ଓଡିଶାର ଗର୍ବ, ଓଡିଆଣୀଙ୍କ ଗୌରବ
Advertisement

ଓଡିଶାର ଗର୍ବ, ଓଡିଆଣୀଙ୍କ ଗୌରବ

ମିସେସ ଇଣ୍ଡିଆ ଗ୍ଲୋବାଲରେ ଭୁବନେଶ୍ବର ମହିଳା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିସ୍ ବର୍ଗରେ ମୟୂରଭଂଜ ଓ ଅନୁଗୋଳ ଝିଅ ରନର୍ସଅପ୍ ହୋଇଛନ୍ତି।

ଓପେରା ସୁନ୍ଦରୀ ପ୍ରତିଯୋଗୀତା ବିଜେତା

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ଅନ୍ତର୍ଜାତୀୟ ସ୍ତରରେ ଓଡିଆଣୀଙ୍କ ସଫଳତା। ସୁନ୍ଦରୀ ଓ ସର୍ବଗୁଣସଂପନ୍ନା ପ୍ରତିଯୋଗୀତାରେ ବିଜୟ ହାସଲ କଲେ ରାଜ୍ୟର ତିନି ଓଡିଆଣୀ। ଅପେରା ମିଡିଆର ମିସ୍ ଓ ମିସେସ୍ ଇଣ୍ଡିଆ ଗ୍ଲୋବାଲ୍ ପ୍ରତିଯୋଗୀତାରେ ଏମାନେ ପୁରସ୍କୃତ ହୋଇଛନ୍ତି। ମିସେସ ଇଣ୍ଡିଆ ଗ୍ଲୋବାଲରେ ଭୁବନେଶ୍ବର ମହିଳା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମିସ୍ ବର୍ଗରେ ମୟୂରଭଂଜ ଓ ଅନୁଗୋଳ ଝିଅ ରନର୍ସଅପ୍ ହୋଇଛନ୍ତି।

ପ୍ରତିବର୍ଷ ଅପେରା ମିଡିଆ ଆନୁକୂଲ୍ୟରେ ମିସ୍ ଓ ମିସେସ୍ ଇଣ୍ଡିଆ ଗ୍ଲୋବାଲ୍ ପ୍ରତିଯୋଗୀତା ଆୟୋଜିତ ହୁଏ। ଏଥିରେ ଶହ ଶହ ଭାରତୀୟ ଓ ଅଷ୍ଟ୍ରେଲିଆ NRIମାନେ ଅଂଶ ଗ୍ରହଣ କରନ୍ତି। ଚଳତି ବର୍ଷ କୋଭିଡ କଟକଣାରେ ଭର୍ଚୁଆଲରେ ପ୍ରତିଯୋଗୀତା ଆୟୋଜନ ହୋଇଛି। ତଥାପି ଏଥିରେ ପ୍ରାୟ ୬୦୦ ପ୍ରତିଯୋଗୀ ଭାଗ ନେଇଥିଲେ। ଯେଉଁଥିରେ ବାଜି ମାରିନେଇଛନ୍ତି ୩ ଜଣ ଓଡିଆଣୀ।

fallback

ସୁନ୍ଦରୀ ଓ ସର୍ବଗୁଣସଂପନ୍ନା ନାରୀ ପ୍ରତିଯୋଗୀତାରେ ଭୁବନେଶ୍ବରର ରୋଜା ସଫଳତା ହାସଲ କରିଛନ୍ତି। ଅପେରା ତାଙ୍କୁ ମିସେସ୍ ଇଣ୍ଡିଆ ଗ୍ଲୋବାଲ୍ ୨୦୨୦ ଟାଇଟଲ୍ ମିଳିଛି। ଏହି ପ୍ରତିଯୋଗିତାରେ ବ୍ୟୁଟି, ଟ୍ୟାଲେଣ୍ଟ, ପ୍ରଶ୍ନୋତ୍ତର, ରାମ୍ପ ସୋ, ଟ୍ରାଡ଼ିସିନାଲ ରାଉଣ୍ଡ ଆଦି ପ୍ରତିଯୋଗୀତାମାନ କରାଯାଇଥିଲା। ଏଥିପାଇଁ ଚଳତିବର୍ଷ ଫେବୃଆରୀରୁ ପଞ୍ଜିକରଣ ଆରମ୍ଭ ହୋଇ  ଅକ୍ଟୋବରରେ ସଂପୂର୍ଣ୍ଣ ପ୍ରତିଯୋଗୀତା ଶେଷ ହୋଇଛି। 

fallback

ବ୍ୟୁଟି ସହ ପର୍ପୋଜ ଟାସ୍କରେ କୋଭିଡ ସମୟରେ ସଫେଇ କର୍ମଚାରୀମାନଙ୍କୁ ନେଇ ସଚେତନତା ବାଣ୍ଟି ରୋଜା ଅପେରା ମିସେସ୍ ଇଣ୍ଡିଆ ଗ୍ଲୋବାଲର ମୁକୁଟ ବରଣ କରିଛନ୍ତି। ତେବେ ସେ ଗୃହିଣୀ ଓ ଚାକିରି କରି ବି ଇଚ୍ଛାଶକ୍ତି ବଳରେ ଏ ସଫଳତା ହାସଲ କରିଛନ୍ତି । ତେବେ ନିଜର କମ୍ୟୁନିକେସନ ସ୍କିଲ ଦୃଢ କଲେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ସଫଳତା ପାଇବା ସହଜ ବୋଲି ରୋଜା କହିଛନ୍ତି।

fallback

ସେହିପରି ଅପେରା ମିସ୍ ବର୍ଗରେ ଓଡିଶାର ଦୁଇ ଝିଅ ରନର୍ସଅପ୍ ହୋଇଛନ୍ତି। ମୟୂରଭଂଜର ଅର୍ପିତା ଦାସ ଦ୍ୱିତୀୟ ଏବଂ ଅନୁଗୋଳର ଝିଅ ପ୍ରତ୍ୟୁଷା ଅମାନ୍ତ ତୃତୀୟ ସ୍ଥାନ ଅଧିକାର କରି ଏହି ସୁନ୍ଦରୀ ପ୍ରତିଯୋଗିତାରେ ଚମକିଛନ୍ତି । ଅର୍ପିତା ନାଚ, ମଡେଲିଂ ଓ ଫଟୋସୁଟ୍ ରାଉଣ୍ଡରେ ମନୋନୀତ ହୋଇଛନ୍ତି। ଆଉ ପ୍ରତ୍ୟୁଷା ରାମ୍ପ ୱାକ୍ ସହ ବିଭିନ୍ନ ରାଉଣ୍ଡରେ ମନୋନୀତ ହୋଇଛନ୍ତି। ଏହାକୁ ଅଭିଜ୍ଞତା ସହ ନେଇ କ୍ୟାରିୟର ବନାଇବା ସହ ଆହୁରି ସଫଳ ପ୍ରଦର୍ଶନ କରିବାକୁ ଉଭୟେ ଲକ୍ଷ୍ୟ ରଖିଛନ୍ତି।

ତେବେ ଗୌରବର କଥା ଗତ ତିନି ବର୍ଷ ଲଗାତାର ଭାବେ ଏହି ପ୍ରତିଯୋଗୀତାରେ ଓଡିଆଣୀଙ୍କୁ ସଫଳତା ମିଳିଆସୁଛି । ଦେଶ ଓ ବିଦେଶେର ଏହି ନାରୀମାନେ ଖାଲି ଓଡିଶାକୁ ଯେ ଗର୍ବିତ କରିନାହାନ୍ତି ବରଂ ପ୍ରତିଟି ଓଡିଆଣୀଙ୍କ ପାଇଁ ଉଦାହରଣ ସାଜିଛନ୍ତି।