ରାଜଧାନୀରେ ଇକୋ ଫ୍ରେଣ୍ଡଲି ଗଣେଶ ପୂଜା ପାଳିତ; ପ୍ରସାଦ ଆକାରରେ ମିଳିଲା ଗଛ
Advertisement

ରାଜଧାନୀରେ ଇକୋ ଫ୍ରେଣ୍ଡଲି ଗଣେଶ ପୂଜା ପାଳିତ; ପ୍ରସାଦ ଆକାରରେ ମିଳିଲା ଗଛ

କୋରୋନା ମହାମାରୀ ପାର୍ବଣ ଋତୁକୁ ଫିକା କରିଦେଇଛି ସତ ହେଲେ ତଥାପି ଯୁଗ ସହ ତାଳ ଦେଇ ଆବଶ୍ୟକତାକୁ ଦେଖି ଭିନ୍ନ ଭିନ୍ନ ପରମ୍ପରାରେ ପୂଜା ପାଳନ କରାଯାଉଛି।

ରାଜଧାନୀରେ ଇକୋ ଫ୍ରେଣ୍ଡଲି ଗଣେଶ ପୂଜା ପାଳିତ; ପ୍ରସାଦ ଆକାରରେ ମିଳିଲା ଗଛ

ଭୁବନେଶ୍ୱର: ନିଆରା ଗଣେଶ ପୂଜା। ଆଜି ହେଉଛି ଅଗ୍ରପୂଜ୍ୟ ପ୍ରଭୁ ବିଘ୍ନରାଜଙ୍କ ଜନ୍ମତିଥି। ଏହି ପବିତ୍ର ଗଣେଷ ପୂଜା ଅବସରରେ ଗା ଠାରୁ ସହର ହୋଇଉଠିଛି ଚଳଚଞ୍ଚଳ। ଏହି ଅବସରରେ ରାଜ୍ୟ ରାଜଧାନୀରେ ନିଆରା ଢଙ୍ଗରେ ପାଳନ ହୋଇଯାଇଛି ପୂଜା। ଫରେଷ୍ଟ ପାର୍କରେ ଏକ ଗଛକୁ ଗଜାନନ ବେଶରେ ସଜାଯାଇ ପୂଜା କରାଯାଇଥିବା ବେଳେ ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କଟକଣା ଯୁକ୍ତ ସାମୂହିକ ପୂଜା କରାଯାଇଛି। ସେପଟେ ମଣ୍ଡପରେ ମଧ୍ୟ ବିନା ଭକ୍ତରେ ଆବଦ୍ଧ ପୂଜା କରାଯାଇ ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯାଇଛି। 

"ଓମ୍ ନମଃ ଗଣେଶ ବିଘ୍ନେଶ, ଗିରିଜାନନ୍ଦନ ପ୍ରଭୁ, ମମ ବିଘ୍ନ ବିନାଶାୟ" ଆଜି ହେଉପବିତ୍ର ଗଣେଶ ଚତୁର୍ଥୀ। ଗଜାନନଙ୍କୁ ଆବାହନ କରିବାକୁ ପଲ୍ଲୀରୁ ଦିଲ୍ଲୀ ସବୁଠି ହୋଇଉଠିଛି ଉତ୍ସବମୁଖର। ଗତବର୍ଷ ଠାରୁ କୋରୋନା ମହାମାରୀ ପାର୍ବଣ ଋତୁକୁ ଫିକା କରିଦେଇଛି ସତ ହେଲେ ତଥାପି ଯୁଗ ସହ ତାଳ ଦେଇ ଆବଶ୍ୟକତାକୁ ଦେଖି ଭିନ୍ନ ଭିନ୍ନ ପରମ୍ପରାରେ ପୂଜା ପାଳନ କରାଯାଉଛି। ଏହାରି ଭିତରେ ଭୁବନେଶ୍ବର ଫରେଷ୍ଚ ପାର୍କ ଠାରେ ଏକ ଗଛକୁ ଗଜାନନ ବେଶରେ ସଜେଇ ପୂଜାର୍ଚ୍ଚନା କରାଯାଇଛି।

fallback

Also Read: ରାତି ପାହିଲେ ଗଣେଶ ପୂଜା; ଘରେ ପୂଜା କରିବାକୁ ନେଇ ବଢୁଛି ଆଦର

ବର୍ତ୍ତମାନ ଅମ୍ଳଜାନର (Oxygen) ଆବଶ୍ୟକତା ଦୃଷ୍ଟିରେ ରଖି ଲୋକଙ୍କୁ ଉତ୍ତମ ବାର୍ତ୍ତା ଦେବା ଲାଗି ବକୁଳ ଫାଉଣ୍ଡେସନ ପକ୍ଷରୁ ଏହି ପ୍ରୟାସ କରାଯାଇଛି। ଏହାସହ ପ୍ରସାଦ ଆକାରରେ ଗଛ ଉପହାର ଦିଆଯାଇଛି। ସେହିପରି ୟୁନିଟ ୮ ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କୋରୋନା କଟକଣା ସହ ମାର୍ଗଦର୍ଶିକା ମୁତାବକ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନିଜସ୍ଵ ପ୍ରଭୁଙ୍କ ମୂର୍ତ୍ତି ରଖି 'ଅର୍ଚ୍ଚନା' କାର୍ଯ୍ୟକ୍ରମ ମାଧ୍ୟମରେ ସାମୂହିକ ପୂଜାର୍ଚ୍ଚନା କରାଯାଇଛି। 

fallback

କେବଳ ଏତିକିରେ ସୀମିତ ନୁହେଁ ଆକାଶଛୁଆଁ ମୂର୍ତ୍ତୀ ଆଉ ଆକର୍ଷଣୀୟ ସାଜସଜ୍ଜା ସହ ଶ୍ରଦ୍ଧାଳୁଙ୍କ ଗହଣରେ ଫାଟି ପଡୁଥିବା ପୂଜା ମଣ୍ଡପରେ ଦେଖିବାକୁ ମିଳିଛି ଖାଁ ଖାଁ ପରିସ୍ଥିତି। ସରକାରଙ୍କ ମାର୍ଗଦର୍ଶିକା ମୁତାବକ ମଣ୍ଡପରେ ଆବଦ୍ଧ ପୂଜା କରାଯାଇଛି। ବିନା ଭକ୍ତ ଆଉ ପ୍ରସାଦ ସେବନରେ କେବଳ ୭ ଜଣ ସଦସ୍ୟଙ୍କ ଗହଣରେ ପୂଜାର୍ଚ୍ଚନା କରାଯାଇଛି। କିଛି ମଣ୍ଡପ ପକ୍ଷରୁ ନିଜ କ୍ଲବ୍ ସଦସ୍ୟ ଆଉ ଭକ୍ତଙ୍କ ଦର୍ଶନ ଲାଗି ସୋସିଆଲ ମିଡ଼ିଆ ମାଧ୍ୟମରେ ଅନଲାଇନ୍ ବ୍ୟବସ୍ଥା କରାଯାଇଛି।   

Also Read: ଫିକା ପଡିବ ପାର୍ବଣ ଋତୁ; କଟକଣାରେ ପାଳନ ହେବ ଗଣେଶ ପୂଜା

ମହାମାରୀର ମହାକୋପ ପାର୍ବଣ ଆରମ୍ଭରୁ ନିଜର କାୟା ବିସ୍ତାର କରିଛି। ଆଗକୁ ଦଶହରା, ଲକ୍ଷ୍ମୀ ପୂଜା, କାଳିପୂଜା ଆଦି ପର୍ବପର୍ବାଣୀର ଋୁତୁ ଆସୁଛି। ହେଲେ ଏହା କୋରୋନାକୁ ନଆଣୁ ବୋଲି ସଭିଏଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।