ସିଏମଓର ହେବ ନବକଳେବର, ୨୨ ଜଣ ଓଏସ୍‌‌ଏସ୍‌‌ ଅଧିକାରୀଙ୍କୁ ନିଜ ବିଭାଗକୁ କରାଗଲା ବଦଳି
Advertisement
Article Detail0/zeeodisha/odisha2299020

ସିଏମଓର ହେବ ନବକଳେବର, ୨୨ ଜଣ ଓଏସ୍‌‌ଏସ୍‌‌ ଅଧିକାରୀଙ୍କୁ ନିଜ ବିଭାଗକୁ କରାଗଲା ବଦଳି

ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି। ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଥିବା ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ନବକଳେବର ହେବାକୁ ଯାଉଛି।

ସିଏମଓର ହେବ ନବକଳେବର, ୨୨ ଜଣ ଓଏସ୍‌‌ଏସ୍‌‌ ଅଧିକାରୀଙ୍କୁ ନିଜ ବିଭାଗକୁ କରାଗଲା ବଦଳି

ଭୁବନେଶ୍ବର: ରାଜ୍ୟରେ ନୂଆ ସରକାର ଗଠନ ହୋଇଛି। ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ବିଭିନ୍ନ ବିଭାଗର ସମୀକ୍ଷା କରୁଛନ୍ତି। ବିଭିନ୍ନ ବିଭାଗର ସମୀକ୍ଷା ଜୋରଦାର ଚାଲିଥିବା ଭିତରେ ନୂଆ ମୁଖ୍ୟମନ୍ତ୍ରୀ ରାଜ୍ୟ ଅତିଥି ଭବନରୁ ସରକାର ଚଳାଇଛନ୍ତି। ଏସବୁ ଭିତରେ ମୁଖ୍ୟମନ୍ତ୍ରୀଙ୍କ ଅଫିସର ନବକଳେବର ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଅଫିସରେ କାର୍ଯ୍ୟରତ ଥିବା ଓଏସଏସ କ୍ୟାଡର ଅଧିକାରୀଙ୍କୁ ବଦଳି କରାଯାଇଛି। ଓଡ଼ିଶାରେ ରାଜ୍ୟ ଅତିଥି ଭବନରୁ ସରକାର ଚଳାଉଥିବା ମୋହନଙ୍କ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୨୨ଜଣ ଓଏସ୍‌‌ଏସ୍‌‌ ଅଧିକାରୀଙ୍କୁ ଆଜି ବଦଳି କରାଯାଇଛି। ଉପସଚିବଙ୍କ ସମେତ ୭ ସେକ୍ସନ ଅଫିସରଙ୍କୁ ବିଦା କରାଯାଇଛି। ସେହିପରି ୧୫ଜଣ ଏଏସ୍‌ଓଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ହଟାଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ନିଜ ବିଭାଗକୁ ବଦଳି କରାଯାଇଥିବା ସୂଚନା ମିଳିଛି। 

ଅନ୍ୟପଟେ ଓଏସଏସ କ୍ୟାଡରର ଅନେକ ଅଧିକାରୀ ବଦଳି ହୋଇଥିବା ବେଳେ ଆହୁରି ଅନେକ ପୁରୁଣା ଅଧିକାରୀ ସିଏମଓରେ ରହିଛନ୍ତି। ତେଣୁ ସେମାନଙ୍କ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କାର୍ଯ୍ୟ କରିବେ ନା ସେମାନଙ୍କୁ ମଧ୍ୟ ବଦଳି କରାଯିବ ତାହା ଉପରୁ ଖୁବ୍ ଶିଘ୍ର ପରଦା ହଟାଇବେ ବୋଲି ଜଣାପଡ଼ିଛି। 

ସେପଟେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ହୋଇଛନ୍ତି ଦୁଇ ନୂଆ ଅଫିସର। ସତୀଶ ଚନ୍ଦ୍ର ସାମଲ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ପାଇଥିବା ବେଳେ ବିନୋଦ ବିହାରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି।