NEET-2021: ଆଜି ରାଜ୍ୟର ୧୬ ସହରରେ ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା
Advertisement

NEET-2021: ଆଜି ରାଜ୍ୟର ୧୬ ସହରରେ ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା

ଉଭୟ ଦେଶ ଓ ବିଦେଶର ୨୦୨ଟି ସହରରେ NEET ପାଇଁ ହୋଇଥିବା ୩୮୬୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ NTA ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର:  ଆଜି ନିଟ୍ ପରୀକ୍ଷା। ୨୦୨୧ ଶିକ୍ଷାବର୍ଷର ମେଡିକାଲ ତଥା MBBS/BDS/BAMS ଭଳି ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି NEET ବା ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଅନୁଷ୍ଠିତ ହେବ। କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରେଣୀ ଗୃହରେ କିଭଳି କମ ଛାତ୍ରଛାତ୍ରୀ ବସିବେ ସେ ଦିଗକୁ ଦୃଷ୍ଟି ଦିଆଯାଇଛି। ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ଚଳିତ ବର୍ଷ ବୃଦ୍ଧି କରାଯାଇଛି।

ଉଭୟ ଦେଶ ଓ ବିଦେଶର ୨୦୨ଟି ସହରରେ NEET ପାଇଁ ହୋଇଥିବା ୩୮୬୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ NTA ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ୧୬ଟି ସହର ଅନୁଗୁଳ, ବାଲେଶ୍ଵର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନିପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା ଓ ପୁରୀ ସହରରେ ନିଟ୍ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେଉଛି। 

Also Read: ପାସ୍-ଫେଲ ଖେଳ ଖେଳୁଛି ସିଏଚଏସଇ;ଚିନ୍ତାରେ ଛାତ୍ରଛାତ୍ରୀ

ରାଜ୍ୟର ୧୬ ସହରରେ ୩୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। କେବଳ ଭୁବନେଶ୍ୱରରେ ୧୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦ ହଜାର ୯୯୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ଓଡ଼ିଆ ସମେତ ୧୩ଟି ଭାଷାରେ ପରୀକ୍ଷା ହେବ। ଲିଖିତ ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସରିବ। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ଦିନ ୧୧ଟାରୁ ସାଢେ ଗୋଟେ ମଧ୍ୟରେ ପ୍ରବେଶ କରିବେ। ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍‌ ସ୍ଲଟ୍‌ ପ୍ରଦାନ କରାଯାଇଛି। 

ସେହିପରି ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ। ପରୀକ୍ଷା କେନ୍ଦ୍ରରେ ପଞ୍ଜୀକରଣ ସ୍ପର୍ଶବିହୀନ ରହିବ। ବିଶୋଧନ ସହ ପରୀକ୍ଷାର୍ଥୀଙ୍କ ବସିବା ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଛାତ୍ରଛାତ୍ରୀଙ୍କର ଆଡମିଟ୍ ଡାଉନଲୋଡ୍ ହେବାରେ କୌଣସି ଅସୁବିଧା ଦେଖା ଦେଲେ ୦୧୧-୪୦୭୫୯୦୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି।