ବିବାଦରେ Bachchan Pandey; ପୂରଣ କରିପାରୁନି ଟାର୍ଗେଟ୍, ତିନି ଦିନର ଆୟ ମାତ୍ର ଏତିକି ଟଙ୍କା
Advertisement
Article Detail0/zeeodisha/odisha1130037

ବିବାଦରେ Bachchan Pandey; ପୂରଣ କରିପାରୁନି ଟାର୍ଗେଟ୍, ତିନି ଦିନର ଆୟ ମାତ୍ର ଏତିକି ଟଙ୍କା

ଅକ୍ଷୟ କୁମାର, କ୍ରିତି ସାନନ୍ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଭିନିତ ଫିଲ୍ମ 'ବଚ୍ଚନ ପାଣ୍ଡେ' ଏବେ ଥିଏଟରରେ ଶୀଥିଳ ପଡିଛି। ବର୍ତ୍ତମାନ ଫିଲ୍ମ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛି। କ୍ରୋଧର ମୂଳ କାରଣ ହେଉଛି ଏହାର ଟାଇଟଲ ଏବଂ ମୁଖ୍ୟ ଚରିତ୍ର। ସୋସିଆଲ ମିଡିଆରେ ଫିଲ୍ମର ବଏକଟ୍ ଦାବି କରି ଲୋକମାନେ ଲେଖୁଛନ୍ତି ଯେ, ବଲିଉଡ ଚଳଚ୍ଚିତ୍ର ନିର୍ମାତାମାନେ ଜାଣିଶୁଣି ପରଦାରେ ହିନ୍ଦୁ ଏବଂ ବ୍ରାହ୍ମଣଙ୍କ ନକାରାତ୍ମକ ଚିତ୍ର ପ୍ରଦର୍ଶନ କରୁଛନ୍ତି। 

ଡିଜାଇନ୍ ଫଟୋ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଫିଲ୍ମ 'ବଚ୍ଚନ ପାଣ୍ଡେ' ରିଲିଜ ହେବା ପୂର୍ବରୁ  ବିବାଦ ଭିତରକୁ ଚାଲିଆସିଥିଲା। ସୋସିଆଲ ମିଡିଆରେ ଫିଲ୍ମକୁ ବଏକଟ କରିବାକୁ ଦାବି କରାଯାଉଥିଲା। ଆଜ୍ଞା ହଁ, ଏପରି ପରିସ୍ଥିତିରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ ଯେ ଏହା କାହିଁକି ଘଟୁଛି? କଣ ପାଇଁ ଏହି ଫିଲ୍ମ ବିବାଦକୁ ଟାଣି ହୋଇଛି? ସେପଟେ ୱିକେଣ୍ଡରେ ମଧ୍ୟ ଫିଲ୍ମର ଇନକମ ନୈରାଶ୍ୟଜନକ ରହିଛି।

ଅକ୍ଷୟ କୁମାର, କ୍ରିତି ସାନନ୍ ଏବଂ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ଅଭିନିତ ଫିଲ୍ମ 'ବଚ୍ଚନ ପାଣ୍ଡେ' ଏବେ ଥିଏଟରରେ ଶୀଥିଳ ପଡିଛି। ବର୍ତ୍ତମାନ ଫିଲ୍ମ ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛି। କ୍ରୋଧର ମୂଳ କାରଣ ହେଉଛି ଏହାର ଟାଇଟଲ ଏବଂ ମୁଖ୍ୟ ଚରିତ୍ର। ସୋସିଆଲ ମିଡିଆରେ ଫିଲ୍ମର ବଏକଟ୍ ଦାବି କରି ଲୋକମାନେ ଲେଖୁଛନ୍ତି ଯେ, ବଲିଉଡ ଚଳଚ୍ଚିତ୍ର ନିର୍ମାତାମାନେ ଜାଣିଶୁଣି ପରଦାରେ ହିନ୍ଦୁ ଏବଂ ବ୍ରାହ୍ମଣଙ୍କ ନକାରାତ୍ମକ ଚିତ୍ର ପ୍ରଦର୍ଶନ କରୁଛନ୍ତି। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରର ନାମ ହେଉଛି ବଚ୍ଚନ ପାଣ୍ଡେ ଅର୍ଥାତ୍ ପଣ୍ଡିତ ଏବଂ ସେ ଜଣେ ଭିଲେନ୍ ଭୂମିକାରେ ଅଛନ୍ତି। 

'ବଚ୍ଚନ ପାଣ୍ଡେ' ଫିଲ୍ମରେ ହିନ୍ଦୁ ଏବଂ ପଣ୍ଡିତମାନଙ୍କୁ ଅପମାନିତ କରୁଥିବା ଅଭିଯୋଗ ହୋଇଛି। ଫିଲ୍ମକୁ ବିରୋଧ କରୁଥିବା ଲୋକମାନେ କହିଛନ୍ତି ଯେ,  ସମଗ୍ର ବଲିଉଡରେ ଏହାକୁ ବଏକଟ୍ କରାଯାଉ। ତେବେ ଯାହାବି ହେଉନା କାହିଁକି  ମାର୍ଚ୍ଚ ୧୮ ହୋଲି ଅବସରରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଉପରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଅନେକ ଭରଷା ରହିଛି କି, ଫିଲ୍ମଟି ନିଶ୍ଚିତ ବକ୍ସ ଅଫିସରେ ହିଟ୍ କରିବ। କିନ୍ତୁ ପ୍ରଥମ ଦିନରୁ ଫିଲ୍ମ ନିର୍ମାତାଙ୍କୁ ନିରାଶ ହେବାକୁ ପଡିଛି। ଛୁଟି ଦିନରେ ଫିଲ୍ମ ରିଲିଜ ହୋଇଥିଲେ ମଧ୍ୟ ଆଶାନୁରୁପକ ବ୍ୟବସାୟ ହୋଇପାରିନାହିଁ।

Also Read: 'ଦି କଶ୍ମୀର ଫାଇଲ୍ସ'କୁ ନେଇ ବିବାଦ ମଧ୍ୟରେ ଫିଲ୍ମ ଉପରେ ଆସିଲା ଆମୀର ଖାନଙ୍କ ପ୍ରତିକ୍ରିୟା

ଅକ୍ଷୟଙ୍କ ଦମଦାର ଆକ୍ଟିଂ କରିଥିବା ଫିଲ୍ମ 'ବଚ୍ଚନ ପାଣ୍ଡେ' ପ୍ରଥମ ଦିନରେ ବକ୍ସ ଅଫିସରେ ୧୩.୨୫ କୋଟି ଟଙ୍କା ଆୟ କରିଛି। ଫିଲ୍ମଟି ଦ୍ୱିତୀୟ ଦିନରେ ୧୨ କୋଟି ଓ ତୃତୀୟ ଦିନ ରବିବାରରେ ବି ୧୨ କୋଟି ଆୟ କରିଥିବା ସୂଚନା ମିଳିଛି। ଅନ୍ୟପଟେ ବଚ୍ଚନ ପାଣ୍ଡେ ସହ ବିବେକ ଅଗ୍ନିହୋତ୍ରୀଙ୍କ 'ଦ କାଶ୍ମୀର ଫାଇଲ୍ସ' କଡ଼ା  ମୁକାବିଲା କରୁଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ 'ଦ କଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି। ଫିଲ୍ମରେ ଅନୁପମ ଖେରଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରୁଛନ୍ତି। କେବଳ ପ୍ରଶଂସକ ନୁହଁନ୍ତି, ସେଲିବ୍ରିଟିମାନେ ମଧ୍ୟ ଅନୁପମ ଖେରଙ୍କୁ ଢେର ପ୍ରଶଂସା କରୁଛନ୍ତି। ନିକଟରେ ଅଭିନେତା ସନ୍ନି ଦେଓଲ ଏବଂ ଆମୀର ଖାନ୍ ମଧ୍ୟ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ 'କଶ୍ମୀର ଫାଇଲ୍ସ'ର ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।

ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ଟ୍ରେଲର ଦେଖି ଆଶା କରାଯାଉଥିଲା ଯେ ଏହି ଫିଲ୍ମ ଭଲ ଆୟ କରିବ। ଅକ୍ଷୟଙ୍କ ଭୟଙ୍କର ରୂପ ଆଉ ଦମଦାର ଡାଇଲଗ୍ ଡେଲିଭରି ଦର୍ଶକମାନେ ପରଦାରେ ଦେଖିବାକୁ ପାଇଥିଲେ ବି ଏହାର ଆଶା ଅନୁସାରେ ବ୍ୟବସାୟ ହେଉନଥିବା ଜଣାପଡ଼ିଛି। ତିନି ଦିନରେ ଫିଲ୍ମର ବକ୍ସ ଅଫିସ କଲେକସନ୍ ୩୭.୨୫  କୋଟି ଟଙ୍କା ରହିଛି। ବିବାଦ ପାଇଁ ଦିଲ୍ଲୀ, ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ ଏହି ଫିଲ୍ମର ବିଜନେସ୍ ପ୍ରଭାବିତ ହୋଇଛି। ଲୋକେ ଦ କାଶ୍ମୀର ଫାଇଲ୍ସକୁ ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି। ତେବେ ଫରହାଦ ସାମଜିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ 'ବଚ୍ଚନ ପାଣ୍ଡେ' ଆଗକୁ କେତେ ବ୍ୟବସାୟ କରୁଛି ତାହା ଦେଖିବାକୁ ବାକି ରହିଲା।