Thunderstorm: ବେଳାଭୂମିରେ ବୁଲି ମଜା ନେଉଥିଲେ ପର୍ଯ୍ୟଟକ, ସେହି ସମୟରେ ବଜ୍ରପାତ
Advertisement

Thunderstorm: ବେଳାଭୂମିରେ ବୁଲି ମଜା ନେଉଥିଲେ ପର୍ଯ୍ୟଟକ, ସେହି ସମୟରେ ବଜ୍ରପାତ

Thunderstorm: ବାଲେଶ୍ୱରରେ ମଧ୍ୟ ଘଡଘଡି ସହ ବର୍ଷା ହେଉଥିବା ସମୟରେ ୩ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଉଦୟପୁର ବେଳା ଭୂମିରେ ୩ଜଣ ବ୍ୟକ୍ତି ବୁଲୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ସେମାନେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ପଶ୍ଚିମବଙ୍ଗ ଦୀଘା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।

Thunderstorm: ବେଳାଭୂମିରେ ବୁଲି ମଜା ନେଉଥିଲେ ପର୍ଯ୍ୟଟକ, ସେହି ସମୟରେ ବଜ୍ରପାତ

Thunderstorm: ରାଜ୍ୟର ଅନେକ ଜିଲ୍ଲାରେ ଆଜି ଘଡଘଡି ସହ ବର୍ଷା ହୋଇଛି । ବାଲେଶ୍ୱରରେ ମଧ୍ୟ ଘଡଘଡି ସହ ବର୍ଷା ହେଉଥିବା ସମୟରେ ୩ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଉଦୟପୁର ବେଳା ଭୂମିରେ ୩ଜଣ ବ୍ୟକ୍ତି ବୁଲୁଥିବା ସମୟରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ସେମାନେ ଘଟଣାସ୍ଥଳରେ ଗୁରୁତର ହୋଇପଡିଥିଲେ । ସେମାନଙ୍କୁ ପଶ୍ଚିମବଙ୍ଗ ଦୀଘା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।

ଖବର ମୁତାବକ, ବଜ୍ରପାତର ଶିକାର ୩ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଭୋଗରାଇ ଉଦୟପୁର ଅଞ୍ଚଳର ହୋଇଥିବା ସମୟରେ ଅନ୍ୟ ଦୁଇଜଣ ବଙ୍ଗୀୟ ପର୍ଯ୍ୟଟକ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଏପ୍ରିଲ୍ ୭ ଏବଂ ୮ ତାରିଖରେ କିଛି ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ପ୍ରବଳ ବର୍ଷା ହୋଇପାରେ ବୋଲି ଗତକାଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ଏସବୁ ଜିଲ୍ଲା ସମେତ କେନ୍ଦୁଝର ଖୋର୍ଦ୍ଧା, ମୟୁରଭଞ୍ଜ, ଦେଓଗଡ, ନୟାଗଡ, ବୌଦ୍ଧ ଜିଲ୍ଲାକୁ ବଜ୍ରପାତ ହେବା ନେଇ ଆଲର୍ଟ ଜାରି କରାହୋଇଥିଲା । ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ ବୋଲି ଆକଳନ କରିଥିଲା ପାଣିପାଗ ବିଭାଗ ।

ସେହିପରି ୮ ତାରିଖ ଦିନ ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି । ସୋମବାର ଦିନ ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ, ମାଲକାନଗିରିକୁ ବଜ୍ରପାତ ହେବାର ସମ୍ଭାବନା ରହିଛି । ତେଣୁ ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରବିବାର ଏବଂ ସୋମବାର ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Also Read- ୮୦ ବର୍ଷ ବୟସରେ ପ୍ରଥମଥର କେକ୍ କାଟି ଜନ୍ମଦିନ ପାଳନ କଲେ ବୃଦ୍ଧ, ସେହିଦିନ ରାତିରେ ହେଲା ମୃତ୍ୟୁ

Also Read- ରେଳ ଷ୍ଟେସନରୁ ୪ କୋଟି ଟଙ୍କା ଜବତ, ଥାନାରେ ୩ ଅଟକ