ ମଧ୍ୟ ପୂରଣ କରେ । ଏହି ଲୋ କ୍ୟାଲୋରୀ ଏବଂ ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ପେଟ ମଧ୍ୟ ଭରି ରୁହେ । ,ହି ଡ଼ାଏଟ ଦ୍ବାରା ବହୁ ସମୟ ପର୍ଯ୍ୟନ୍ତ ଭୋକ ହୁଏ ନାହିଁ । ଯାହାଦ୍ବାରା ଅଧିକ କ୍ୟାଲୋରୀ ମଧ୍ୟ ଶରୀରକୁ ଯାଏ ନାହିଁ । ବହୁ ସମୟ ଧରି ଏହି ଡ଼ାଏଟ କରିବା ଦ୍ବାରା ଓଜନ କମ୍ ହୋଇଥାଏ ।

ଭଲ୍ୟୁମଟ୍ରିକ ଡାଏଟ କିଭଳି କାମ କରେ ?

ଏହି ଡାଏଟରେ କିଛି ନିୟମ ରହିଛି । ଏହାକୁ ୪ ଭାଗରେ ଭାଗ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବିନା ଶ୍ବେତସାର ଫଳ ଏବଂ ପନିପରିବା ଖାଇବା ଆବଶ୍ୟକ । ଦ୍ବିତୀୟ ପର୍ଯ୍ୟାୟରେ ଶସ୍ୟ ଜାତୀୟ ଖାଦ୍ୟ ଖାଇ ପାରିବେ । ତୃତୀୟ ପର୍ଯ୍ୟାୟରେ କମ୍ ମାତ୍ରାରେ ପସନ୍ଦର ସ୍ନାକ୍ସ ଖାଇ ପାରିବେ । ଏବଂ ଚତୁର୍ଥ ପର୍ଯ୍ୟାୟରେ କିଛି ଫ୍ୟାଟ ଯୁକ୍ତ ଖାଦ୍ୟ ମଧ୍ୟ ଖାଇପାରିବେ ।

ପ୍ରଥମ ପର୍ଯ୍ୟାୟ- ଶ୍ବତସାର ବିହୀନ ଫଳ ଯେମିତି ବ୍ରୋକୋଲି, ଟମାଟୋ, ଛତୁ ଆଦି ଖାଇ ପାରିବେ ।

ଦ୍ବିତୀୟ ପର୍ଯ୍ୟାୟ- ବ୍ରାଉନ ଚାଉଳ, ଗହମ ପାସ୍ତା, କମ୍ ପ୍ରୋଟିନ ଯୁକ୍ତ ଖାଦ୍ୟ  ଖାଇ ପାରିବେ

ତୃତୀୟ ପର୍ଯ୍ୟାୟ-ବ୍ରେଡ଼, ସ୍ନାକ୍ସ, ପନୀର, ମାଂସ ଭଳି କାଦ୍ୟ ମଧ୍ୟ ଅଳ୍ପ ପରିମାଣର ସାମିଲ କରିହେବ ।

ଚତୁର୍ଥ ପର୍ଯ୍ୟାୟ- କ୍ୟାଣ୍ଡି, କୁକିଜ୍ ଏବଂ ନଟ୍ସ ମଧ୍ୟ ଖାଇ ପାରିବେ ।

ଭଲ୍ୟୁମଟ୍ରିକ ଡାଏଟର ଫାଇଦା

ଏହା ରିସର୍ଚ୍ଚ ବେସଡ ଡ଼ାଏଟ ପ୍ଲାନ । ଏଥିରେ ଫଳ ଏବଂ ପନିପରିବା ଖାଇବା ପାଇଁ ଅଧିକ କୁହାଯାଇଛି । ଏଥିରେ ଶରୀରରେ ଜରୁରୀ ପୋଷକ ତତ୍ତ୍ବ ମିଳେ । ଏଥିରେ ପାଚନ ପ୍ରକ୍ରିୟା ମଧ୍ୟ ଶୀଘ୍ର ହୁଏ । ଏହି ଡାଏଟରେ ପେଟ ଭରି ରୁହେ । ପଳରେ ଓଜନ କମ୍ ହୁଏ । ଏହି ଡାଏଟରେ ଆଇସକ୍ରିମ, ଚକୋଲେଟ୍ ଏବଂ ଅନେକ ପ୍ରକାରର ସ୍ନାକ୍ସ ମଧ୍ୟ ଖାଇ ହୁଏ ।  

Disclaimer: ଏହି ଆର୍ଟିକିଲରେ ଉଲ୍ଲେଖ କରାଯାଇଥିବା ସୂଚନା, ପଦ୍ଧତି ଓ ପରାମର୍ଶକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଡାକ୍ତର କିମ୍ବା ସମ୍ପୃକ୍ତ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।