Road Accident: ଟିପରକୁ ପଛପଟୁ ଧକ୍କା ଦେଲା କାର୍, ଘଟଣାସ୍ଥଳରେ ୩ ମୃତ,୨ ଆହତ
Advertisement
Article Detail0/zeeodisha/odisha2192733

Road Accident: ଟିପରକୁ ପଛପଟୁ ଧକ୍କା ଦେଲା କାର୍, ଘଟଣାସ୍ଥଳରେ ୩ ମୃତ,୨ ଆହତ

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଚାହୁଁଚାହୁଁ କ୍ଷଣିକ ମଧ୍ୟରେ ଲିଭିଗଲା ୩ ଜୀବନ ଦୀପ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। କାର୍ ଓ ଟିପର୍ ଧକ୍କା ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି ।  ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। 

Road Accident: ଟିପରକୁ ପଛପଟୁ ଧକ୍କା ଦେଲା କାର୍, ଘଟଣାସ୍ଥଳରେ ୩ ମୃତ,୨ ଆହତ

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ଚାହୁଁଚାହୁଁ କ୍ଷଣିକ ମଧ୍ୟରେ ଲିଭିଗଲା ୩ ଜୀବନ ଦୀପ। ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ସୂଚନା ମିଳିଛି। କାର୍ ଓ ଟିପର୍ ଧକ୍କା ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ତେଲେଙ୍ଗାନାର (Huzurabad)ହୁଜୁରବାଦ୍ ଅଞ୍ଚଳରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। 

ସୂଚନା ଅନୁସାରେ, ହୁଜୁରବାଦ୍ ଅଞ୍ଚଳର ଏକ ପରିବାରର ୫ ଜଣ  ସଦସ୍ୟ ବୋର୍ଣ୍ଣାପାଲି ମଣ୍ତଳ(Bornapalli mandal)କୁ ଯାତ୍ରା ଦେଖିବା ପାଇଁ ଏକ କାର୍ ଯୋଗେ ଯାଇଥିଲେ। ଯାତ୍ରା ଦେଖି ସକାଳୁ ଘରକୁ ଫେରିବା ବାଟରେ କାରଟି ନିୟନ୍ତ୍ରଣ ହରାଇ ଏକ ଟିପରକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଏବଂ ୨ ଜଣ ଗୁରୁତର ହୋଇପଡିଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରି ମେଡିକାଲ ପଠାଇବା ସହ ମୃତକଙ୍କୁ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇଛି। ସେପଟେ ଟିପର ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୋଲିସ୍ ଏକ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି। ମୃତକ ମଧ୍ୟରେ ତିନି ଭାଇଭଉଣୀ ରହିଛନ୍ତି । ସେମାନେ ହେଲେ ଗଣ୍ଟା ବିଜୟ(୧୭), ବର୍ଷା (୧୫)  ଓ ସିନ୍ଦୁ(୧୮) । ମାଆ ଓ ବାପା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ALSO READ: Weather Update: ତାତିରୁ ମିଳିବ ତ୍ରାହି! କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା

ନିକଟରେ ଏଭଳି ଏକ ଦୁର୍ଘଟଣା  ଉତ୍ତରପ୍ରଦେଶରେ ବି ଘଟିଥିଲା। ଏକ ସ୍କୁଲ୍ ବସ୍ ଓ ବାଇକ୍ ଧକ୍କା ହେବାରୁ ନିୟନ୍ତ୍ରଣ ହରାଇ ରାସ୍ତା କଡ଼କୁ ଓଲଟିପଡିଲା ବସ୍। ଫଳରେ ସ୍କୁଲ୍ ବସରେ ଥିବା ୪୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ୧୦ ଜଣ ପିଲା ଗୁରୁତର ଥିବା ଜଣାପଡିଛି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ ପଠାଯାଇଛି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। 

ଉତ୍ତରପ୍ରଦେଶର ବାରବାଙ୍କୀରେ (Barabanki)ରେ ଏହି ଦୁର୍ଘଟଣା ଘଟିଛସୂଚନା ଅନୁଯାୟୀ,  ଉତ୍ତର ପ୍ରଦେଶ ବାରବାଙ୍କୀ ଅଞ୍ଚଳର ଏକ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲ୍ କର୍ତ୍ତୃପକ୍ଷଙ୍କ ସହ ଚିଡିଆଖାନା ବୁଲିବାକୁ ଲକ୍ଷ୍ମୌ ଯାଇଥିଲେ।  କିନ୍ତୁ ଫେରିବା ବାଟରେ ସାଲାରପୁର ଅଞ୍ଚଳରେ ଏକ ବାଇକ୍ ଚାଳକ ସ୍କୁଲ୍ ବସ୍ ଆଗକୁ ମାଡି଼ ଆସିଥିଲା। ଫଳରେ ବାଇକ୍ ଚାଳକଙ୍କୁ ବଂଚାଇବାକୁ ଯାଇ ବସ୍ ଡ୍ରାଇଭର ଗାଡି଼ଟିକୁ ବ୍ରକ୍ ମାରିବାରୁ ବସ୍ ଟି ଓଲଟି ପଡିଥିଲା। ଫଳରେ ଘଟଣାସ୍ଥଳରେ ୪ ସ୍କୁଲ୍ ଛାତ୍ରଙ୍କ ମୃତ୍ୟୁ ଘଟିବା ସହିତ ବାଇକ୍ ଚାଳକଙ୍କ ମଧ୍ୟ ଜୀବନ ଯାଇଥିଲା। ଏବଂ ଏହି ଦୁର୍ଘଟଣାରେ ୧୦ ଜଣ ସ୍କୁଲ୍ ପିଲା ମଧ୍ୟ ଆହତ ହୋଇଛନ୍ତି।  ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇଛି। ଆହତଙ୍କୁ ମେଡିକାର ପଠାଯାଇଛି । କିନ୍ତୁ ଆହତଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।