Odisha News Live Updates: ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
Advertisement
Article Detail0/zeeodisha/odisha2192561

Odisha News Live Updates: ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha News Live Updates: ଶଙ୍ଖଭବନରେ ଶଙ୍ଖ ଫୁଙ୍କିଲେ ଲେଖାଶ୍ରୀ, ପଢି ନିଅନ୍ତୁ ଆଜିର ଆଉ କିଛି ତାଜା ଖବର
LIVE Blog

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

07 April 2024
22:50 PM

Odisha News Live Updates: BJD ପ୍ରାର୍ଥୀଙ୍କୁ ବିରୋଧ

ଫୁଲବାଣୀ ନିର୍ବାଚନମଣ୍ଡଳୀରୁ ଜୟଶ୍ରୀ କହଁରଙ୍କୁ ବିଜେଡି ଟିକେଟ ଦେବା ପରେ ଜୟଶ୍ରୀଙ୍କୁ ବିରୋଧ କରିଛନ୍ତି କିଛି ବ୍ୟକ୍ତି । ଆଶାୟୀ ଦେବେନ୍ଦ୍ର କହଁରଙ୍କୁ ଟିକେଟ ନମିଳିବା କାରଣରୁ ସେମାନଙ୍କ ସମର୍ଥକମାନେ ଏକଜୁଟ ହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଦେବେନ୍ଦ୍ର ବିଜେଡିରୁ ଇସ୍ତଫା ଦେଇଥିବା ସମୟରେ ତାଙ୍କ ସମର୍ଥକମାନେ ମଧ୍ୟ ତାଙ୍କ ସାଥିରେ ଥିବା ଦେଖିବାକୁ ମିଳିଛି ।

22:30 PM

Solar Eclipse 2024: ସୂର୍ଯ୍ୟ ପରାଗ ପାଇଁ ବଡ଼ ଚେତାବନୀ ଦେଲା NASA, କରନ୍ତୁନି ଏହି ଭୁଲ୍

Surya Grahan 2024: ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ନାସା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ ଦିଆଯାଇଛି । ଏହି ଚେତାବନୀ ସେହି ମୋବାଇଲ୍ ବ୍ୟବହାରକାରୀଙ୍କୁ ଦିଆଯାଇଛି ଯେଉଁମାନେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରିବାକୁ ଯୋଜନା କରୁଛନ୍ତି। ନାସା ପକ୍ଷରୁ କୁହାଯାଇଛି ଯେ, ଯଦି ମୋବାଇଲ ବ୍ୟବହାରକାରୀମାନେ ନିଜ ସ୍ମାର୍ଟଫୋନ୍ ମାଧ୍ୟମରେ ସୂର୍ଯ୍ୟ ପରାଗର ଫଟୋ ଉଠାଉଛନ୍ତି ତେବେ ସେମାନେ କିଛି ବିଶେଷ ଜିନିଷ ପ୍ରତି ଯତ୍ନବାନ ହେବା ନିତ୍ୟାନ୍ତ ଆବଶ୍ୟକ। ଯଦି ଆପଣ ତାହା ନମାନନ୍ତି ତେବେ ଆପଣଙ୍କର ମୋବାଇଲର ସେନ୍ସର ନଷ୍ଟ ହୋଇପାରେ । ଯଦି ଆପଣ ଆପଣଙ୍କର ଫୋନ୍ ଖରାପ କରିବାକୁ ଆପଣ ଚାହୁଁନାହାଁନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ନାସାର ଏହି ଟିପ୍ସଗୁଡିକ ଅନୁସରଣ କରିବା ଉଚିତ୍ । ଅଧିକ ପଢ଼ନ୍ତୁ...

21:40 PM

Surya Shukra Yuti 2024: ଦେଢ ବର୍ଷ ପରେ ଶୁକ୍ରାଦିତ୍ୟ ରାଜଯୋଗ, ସୁନା ପରି ଝଲସିବ ୩ରାଶିର ଭାଗ୍ୟ

Surya Shukra Yuti 2024: ଜ୍ୟୋତିଷଙ୍କ ମତ ଅନୁଯାୟୀ ୨୪ ଏପ୍ରିଲ ୨୦୨୪ରେ ସୂର୍ଯ୍ୟ ଏବଂ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି । ଉଭୟ ଗ୍ରହର ମିଳନ କାରଣରୁ ଶୁକ୍ରାଦିତ୍ୟ ରାଜଯୋଗ ସୃଷ୍ଟି ହେବ । ଶୁକ୍ରାଦିତ୍ୟ ରାଜଯୋଗ ଗଠନ ହେବା ଫଳରେ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବାକୁ ଯାଉଛି । ତେବେ କେଉଁ ରାଶିର ବ୍ୟକ୍ତି ସୁଫଳ ପାଇବେ ଆସନ୍ତୁ ଜାଣିବା । ଅଧିକ ପଢ଼ନ୍ତୁ...

20:40 PM

Airtel Plan: ଏୟାରଟେଲର ଦମଦାର ପ୍ଲାନ , 90GB ଇଣ୍ଟରନେଟ ସହିତ Unlimited Call

Airtel Recharge Plan: ଏୟାରଟେଲ୍ ନିଜ ଗ୍ରାହକମାନଙ୍କ ପାଇଁ ୩୦ ଦିନ ବୈଧତା ଥିବା ଏକ ପ୍ଲାନ ଦେଉଛି । ଏହି ପ୍ଲାନରେ ଆପଣ ଅନେକ ଲାଭ ପାଇପାରିବେ । ଅଧିକ ପଢ଼ନ୍ତୁ...

20:16 PM

NIA Reaction On FIR In West Bengal: ପଶ୍ଚିମବଙ୍ଗର ଭୂପତି ନଗର ବିସ୍ଫୋରଣ ମାମଲାର ତଦନ୍ତ କରିବାକୁ ଯାଇଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ କେନ୍ଦ୍ରୀୟ ଏଜେନ୍ସି ସ୍ପଷ୍ଟୀକରଣ ଦେଇଛି। ରବିବାର ଦିନ (୭ ଏପ୍ରିଲ) ଏନଆଇଏ ଏକ ବୟାନ ଜାରି କରି କହିଛି ଯେ ଅଧିକାରୀଙ୍କ ଉପରେ ଆକ୍ରମଣ ପରେ ଯାହା ଅଭିଯୋଗ ହେଉଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ ଓ ଭିତ୍ତିହୀନ। ପଢ଼ନ୍ତୁ ପୂରା ଖବର...

19:50 PM

Thunderstorm: ବେଳାଭୂମିରେ ବୁଲି ମଜା ନେଉଥିଲେ ପର୍ଯ୍ୟଟକ, ସେହି ସମୟରେ ବଜ୍ରପାତ

Thunderstorm: ରାଜ୍ୟର ଅନେକ ଜିଲ୍ଲାରେ ଆଜି ଘଡଘଡି ସହ ବର୍ଷା ହୋଇଛି । ବାଲେଶ୍ୱରରେ ମଧ୍ୟ ଘଡଘଡି ସହ ବର୍ଷା ହେଉଥିବା ସମୟରେ ୩ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଉଦୟପୁର ବେଳା ଭୂମିରେ ୩ଜଣ ବ୍ୟକ୍ତି ବୁଲୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ସେମାନେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ପଶ୍ଚିମବଙ୍ଗ ଦୀଘା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି । ଅଧିକ ପଢ଼ନ୍ତୁ...

18:55 PM

Weather News: ତାତିରୁ ମିଳିଲା ଆଶ୍ୱସ୍ତି, ବର୍ଷାରେ ଭିଜିଲା ରାଜଧାନୀ

Weather Updates: ଟାଣ ଖରା ଏବଂ ଅସହ୍ୟ ଗରମରୁ ମିଳିଲା ଆଶ୍ୱସ୍ତି । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଆଜି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଛି । ଆଜି ସକାଳୁ ମଧ୍ୟାହ୍ମ ପର୍ଯ୍ୟନ୍ତ ଗରମ ଅନୁଭୂତ ହୋଇଥିଲେ ମଧ୍ୟ ଅପରାହ୍ଣ ସମୟରେ ବର୍ଷା ସଭିଙ୍କୁ ଅସହ୍ୟ ଗୁଳୁଗୁଳିରୁ ମୁକ୍ତି ଦେଇଛି । ବର୍ଷା ସହ ବଜ୍ରପାତ ମଧ୍ୟ ହୋଇଛି । ଅଧିକ ପଢ଼ନ୍ତୁ...

18:20 PM

Odisha News Live Updates: ନଦୀରେ ବୁଡି ଯୁବକ ନିଖୋଜ

ବାଲିଅନ୍ତା ବ୍ଲକ ଚଢ଼େଇ ବର ଗାଁ ନିକଟ ଭାର୍ଗବୀ ନଦୀରେ ଜଣେ ଯୁବକ ଗାଧେଇବା ସମୟରେ ନଦୀରେ ଭାସି ଯାଇଛନ୍ତି । ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଅଞ୍ଚଳର କିଛି ଯୁବକ ନଦୀ କୂଳକୁ ଭୋଜି କରିବାକୁ ଆସିଥିଲେ । ଭୋଜି ସାରି ସମସ୍ତେ ନଦୀକୁ ଗାଧେଇବାକୁ ଯାଇଥିବା ସମୟରେ ତାଙ୍କ ମଧ୍ୟରୁ ଜଣେ ଯୁବକ ନଦୀ ଭିତରକୁ ଯାଇଥିଲେ । ସେହି ସମୟରେ ତାଙ୍କ ଗୋଡ଼ ଖସି ଯିବାରୁ ନଦୀ ଭିତରକୁ ପଶିଯାଇଥିଲେ । ସ୍ଥାନୀୟ ଲୋକମାନେ ଦେଖି ସ୍ଥାନୀୟ ପୋଲିସକୁ ଜଣାଇଥିଲେ । ବାଲିଅନ୍ତା ଅଗ୍ନିଶମ ବାହିନୀ ଓ ବାଲିଅନ୍ତା ପୋଲିସର ମିଳିତ ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯୁବକ ଜଣଙ୍କ ଏବେବି ନିଖୋଜ ଅଛନ୍ତି ।

17:40 PM

୮୦ ବର୍ଷ ବୟସରେ ପ୍ରଥମଥର କେକ୍ କାଟି ଜନ୍ମଦିନ ପାଳନ କଲେ ବୃଦ୍ଧ, ସେହିଦିନ ରାତିରେ ହେଲା ମୃତ୍ୟୁ

Birthday News: ମଧ୍ୟପ୍ରଦେଶର ଖାର୍ଗୋନରେ ଜଣେ ୮୦ ବର୍ଷର ବୃଦ୍ଧ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ପ୍ରଥମ ଥର ପାଇଁ ତାଙ୍କ ଜନ୍ମଦିନ ପାଳନ କରିଥିଲେ। ସେଦିନ ଉତ୍ସାହର ସହ କେକ୍ କାଟିଥିଲେ । କିନ୍ତୁ ଦୁଃଖର କଥା ସେହିଦିନ ରାତିରେ ହିଁ ସେ ଦୁନିଆକୁ ବିଦାୟ ନେଇଗଲେ । ଅଧିକ ପଢ଼ନ୍ତୁ...

17:10 PM

ରେଲଓ୍ୱେ ଷ୍ଟେସନରୁ ୪ କୋଟି ଟଙ୍କା ଜବତ, ଥାନାରେ ୩ ଅଟକ

ତାମିଲନାଡୁ: ଚେନ୍ନାଇର ତାମ୍ବରମ୍ ରେଳ ଷ୍ଟେସନରୁ ୪ କୋଟି ଟଙ୍କା ଜବତ କରିଛି ପୋଲିସ । ୩ ଜଣ ବ୍ୟକ୍ତି ୬ଟି ଟଙ୍କାଭର୍ତ୍ତି ବ୍ୟାଗ ନେଇ ଗନ୍ତବ୍ୟସ୍ଥଳକୁ ଯିବା ସମୟରେ ପୋଲିସର ସନ୍ଦେହ ଘେରକୁ ଆସିଥିଲେ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅଟକ ଥିବା ୩ ଯୁବକଙ୍କ ମଧ୍ୟରେ ଜଣେ ବିଜେପି କର୍ମୀ ଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ...

16:50 PM

ମହାନଦୀରେ ଅଘଟଣ, ଜେଜେଙ୍କ ଶୁଦ୍ଧିକ୍ରିୟାରେ ବୁଡିଗଲେ ନାତି

କଟକ:  ତୁଳସୀପୁର ହାତୀଗଡ଼ା ମହାନଦୀ ଘାଟରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଯୁବକ ନଦୀରେ ବୁଡି ପ୍ରାଣ ହରାଇଛନ୍ତି । ୨୧ ବର୍ଷୀୟ ଯୁବକଙ୍କ ନାମ ରୂପକ ବାନାର୍ଜୀ ବୋଲି ଜଣାପଡିଛି । ଜେଜେଙ୍କ ମୃତ୍ୟୁ ପରେ ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ ରୂପକ । କିନ୍ତୁ ଗଣ୍ଡରେ ଗୋଡ ଖସିଯିବା କାରଣରୁ ସେ ନଦୀରେ ବୁଡିଯାଇଥିଲେ । ଅଧିକ ପଢ଼ନ୍ତୁ...

16:30 PM

Odisha News Live Updates: ବ୍ରିଟେନରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ପତ୍ନୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ପରେ ତାଙ୍କ ମୃତ ଶରୀରକୁ ୨୨୪ ଖଣ୍ଡ କରି କାଟିବା ସହ ନଦୀକୁ ଫିଙ୍ଗି ଦେଇଛନ୍ତି ଅଭିଯୁକ୍ତ ସ୍ୱାମୀ । ୨୦୨୧ ମସିହାରେ ୨୮ ବର୍ଷୀୟ ନିକୋଲସ ମେଟସନ୍‌ ୨୬ ବର୍ଷୀୟ ହୋଲି ବ୍ରେମଲିଙ୍କୁ ବିବାହ କରିଥିଲେ । ଏହି ହତ୍ୟା ଘଟଣାରେ ପୋଲିସ ଶୁକ୍ରବାର ଦିନ ମେଟସନଙ୍କ ସମେତ ତାଙ୍କ ବନ୍ଧୁ ଜେଶୁଆ ହ୍ୟାନକକ୍‌କୁ ଗିରଫ କରିଛି। ତେବେ କେଉଁ କାରଣରୁ ପତ୍ନୀଙ୍କୁ ହତ୍ୟା କଲେ ସେନେଇ କୌଣସି ସୂଚନା ମିଳିନାହିଁ । କୁହାଯାଉଛି ଯେ, ବିବାହ ପରେ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେଇଥିଲା ଓ ତାହା ପରବର୍ତ୍ତି ସମୟରେ ଝଗଡାର ରୂପ ନେଇଥିଲା ।

16:15 PM

Odisha News Live Updates: ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । କଙ୍ଗନା ଗୋମାଂସ ବା ବିଫ୍‌ ଖାଉଛନ୍ତି ଯାହାର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । କିନ୍ତୁ ସବୁ ଜାଣି ମଧ୍ୟ ବିଜେପି କିପରି ତାଙ୍କୁ ଦଳୀୟ ଟିକେଟ ଦେଲା ସେନେଇ ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ବିଜୟ ବଡେଟ୍ଟିଓ୍ୱାର । ତେବେ ଏହି ପ୍ରଶ୍ନର ଉତ୍ତର ରଖି ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ କହିଛନ୍ତି ଯେ, କଂଗ୍ରେସର ଅଭିଯୋଗ 'ମଇଳା ସଂସ୍କୃତି'କୁ ଦର୍ଶାଉଛି। ଏପରି ବକ୍ତବ୍ୟ ଦଳର ପରାଜୟବାଦୀ ମାନସିକତାକୁ ପ୍ରତିଫଳିତ କରେ ବୋଲି ସେ କହିଛନ୍ତି ।

16:00 PM

Odisha News Live Updates: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଚୋରି ହୋଇଥିବା କାର ମିଳିଛି । ଗତ ମାର୍ଚ୍ଚ ୧୯ ତାରିଖ ଦିନ ଦିଲ୍ଲୀ ଗୋବିନ୍ଦପୁରୀରୁ ନଡ୍ଡାଙ୍କ ଫର୍ଚୁନର କାର ଚୋରି ହୋଇଥିଲା । କାରଟିକୁ ବନାରସରୁ ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । କାର୍ ଚୋରି ମାମଲାରେ ୨ଜଣ ଅଭିଯୁକ୍ତ ବଡକଲର ଶାହିଦ ଓ ଶିବାଙ୍ଗ ତ୍ରିପାଠୀଙ୍କୁ ପୋଲିସ ଗିରଫ କରିବା ସହ ପଚରାଉଚରା କରୁଛି । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଚୋରଙ୍କୁ କାବୁ କରିଥିବା କୁହାଯାଉଛି । କାର୍ ଚୋରି କରିବା ପରେ ସେହି କାରରେ ଅଭିଯୁକ୍ତମାନେ ବିଭିନ୍ନ ସହର ବୁଲିଥିଲେ ।

15:50 PM

Odisha News Live Updates: ୨ ବିଚାରାଧୀନ କଏଦୀ ଭବାନୀପାଟଣା ଜେଲ୍ରୁ ଫେରାର ହେବାରେ ସଫଳ ହୋଇଛନ୍ତି । ଦୁଇ କଏଦୀଙ୍କ ନାମ ସିକନ୍ଦର ଜାଲ ଓ ନୀଳମଣି ମାଝି ବୋଲି ଜଣାପଡିଛି । ଉଭୟଙ୍କ ନାମରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ବିଚାରାଧୀନ କଏଦୀ ଭାବେ ଜେଲରେ ରହିଥିବା ସମୟରେ ସେମାନେ ଜେଲ ମଧ୍ୟରୁ କିପରି ଫେରାର ହେବାରେ ସକ୍ଷମ ହେଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

 

15:30 PM

Odisha News Live Updates: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆପ୍ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇ ବର୍ତ୍ତମାନ ଜେଲରେ ଥିବା ସମୟରେ ତାଙ୍କୁ ବିରୋଧ କରିଛନ୍ତି ପୂର୍ବତନ ଆପ୍‌ ନେତା ସନ୍ଦୀପ କୁମାର । କେଜ୍ରିୱାଲ ଜେଲରେ ରହି କିପରି ସରକାର ଚଳାଉଛନ୍ତି ସେ ନେଇ ସେ ପ୍ରଶ୍ନ କରିଛନ୍ତି । ଏଥିସହ ସେ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛନ୍ତି । ଅନ୍ୟପଟେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ହଟିବା ପାଇଁ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସନ୍ଦୀପ । ତେବେ ପୂର୍ବରୁ ମଧ୍ୟ ସନ୍ଦୀପ ହାଇକୋର୍ଟରେ କେଜ୍ରିୱାଲଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯାହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ ।

15:05 PM

Surya Gochar 2024: ସୂର୍ଯ୍ୟ ପରାଗର ୫ ଦିନ ପରେ ଫିଟିବ ୩ ରାଶିର ଭାଗ୍ୟ

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୮ ରେ ହେବାକୁ ଯାଉଛି । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ମୀନ ରାଶିରେ ସୂର୍ଯ୍ୟ ପରାଗ ଘଟିବାକୁ ଯାଉଛି । କିନ୍ତୁ ସୂର୍ଯ୍ୟ ପରାଗ ହେବାର କିଛି ଦିନ ପରେ ଭଗବାନ ସୂର୍ଯ୍ୟଦେବ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେଣୁ ଆଜି ଆମେ ଜାଣିବା ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ଶୁଭ ପ୍ରଭାବ କେଉଁ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିବ । ଅଧିକ ପଢ଼ନ୍ତୁ...

14:35 PM

BNI Dazzles: କଟକ ପରିଚୟ କରାଉଛି ନିଜର ଦକ୍ଷ ଓ ଅଭିଜ୍ଞ ନୂତନ ନେତୃତ୍ୱବୃନ୍ଦଙ୍କୁ

କଟକ: ୫ ଏପ୍ରିଲ ୨୦୨୪ରେ- BNI Dazzles The କଟକକୁ ସଶକ୍ତ କରିଛନ୍ତି ଏହାର ଦକ୍ଷ ନେତୃତ୍ୱ ଦଳ, ଯେଉଁଥିରେ ଅଛନ୍ତି  - ଭବନୀ ମହାନ୍ତି (ସଭାପତି), ଜ୍ଞାନ ରଂଜନ ବେହେରା (ଉପ ସଭାପତି), ପ୍ରଜ୍ଞା ସ୍ୱରପ ଦାସ (ସମ୍ପାଦକ), ସୌଭାଗ୍ୟ ବେହେରା (ମୁଖ୍ୟ ଉପଦେଷ୍ଟା) । ଯେଉଁ ମନଙ୍କୁ ନିଜ ଦୀର୍ଘ ଦିନର ଅଭିଜ୍ଞତା, କାର୍ଯ୍ୟ କୁଶଳତା ଓ ସମୟୋପଯୋଗୀ ମାର୍ଗଦର୍ଶନ କରିବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପ୍ରଦୀପ ଅଗ୍ରୱାଲ । ଏହି ନେତାମାନେ BNI Dazzles Cuttack କୁ ସଫଳତା ହାସଲ ଦିଗରେ ଅଗ୍ରସର କରାଇବା ସହ ଉ ପଯୁକ୍ତ ନେତୃତ୍ୱ ବଳରେ ଏକ ଦ୍ରୁତ ଅଭିବୃଦ୍ଧି ଆଡ଼କୁ ଗତିଶୀଳ କରିବେ। ଏମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ବିଏନଏ ଗ୍ରେଟର ଓଡିଶାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଏସ ସୁନୀତା ମହାନ୍ତି ଏବଂ ଏମ ସାଦ ହାସମି (ସପୋର୍ଟ ଡାଇରେକ୍ଟର) । BNI Dazzles ଏହାର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦଳର ତତ୍ତ୍ଵାବଧାନରେ ନବସୃଜନ, ସହଯୋଗ ଏବଂ ସମୃଦ୍ଧତାର ଏକ ରୋମାଞ୍ଚକର ଯାତ୍ରା ଆରମ୍ଭ କରୁଛି ।

14:20 PM

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଦୁଇଦିନିଆ ସାଇବର ନିରାପତ୍ତା କାର୍ଯ୍ୟକ୍ରମ
 
କଟକ: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ସାଇବର ନିରାପତ୍ତା କାର୍ଯ୍ୟକ୍ରମ ‘କ୍ରିପର-2024’ ଏପ୍ରିଲ ୫ ଓ ୬ ତାରିଖ ଦୁଇଦିନ ଧରି ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଫାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲଜି (ଏଫ୍ଇଟି)ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଶାତୀତ ସଫଳତା ଲାଭ କରିଥିଲା । ଅଧିକ ପଢ଼ନ୍ତୁ...

13:19 PM

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା । ଶଙ୍ଖ ଭବନରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେଡିରେ ସାମିଲ ହୋଇଛନ୍ତି । ଦୀର୍ଘ ବର୍ଷ ଧରି କଂଗ୍ରେସ ପାଇଁ ସକ୍ରିୟ ଭାବେ କାର୍ଯ୍ୟଭାର ତୁଲାଇଥିଲେ । କଂଗ୍ରେସରୁ ସେ ବିଧାୟକ ଓ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ କିଛି ଦିନ ହେବ ଦଳରେ ତାଙ୍କୁ ଅଣଦେଖା କରାଯିବା ସହ ଟିକେଟ ନମିଳିବାରୁ ସେ ଦଳ ଛାଡିଥିବା କହିଥିଲେ ।

12:42 PM

ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର। ଶଙ୍ଖ ଭବନରେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଏବଂ ଦଳର ନେତାଙ୍କ ଉପସ୍ଥିତିରେ ଆଜି ଶଙ୍ଖ ଧରିଛନ୍ତି ଲେଖାଶ୍ରୀ ।
 ବିଜେଡିରେ ସାମିଲ ହେବା ପରେ ଲେଖାଶ୍ରୀ , ହୃଦୟର ସହ ମୋତେ ବିଜେଡିରେ ସାମିଲ କରାଇଥିବାରୁ ମୁଖ୍ୟମନ୍ତ୍ରୀ ଏବଂ ଫାଇଭ-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିବା କହିଛନ୍ତି । ବର୍ଷ ବର୍ଷ ଧରି ମୁଁ ବିଜେପିକୁ ସର୍ବଶ୍ୱ ଦେଇଛି, ଓଡ଼ିଶାବାସୀଙ୍କ ସେବା କରିବାର ଇଚ୍ଛା ଥିଲା ତାହା ବିଜେପି ପୂରଣ କରିବାକୁ ଦେଲାନି । 

11:20 AM

ବାଲିବନ୍ଧ ସେକ୍ସନ, ଚମକପୁର ସଂରକ୍ଷିତ ଜଙ୍ଗଲରେ ଆଜି ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ସଂରକ୍ଷିତ ଜଙ୍ଗଲର ଲୁଣଗୋଠାଣୀ ଓ ତିନିଧାରିଆ ଜଙ୍ଗଲ ମଝିରେ ହାତୀର ମୃତଦେହ ପଡ଼ିଥିବା ଖବର ପାଇ ବନ ବିଭାଗର ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଡି ଏଫ୍ ଓ ଧନରାଜ ହନୁମନ୍ତ, ଏ ସି ଏଫ୍ ଅଶୋକ କୁମାର ଦାସ, ଚମ୍ପୁଆ ବାନାଞ୍ଚଳ ଅଧିକାରୀ ଅକ୍ଷୟ ଛତ୍ରିଆ, ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ସହ ଜଏଣ୍ଟ ଟାସ୍କ ଫୋର୍, ଅନ୍ୟ ବନ କର୍ମଚାରୀ ଓ ଚମ୍ପୁଆ ପୋଲିସ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାଖାପାଖି ତିନି ସପ୍ତାହ ତଳେ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତ ହାତୀଟି ମଧ୍ୟମ ବୟସର ମାଈ ହାତୀ ବୋଲି ବନ ବିଭାଗ ସନ୍ଦେହ କରୁଛି ।

10:58 AM

Odisha News: ରାଜ୍ୟକୁ ଦୁର୍ଣ୍ଣିତି ମୁକ୍ତ କରିବା ଉଦ୍ଦେଶ୍ୟରେ ସରକାର ସମସ୍ତ ସରକାରି ଦପ୍ତରରେ ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଅତି ସହଜେ କାର୍ଯ୍ୟ ହାସଲ କରିପାରିବା ଏବଂ ଦଲାଲ ମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା କୁହାଯାଉଥିବା ବେଳେ ଅଧିକାଂଶ ସରକାରୀ କାର୍ଯ୍ୟାଳୟ ଏବେ ବି ଦଲାଲଙ୍କ କବଜାରେ ରହିଛି। ଯାହାର ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦରମହକୁମାରେ । ଆଜି ପାରଳାଖେମୁଣ୍ଡି ରେଜିଷ୍ଟର କାର୍ଯ୍ୟଳୟରେ ଅପ୍ରିତିକର ପରିସ୍ଥିତି ପାଇଁ କାର୍ଯ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି। କାର୍ଯ୍ୟାଳୟ ଭିତରେ ପସି ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ କାର୍ଯ୍ୟ ରତ ଅଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ୭ ଜଣଙ୍କ ନାମରେ ସଙ୍ଗୀନ ଅଭିଯୋଗ ନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ନୋଟିସ ଜାରି କରିଥିବାର ଜଣାପଡିଛି।

10:29 AM

ଢେଙ୍କାନାଳ ଆଇସିଆଇସିଆଇ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ । ଗତକାଲି ଅପରାହ୍ନରେ କ୍ରାଇମବ୍ରାଞ୍ଚ ଏହି ଚଢ଼ାଉ କରିଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଓ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିବାର ଖବର ମିଳିଛି ।

09:58 AM

ଜଗତସିଂହପୁରର ନୂତନ ଜିଲ୍ଲାପାଳ ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଅନୁପମ ସାହା ।୨୦୧୨ ବ୍ୟାଚର ଏହି ବରିଷ୍ଠ ଆଇଏଏସ ଅଫିସର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ସହ ମୋ ସ୍କୁଲ ଅଭିଯାନର ସେକ୍ରେଟାରୀ,ଶ୍ରମ କମିଶନର ଓ ଗଜପତି ଜିଲ୍ଲାର ଜିଲ୍ଲାପାଳ ଭାବରେ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।ଆଜି ଶ୍ରୀ ସାହା ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ବରିଷ୍ଠ ଅଧିକାରୀ ଓ କାର୍ଯ୍ୟାଳୟର କର୍ମଚାରିମାନେ ଜିଲ୍ଲପାଳଙ୍କୁ ସ୍ୱାଗତ କରିଥିଲେ ।

08:30 AM

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଚାହୁଁଚାହୁଁ କ୍ଷଣିକ ମଧ୍ୟରେ ଲିଭିଗଲା ୩ ଜୀବନ ଦୀପ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। କାର୍ ଓ ଟିପର୍ ଧକ୍କା ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ତେଲେଙ୍ଗାନାର (Huzurabad)ହୁଜୁରବାଦ୍ ଅଞ୍ଚଳରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଆହୁରି ପଢ଼ନ୍ତୁ...

08:25 AM

ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୦୬ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୪ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍  ଓ ଡିଜେଲ୍  ଦର ଲିଟର ପିଛା ୯ ପଇସା ବୃଦ୍ଧି ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ . ୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।

08:16 AM

Solar Eclipse 2024:  ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ  ଆସନ୍ତା ଏପ୍ରିଲ୍ ୮ (ଆସନ୍ତାକାଲି) ସଙ୍ଗଠିତ ହେବ।  ଏକ ବିରଳ ତଥା ସୁନ୍ଦର ସୂର୍ଯ୍ୟପରାଗ ଦେଖିବାକୁ ମିଳିବ। ତେବେ, ଏହି ମହାଜାଗତିକ ଦୃଶ୍ୟ ଯୁକ୍ତରାଷ୍ଟ୍ର ଆମେରିଆ, କାନାଡା଼,  ମେକ୍ସିକୋର କେତେକ ଅଂଚଳରେ ପୂର୍ଣ୍ଣ ଭାବର ଦେଖାଯିବ।  ଏଥି ସହିତ  ଏହାର ଆଖପାଖ ଅଂଚଳରେ ମଧ୍ୟ  ପୂର୍ଣ୍ଣ ଭାବରେ ଦେଖାଯିବ।  ଏଥି ସହିତ ଏହାର  ଆଖପାଖ ଅଞ୍ଚଳରେ  ମଧ୍ୟ ଆଂଶିକ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ।  ହେଲେ ଭାରତ କିମ୍ବା ଓଡି଼ଶାରେ  ଏହି ମହାଜାଗତିକ ଦୃଶ୍ୟ ଆଦୌ ଦୃଶ୍ୟମାନ ହେବ ନାହିଁ।  ଏହା ଭାରତୀୟ ସମୟ ରାତି ୯ଟା ୧୨ ମିନିଟ୍ ସମୟରେ ଆରମ୍ଭ ହୋଇ ତା ପରଦିନ ଭୋର ୨ଟା ୨୨ ମିନିଟ୍ ସମୟରେ ଶେଷ ହେବ। ସର୍ବାଧିକ ପରାଗ ରାତି ୧୧ଟା ୪୭ ମିନିଟରେ ଦେଖାଯିବ। 

07:51 AM

Gold Rate Today: ଦେଶରେ ଏବେ ବିବାହ ଋତୁ ଚାଲିଛି। ଏହାରି ମଧ୍ୟରେ ଗ୍ରାହକଙ୍କ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି। ଗତ କାଲି ସୁନା ଦରରେ ହ୍ରାସ ଘଟିଥିବା ବେଳେ ଆଜି ରବିବାରରେ ଦରରେ ସ୍ଥିରତା ଦେଖିବାକୁ ମିଳିଛି। ମାତ୍ର ଏହା ଗ୍ରାହକଙ୍କୁ ସେତେଟା ଖୁସି କରି ପାରିନାହିଁ, କାରଣ ସୁନା ଦର ଏବେ ହୁ ହୁ ବଢ଼ି ଚାଲିଥିବା ବେଳେ ଆଉ କିଛି ଦିନରେ ୧୦ ଗ୍ରାମ ପିଛା ୬୫ ହଜାର ପାର୍ କରିଛି। ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି । ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର। ଆଜି ସର୍ବ ଭାରତୀୟ ବଜାରରେ(Indian Market) ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୫,୩୫୦ ଟଙ୍କା ରହିଛି । ସେହିପରି ୧୦ ଗ୍ରାମ ପ୍ରତି ୨୪ କ୍ୟାରେଟ ସୁନା ମୂଲ୍ୟ ରହିଛି ୭୧,୨୯୦।

07:30 AM

କଥାରେ ଅଛି ସ୍ବାସ୍ଥ୍ୟ ହେଉଛି ପ୍ରକୃତ ସମ୍ପଦ । କାରଣ ଏକ ଉନ୍ନତ ଜୀବନ ଅତିବାହିତ କରିବା ପାଇଁ ସୁସ୍ଥ ରହିବା ନିହାତି ଆବଶ୍ୟକ। ଏଥିପାଇଁ ଆମକୁ କିଛି ଭଲ ଅଭ୍ୟାସକୁ ନିଜ ଜୀବନରେ ଗ୍ରହଣ କରିବା ଉଚିତ୍  । ପ୍ରତିବର୍ଷ ଏପ୍ରିଲ ୭ ତାରିଖରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଏ  । ଏହା ୧୯୪୮ ମସିହାରେ ଆରମ୍ଭ ହୋଇଥିଲା । ଯାହାର ଉଦ୍ଦେଶ୍ୟ ହେଉଛି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପ୍ରତ୍ୟେକ ସମସ୍ୟା ବିଷୟରେ ଲୋକଙ୍କୁ ଅବଗତ କରାଇବା । ଏକ ସୁସ୍ଥ ଜୀବନ ପାଇଁ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

07:20 AM

Weather Report: ଖରା ଗୁଳୁଗୁଳି ଏବେ ରାଜ୍ୟବାସୀଙ୍କୁ କଲବଲ କରୁଛି। କ୍ରମାଗତ ଭାବରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଉକୂଳରୁ ଉପାନ୍ତ, ବୌଦ୍ଧରୁ ଭୁବନେଶ୍ୱର ସବୁଠି ତାତିର ଦାଉ ଦେଖିବାକୁ ମିଳିଛି। ଭୁବନେଶ୍ବର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିବା ବେଳେ ଦେଶର ଦ୍ବିତୀୟ ଉତ୍ତପ୍ତ ସହର ଭାବରେ ରେକର୍ଡ କରିଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ଏପ୍ରିଲ ମାସରେ ଡ଼ହଳବିକଳ ହେଉଛନ୍ତି ରାଜଧାନୀବାସୀ। ପଢ଼ନ୍ତୁ ପୁରା ଖବର...

07:14 AM

Odisha News: ରାଜ୍ୟରେ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବାରେ ଲାଗିଥିବା ବେଳେ, ସ୍କୁଲ ଛାତ୍ରୀଛାତ୍ରୀଙ୍କ ସୁରକ୍ଷାକୁ ନଜର ରଖି ସ୍କୁଲ ଯିବା ଆସିବା  ସମୟରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର ୫ଟି ଜିଲ୍ଲାରେ  ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ସ୍କୁଲ୍ ଟାଇମ ପରିବର୍ତ୍ତନ କରିଛି ଜିଲ୍ଲା ପ୍ରଶାସନ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଥିବା ବେଳେ ଏବେ ଅନୁଗୁଳ, ସୁନ୍ଦରଗଡ, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାରେ ସ୍କୁଲ ସମୟ ବଦଳିଛି । ସକାଳ ୬.୩୦ରୁ ସାଢେ ୧୦ଟା ଯାଏଁ  ପାଠପଢା ଚାଲିବା ନେଇ ସ୍ଥିର କରାଯାଇଛି। 

06:56 AM

Odisha Eelection 2024: ପାଖେଇ ଆସୁଛି ନିର୍ବାଚନ। ଟିକେଟ୍ ନ ମିଳିବାରୁ ରାଜନେତାମାନେ ଗୋଟିଏ ଦଳରୁ ଅନ୍ୟ ଏକ ଦଳକୁ ଯାଉଛନ୍ତି । ଦଳ ଡିଆଁ ରାଜନୀତି ସହ ମିଶ୍ରଣ ପର୍ବ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ କଂଗ୍ରେସ୍ ଛାଡିଥିବା ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା ଆଜି ନିଜ ଅନୁଗତ ଓ ସମର୍ଥକଙ୍କ ସହ  ଶଙ୍ଖ ଭବନରେ ବିଜେଡିରେ ସାମିଲ୍ ହେବେ।  ବିଜେଡିରେ ସାମିଲ୍ ହେବା ନେଇ ଗଣେଶ୍ବର ଗତକାଲି ସୂଚନା ଦେଇଥିଲେ। ଆହୁରି ପଢ଼ନ୍ତୁ...