When should babies wear shoes: ଶିଶୁଙ୍କୁ ଜୋତା ପିନ୍ଧାଇବା କାହିଁକି ଠିକ ନୁହେଁ ,ଜାଣନ୍ତୁ
Advertisement
Article Detail0/zeeodisha/odisha1966651

When should babies wear shoes: ଶିଶୁଙ୍କୁ ଜୋତା ପିନ୍ଧାଇବା କାହିଁକି ଠିକ ନୁହେଁ ,ଜାଣନ୍ତୁ

  ଆଜିକାଲି ବାପା ମା ମାନେ ଛୋଟ ଛୋଟ ପିଲାଙ୍କୁ ଯୋତା ପିନ୍ଧାଇ ବାହାରକୁ ନେଉଛନ୍ତି । କିନ୍ତୁ ଏହା କଣ ଠିକ୍ । ପିଲାକୁ ଏହା ଦ୍ବାରା ଥଣ୍ଡା ଗରମ କିଛି ଜଣା ପଡ଼ିବ ନାହିଁ । ଏବଂ ଏହାସହ ସେମାନଙ୍କ ବିକାଶରେ ମଧ୍ୟ ବାଧା ଉପୁଜେ । ଜାଣନ୍ତୁ ଏକ୍ସପର୍ଟଙ୍କ ମତ । ଛୋଟପିଲା ମାନେ ଅତିରିକ୍ତ ଜିନିଷ ପିନ୍ଧିବା ଦ୍ବା

SOCIAL MEDIA

When should babies wear shoes: 

ଆଜିକାଲି ବାପା ମା ମାନେ ଛୋଟ ଛୋଟ ପିଲାଙ୍କୁ ଯୋତା ପିନ୍ଧାଇ ବାହାରକୁ ନେଉଛନ୍ତି । କିନ୍ତୁ ଏହା କଣ ଠିକ୍ । ପିଲାକୁ ଏହା ଦ୍ବାରା ଥଣ୍ଡା ଗରମ କିଛି ଜଣା ପଡ଼ିବ ନାହିଁ । ଏବଂ ଏହାସହ ସେମାନଙ୍କ ବିକାଶରେ ମଧ୍ୟ ବାଧା ଉପୁଜେ । ଜାଣନ୍ତୁ ଏକ୍ସପର୍ଟଙ୍କ ମତ ।

ଛୋଟପିଲା ମାନେ ଅତିରିକ୍ତ ଜିନିଷ ପିନ୍ଧିବା ଦ୍ବାରା ଅଧିକ ସୁନ୍ଦର ଲାଗନ୍ତି । ଆଉ ଏଥି ମଧ୍ୟରୁ ଯୋତା ଅନ୍ୟତମ । ଆଜି କାଲି ପିଲା ଜନ୍ମ ହେବାର କେଇଟା ଦିନ ପରେ ବାପା ମା ମାନେ ଯୋତା ପିନ୍ଧାଉଛନ୍ତି । ସବୁ ଡ଼୍ରେସରେ ମ୍ୟାଚ କରି ଯୋତା ପିନ୍ଧିବା ଦ୍ବାରା ପିଲାମାନେ ଅଧିକ ସୁନ୍ଦର ଲାଗନ୍ତି ।

ଯଦି ଆପଣ ଏହି ମାତା ପିତାଙ୍କ ଭିତରୁ ଜଣେ ତାହେଲେ ଥରେ ଭାବନ୍ତୁ ଏହା କଣ ନିହାତି ଆବଶ୍ୟକ । ଯଦି ଏହା ଠିକ୍ ତାହେଲେ କେଉଁ ବୟସରେ ପିଲା ମାନଙ୍କୁ ଯୋତା ପିନ୍ଧାଇବା ଠିକ୍ ।

କାହିଁକି ପିଲାମାନଙ୍କୁ ଯୋତା ଚପଲ ପିନ୍ଧାଯାଏ

ଶିଶୁ ବିଶେଷଜ୍ଞଙ୍କ ଅନୁଯାୟୀ ଛୋଟ ପିଲାଙ୍କୁ ଯୋତା ଚପଲ ପିନ୍ଧାଇବା ଉଚିତ୍ ନୁହେଁ । ଆଜିକାଲି ଲୋକ ଛୋଟ ପିଲା ମାନଙ୍କୁ ସୌକ ଏବଂ ଷ୍ଟାଇଲିଷ୍ଟ ଦେଖାଯିବା ପାଇଁ ଯୋତା ଚପଲ ପିନ୍ଧାଇଥାନ୍ତି । ସେ ପିଲା ଚାଲି ଶିଖୁ କିମ୍ବା ନଶିଖୁ । ଏମାନଙ୍କୁ ଯୋତା ପିନ୍ଧିବାର ଆବଶ୍ୟକ ନାହିଁ । ଆଉ ଯଦି ଆପଣ ସେମାନଙ୍କୁ ଯୋତା ପିନ୍ଧାଉଛନ୍ତି ତାହେଲେ ସେମାନଙ୍କ ବିକାଶରେ ବାଧା ଉପୁଜିପାରେ ।

କାହିଁକି ଯୋତା ପିନ୍ଧାଇବା ଜରୁରୀ ନୁହେଁ

ଅନେକ ଲୋକ ଜାଣି ନଥାନ୍ତି ଯେ ଆମ ଶରୀରରେ ପ୍ରତ୍ୟେକ ଅଙ୍ଗ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ ଥାଏ । ସେଥିମଧ୍ୟରୁ ପାଦ ସେତେବେଳେ ବିକଶିତ ହୁଏ ଯେତେବେଳେ ସେଥିରେ ସେନ୍ସିସ ଷ୍ଟିମୁଲେଟ ଯାଇଥାଏ । ଥଣ୍ଡା, ଗରମ, ସମତଳ, ଆବଡ଼ା ଖାବଡ଼ା ଜଣାପଡ଼େ ।

ଯେତେବଳେ ଏ ସବୁ ସିଗ୍ନାଲ ବ୍ରେନକୁ ଯିବ ସେତେବେଳେ ଏହି ଅଂଶ ବିକଶିତ ହେବ । ସେତେବଳେ ପିଲା ଏହାକୁ ଅନୁଭବ କରି ପାରିବ । କିନ୍ତୁ ଯଦି ଆପଣ ଛୋଟବେଳୁ ଯୋତା ପିନ୍ଧାଇବେ ତାହେଲେ ସେନ୍ସିସ ଷ୍ଟିମୁଲେଟ କମ୍ ହେବ । ଫଳରେ ତାର ପ୍ରଭାବ ସମୁହ ଶରୀରର ବିକାଶ ଉପରେ ପଡ଼ିବ ।

ପିଲାଙ୍କୁ ଖାଲି ପାଦରେ ଚଲାନ୍ତୁ

ଡ଼ାକ୍ତରଙ୍କ ଅନୁସାରେ ପିଲା ଯେତେବେଳେ ବି ଚାଲୁଛି ତାହାକୁ ଖାଲି ପାଦରେ ଚଲାନ୍ତୁ । ପାଦ ଅପରିଷ୍କାର ହେଲେ ଚିନ୍ତା କରନ୍ତୁନି । କାରଣ ଆପଣଙ୍କର ଅତ୍ୟଧିକ ସଚେତନତା ପିଲାର ବିକାଶରେ ବାଧା ଦେଇପାରେ । ସେଥିପାଇଁ ତାକୁ ସବୁ ଜିନିଷ ସହ ବଂଚିବା ଅଭ୍ୟାସ କରନ୍ତୁ ।

ଶରୀରର ସନ୍ତୁଳନ ନରଖିବା

ଖାଲି ପାଦରେ ଚାଳିବା ଦ୍ବାରା ପିଲା ଶାରୀରର ସନ୍ତୁଳନ ରକ୍ଷା କରିବା ଶିଖିଥାଏ । ଆଉ ଯଦି ଆପଣ ଯୋତା ଚପଲ ପିନ୍ଧାନ୍ତି ତାହେଲେ ପିଲାକୁ ଶରୀର ସନ୍ତୁଳନ ରଖିବାରେ ସମସ୍ୟା ଆସିପାରେ । ଏହାଦ୍ବାରା ବିଳମ୍ବରେ ମଧ୍ୟ ପିଲା ଚାଲି ପାରେ ।

ଛୋଟ ପିଲାଙ୍କୁ ଯୋତା ପିନ୍ଧାଇବାର ସଠିକ୍ ବୟସ

ନିଜେ ପାଦରେ ଚାଲି ଶିଖିଲେ ଯୋତା କିଣିବେ । ଚାଲି ଶିଖିବା ପରେ ତାକୁ ଯୋତା ପିନ୍ଧାଇ ପାରିବେ ।