ମହିମା ଗାଦିରେ ନୂଆଁଖାଇ: ପଶ୍ଚିମ ଓଡ଼ିଶାଠୁ ଭିନ୍ନ ରୀତିନୀତି, ଏମିତି ହୁଏ ସାଧୁଙ୍କ ପୂଜା ପଦ୍ଧତି
ଗାଁଠୁ ସହର ଯାଏଁ ସବୁଠି ଦେଖାଦେଇଥାଏ ଉତ୍ସବର ମାହୋଲ। ଢେଙ୍କାନାଳ କାମାକ୍ଷାନଗର ମହିମା ଗାଦିରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ପାଳିତ ନୂଆଁଖାଇ ପର୍ବ ପାଳିତ ହୋଇଛି।
ଢେଙ୍କାନାଳ: ଶନିବାର କୃଷି ଭିତ୍ତିକ ମହାନ ପର୍ବ ତା'ସହିତ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଳିତ ହୋଇଯାଇଛି। ଏହି ନୂଆଁଖାଇ ନବାର୍ନ ଭାବେ ବେଶଜଣାଶୁଣା। ଗାଁଠୁ ସହର ଯାଏଁ ସବୁଠି ଦେଖାଦେଇଥାଏ ଉତ୍ସବର ମାହୋଲ। ଢେଙ୍କାନାଳ କାମାକ୍ଷାନଗର ମହିମା ଗାଦିରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ପାଳିତ ନୂଆଁଖାଇ ପର୍ବ ପାଳିତ ହୋଇଛି।
ଗତ ୨ ବର୍ଷର ହେଲା କୋରୋନା କଟକଣା ପାଇଁ ନୂଆଁଖାଇ ମଉଜ ଟିକେ ଫିକା ପଡିଛି। ସରକାରଙ୍କ ନିୟମକୁ ମାନି କାମାକ୍ଷାନଗର ଠାରେ ଥିବା ମହିମା ଗାଦିରେ କମ ସଂଖ୍ୟକ ଭକ୍ତମାନଙ୍କୁ ନେଇ ପର୍ବ ପାଳିତ ହୋଇଛି। ବେଶ ଧୂମଧାମରେ ଏହି ପର୍ବକୁ ପାଳନ ଅଞ୍ଚଳବାସୀ କରିଥାନ୍ତି। କିନ୍ତୁ ମହାମାରୀ ଯୋଗୁ ସରକାର ମନ୍ଦିରରେ ଭକ୍ତ ସମାଗମକୁ ଏତେ ମାତ୍ରାରେ ଦେଖିବାକୁ ମିଳି ନଥିଲା। ତେଣୁ ଏ ବର୍ଷ ଖୁମ କମ ସଂଖ୍ୟକ ଭକ୍ତମାନଙ୍କୁ ନେଇ ଏହି ନୂଆ ପାଳନ କରାଯାଇଥିଲା।
Also Read: ରାଜଧାନୀରେ ଇକୋ ଫ୍ରେଣ୍ଡଲି ଗଣେଶ ପୂଜା ପାଳିତ; ପ୍ରସାଦ ଆକାରରେ ମିଳିଲା ଗଛ
ନୂଆଁଖାଇ (Nuakhai) ଅବସରରେ ବହ୍ମ ମୁହୂର୍ତ୍ତରୁ ଉଠି ମହିମା ଭକ୍ତମାନେ ନିତ୍ୟକର୍ମ ସାରି ନୂଆଁ ବସ୍ତ୍ର ପରିଧାନ କରି ଏକତ୍ରିତ ହୋଇ ଭଜନ ଓ କୀର୍ତ୍ତନ କରିଥାନ୍ତି। କିନ୍ତୁ ଏସବୁ ଏବର୍ଷ ଦେଖିବାକୁ ମିଳି ନଥିଲା। ସୁଦୂର ଆଠଗଡରୁ ନୂତନ ଧାନ ଆସିଥିଲା। ସେଥିରୁ ନୂତନ ଚୂଡା ପ୍ରସ୍ତୁତ କରାଯାଇ ପ୍ରାତଃ ୪.୩୦ ମିନିଟ ସମୟରେ ଭକ୍ତମାନେ ଏକାଠି ହୋଇ ସୂର୍ଯ୍ୟୋଦୟ ପୂର୍ବରୁ ନୂଆଧାନରେ ତିଆରି ଚୂଡାକୁ କଦଳି, ସେଓ, ନଡିଆ, ମହୁ, ଘିଅ, କ୍ଷୀର, ଦହି, ଗୁଡ ଆଦିରେ ପ୍ରସ୍ତୁତ ନବାନ୍ନକୁ ଏକ ନୂତନ ମାଟି ପାତ୍ରରେ ଅମୁଣିଆ ମଣ୍ଡପଠାରେ ଶୂନ୍ୟ ଠାକୁର ଅଲେଖ ମହିମାଙ୍କୁ ଅର୍ପଣ କରିଥିଲେ। ଏହାକୁ ମହିମା ଧର୍ମରେ ଅମୁଣିଆ ବୋଲି କୁହାଯାଇଥାଏ।
ମହିମାଧର୍ମୀ (Alekh Mahima) ସାଧୁଙ୍କ ଆଶୀର୍ବାଦ ନେଇ ଭକ୍ତମାନେ ନୂଆଁଖାଇ ଦିନ ନିଜ ପରିବାରର ଆରୋଗ୍ୟ କାମନା କରିଥାନ୍ତି। ଓଡ଼ିଶାର ପ୍ରସିଦ୍ଧ ମହିମା ମଠ ଭାବେ ପରିଚିତ ଜୋରନ୍ଦା ମଠରେ ପ୍ରଥମେ ନୂଆଖାଇ ପାଳନ ପରେ କାମାକ୍ଷାନଗରସ୍ଥିତ ମହିମା ଗାଦି ଠାରେ ଏହି ଗଣପର୍ବକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତମାନେ ଆସିଥାନ୍ତି। କିନ୍ତୁ କୋରୋନା କଟକଣା ଯୋଗୁ ବାହାର ଭକ୍ତ କିମ୍ବା ଲୋକମାନଙ୍କ ସମାଗମକୁ ଏଥର ଏଡାଇ ଦିଆଯାଇଛି। ଏହା ପରେ ସମସ୍ତ ଭକ୍ତ, ସାଧୁ ସନ୍ଥମାନେ ଏକାଠି ନବାନ୍ନକୁ ଭକ୍ଷଣ କରିଥାନ୍ତି। ସମଗ୍ର ବିଶ୍ବର କଲ୍ୟାଣ ଓ ବିଶ୍ବରୁ କୋରୋନା ମହାମାରୀ ଦୂରେଇ ଯାଉ ବୋଲି ସାଧୁମାନେ ଅଲେଖ ମହିମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
ଧାନ ଅମଳର ଖୁସିରେ ଚାଷିମାନେ (Farmers Festival) ନୂଆଁଖାଇ ପର୍ବ ପାଳନ କରିଥାନ୍ତି। ୧୮୬୨ ମସିହାରୁ ଏକ ଚାଳ ଘରେ ଏହି ପର୍ବ ପାଳନ କରାଯାଉଥିଲା ଯାହା ୧୮୭୫ ମସିହାରେ ନୂତନ ଆଶ୍ରମ ନିର୍ମାଣ ହେବା ଠାରୁ ପ୍ରତ୍ୟେକ ବର୍ଷ ନୂଆଁଖାଇ ପାଳିତ ହୋଇ ଆସୁଅଛି। ପଶ୍ଚିମ ଓଡିଶାରେ ନୂଆଁଖାଇକୁ ମା' ସମଲେଶ୍ବରୀଙ୍କ ପାଖରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ନୂତନ ଧାନରେ ପ୍ରସ୍ତୁତ ଚୂଡାକୁ ନବାନ୍ନ ଭାବରେ ଲଗାଯାଇଥାଏ। କିନ୍ତୁ ମହିମାଧର୍ମର ଲୋକମାନେ ନୂତନ ଧାନରୁ ପ୍ରସ୍ତୁତ ଚୂଡା ଓ ସୁବାସିତ ଫଳ, କ୍ଷୀର, ଗୁଡରେ ପ୍ରସ୍ତୁତ ନବାନ୍ନକୁ ଅଲେଖ ମହିମା ପ୍ରଭୂଙ୍କୁ ଅର୍ପଣ କରିଥାନ୍ତି। ତେବେ ଏଠାକୁ ଆସିଥିବା ଭକ୍ତମାନେ ପ୍ରାତଃ ସମୟରୁ ବିଧି ମୁତାବକ ଏହି ପର୍ଵକୁ ପାଳନ କରିଥାନ୍ତି ।
Also Read: NEET-2021: ଆଜି ରାଜ୍ୟର ୧୬ ସହରରେ ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା
ଏହି ନୂଆଁଖାଇକୁ ମହିମା ଧର୍ମାବଲମ୍ବୀ ଭକ୍ତମାନେ ବାର୍ଷିକ ଉତ୍ସବ ଭାବେ ମଧ୍ୟ ପାଳନ କରିଥାନ୍ତି। ବିଶ୍ବାସ ଅଛି ଯେ, ବର୍ଷର ପ୍ରଥମ ଶସ୍ୟ ବା ଧାନକୁ ଠାକୁରଙ୍କୁ ଅର୍ପଣ କଲେ ଭଲ ଅମଳ ହେବା ସହ ଜଗତର ମଙ୍ଗଳ ହେବ। ତେଣୁ ଏହି ପର୍ବକୁ ମହିମା ଧର୍ମାମଲମ୍ବୀମାନେ ଆନନ୍ଦ ଉଲ୍ଲାସର ପାଳନ କରିଥାନ୍ତି ।