)
ନୂଆଦିଲ୍ଲୀ: ସୋମବାର ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ସର୍ବଶ୍ରେଷ୍ଠ ଫିଚର ଫିଲ୍ମ (ହିନ୍ଦୀ) ପୁରସ୍କାର ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ 'ଛିଛୋରେ'କୁ ପ୍ରଦାନ କରାଯାଇଛି। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ 'ଶଲା ବୁଢ଼ାର ବଦଲା’, 'କାଲିର ଅତୀତ' ଏବଂ ଶ୍ରେଷ୍ଠ କଳା ଓ ସାଂସ୍କୃତିକ ଚଳଚ୍ଚିତ୍ର ଭାବେ 'ଶ୍ରୀକ୍ଷେତ୍ରରୁ ସାହିଯାତ' ପୁରସ୍କାର ପାଇଁ ବିବେଚିତ ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ଆଶୁତୋଷ ପଟ୍ଟନାୟକ ଓ ସବ୍ୟସାଚୀ ମହାପାତ୍ରଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।
କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ କଙ୍ଗନା ରଣାୱତ (ମଣିକର୍ଣ୍ଣିକା ଓ ପଙ୍ଗା)ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ଏହା କଙ୍ଗନାଙ୍କ ୪ର୍ଥ ଜାତୀୟ ପୁରସ୍କାର ହେବ। ସେହିପରି ମନୋଜ ବାଜପେୟୀ (ଭୋସଁଲେ) ଓ ଧନୁଷ (ଅସୁରନ୍)ଙ୍କୁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତା ଚୟନ କରାଯାଇଛି। ଚଳଚ୍ଚିତ୍ର ଉପଯୋଗୀ ରାଜ୍ୟ ଭାବେ ସିକ୍କିମକୁ ଜାତୀୟ ପୁରସ୍କାର ଦିଆଯାଇଛି।
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ତାଲିକା:-
FEATURE FILMS
NON FEATURE FILMS