KK ମୃତ୍ୟୁ ମାମଲାର ରହସ୍ୟ ଖୋଲିବ CBI! ହାଇକୋର୍ଟରେ PIL ସ୍ୱୀକାର
Advertisement

KK ମୃତ୍ୟୁ ମାମଲାର ରହସ୍ୟ ଖୋଲିବ CBI! ହାଇକୋର୍ଟରେ PIL ସ୍ୱୀକାର

ଆବେଦନକାରୀ ରବିଶଙ୍କର ଚଟ୍ଟୋପାଧ୍ୟାୟ ଯୁକ୍ତି କରିଛନ୍ତି ଯେ, ସେହି ଦୁର୍ଭାଗ୍ୟଜନକ ସନ୍ଧ୍ୟାରେ ନାଜରୁଲ ମଞ୍ଚ (Nazrul Manch) ରେ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ରହିଆସିଛି ଏବଂ ବିଶୃଙ୍ଖଳା ପଛରେ ସ୍ଥାନୀୟ ପ୍ରଶାସନର ଅବହେଳା ଅନ୍ୟତମ।

ଡିଜାଇନ୍ ଫଟୋ

କୋଲକାତା: ପ୍ରତିଷ୍ଠିତ ସିଙ୍ଗର କେକେ ମୃତ୍ୟୁ ମାମଲାର ତଦନ୍ତ କେନ୍ଦ୍ରୀୟ ସଂସ୍ଥା କରିପାରେ। କଲିକତା ହାଇକୋର୍ଟର ଡିଭିଜନ୍ ବେଞ୍ଚ ସୋମବାର ଏକ ପିଏଲ୍ ସ୍ୱୀକାର କରିଛି। ଯେଉଁଥିରେ ପ୍ଲେବ୍ୟାକ୍ ଗାୟକ କେକେଙ୍କ ମୃତ୍ୟୁ ଘଟଣାର ସିବିଆଇ ଯାଞ୍ଚ ପାଇଁ ଦାବି କରାଯାଇଛି।

କେକେଙ୍କ ମୃତ୍ୟୁରେ ସିବିଆଇ ତଦନ୍ତ ଦାବି କରି ଆଡଭୋକେଟ୍ ରବିଶଙ୍କର ଚଟ୍ଟୋପାଧ୍ୟାୟ, କଲିକତା ହାଇକୋର୍ଟ (Calcutta High Court) ରେ ଆବେଦନ କରିଥିଲେ। ସୋମବାର ଅପରାହ୍ନରେ ପ୍ରଧାନ ବିଚାରପତି ପ୍ରକାଶ ଶ୍ରୀବାସ୍ତବ ଏବଂ ଜଷ୍ଟିସ ରାଜଶ୍ରୀ ଭରଦ୍ୱାଜଙ୍କୁ ନେଇ ଗଠିତ ହାଇକୋର୍ଟ (High Court) ର ଡିଭିଜନ୍ ବେଞ୍ଚ ସେହି ଜନସ୍ୱାର୍ଥ ମାମଲାକୁ ସ୍ୱୀକାର କରିଛନ୍ତି।

ଆବେଦନକାରୀ ରବିଶଙ୍କର ଚଟ୍ଟୋପାଧ୍ୟାୟ ଯୁକ୍ତି କରିଛନ୍ତି ଯେ, ସେହି ଦୁର୍ଭାଗ୍ୟଜନକ ସନ୍ଧ୍ୟାରେ ନାଜରୁଲ ମଞ୍ଚ (Nazrul Manch) ରେ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ରହିଆସିଛି ଏବଂ ବିଶୃଙ୍ଖଳା ପଛରେ ସ୍ଥାନୀୟ ପ୍ରଶାସନର ଅବହେଳା ଅନ୍ୟତମ। ତେଣୁ ଅବ୍ୟବସ୍ଥା ପଛରେ ଅବହେଳାର ଛୋଟ ଛୋଟ ବିନ୍ଦୁକୁ ଚିହ୍ନଟ କରାଯିବା ଆବଶ୍ୟକ। ଏଥିପାଇଁ ସିବିଆଇ ଯାଞ୍ଚ (CBI probe) ଆବଶ୍ୟକ ବୋଲି ପିଆଇଏଲରେ ଯୁକ୍ତି ରଖାଯାଇଛି। 

Also Read: ଚାକିରିଆଙ୍କ ପାଇଁ ବଡ଼ ଖବର; ପୁରୁଣା କର୍ମଚାରୀଙ୍କୁ ମିଳବ କି ଦେଢ଼ ଲକ୍ଷ ଟଙ୍କା? ଶ୍ରମ ମନ୍ତ୍ରାଳୟ କହିଲା...

ମେ ୩୧ରେ ଦକ୍ଷିଣ କୋଲକାତାର ନାଜରୁଲ ମଞ୍ଚରେ ଗୁରୁଦାସ କଲେଜର ବାର୍ଷିକ କଲେଜ ଫେଷ୍ଟରେ ପ୍ରଦର୍ଶନ କରିବା ପରେ କେକେ (KK) ହଠାତ ଅସୁସ୍ଥ ହୋଇଥିଲେ। ପରେ କୋଲକାତାରେ ହି ସେ ମୃତ୍ୟୁ ବରଣ କରିଥିଲେ। ଇଭେଣ୍ଟ ସମୟରେ ଭେନ୍ୟୁରେ ଅନେକ ଅନିୟମିତତା ହୋଇଥିଲା, ଯେଉଁଠାରେ ଅଡିଟୋରିୟମର ବସିବାର କ୍ଷମତା ଦ୍ୱିଗୁଣିତ ହୋଇଥିଲା। ତାଙ୍କ ପ୍ରଦର୍ଶନ ସମୟରେ, କେକେ ଅନେକ ଥର ଅସନ୍ତୋଷର ସମ୍ମୁଖୀନ ହୋଇଥିଲେ।

ଏହା ମଧ୍ୟ ଜାଣିବାକୁ ମିଳିଛି ଯେ, ଅତ୍ୟଧିକ ଭିଡ଼ ହେତୁ ଅଡିଟୋରିୟମର ଏୟାର କଣ୍ଡିସନର ମେସିନ୍ଗୁଡ଼ିକ ଆବଶ୍ୟକ ମୁତାବକ କାର୍ଯ୍ୟକରିନଥିଲେ। ଫଳରେ ସେହି ସ୍ଥାନରେ ଶ୍ୱାସକ୍ରିୟା ନେବାରେ ସମସ୍ୟା ଦେଖାଦେଇଥିଲା। ଏହି ଘଟଣାକୁ ନଇ ପଶ୍ଚିମବଙ୍ଗର ବିଜେପି ଲୋକସଭା ସଦସ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି କେକେ ମୃତ୍ୟୁ ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ କଲିକତା ହାଇକୋର୍ଟ, ସିବିଆଇ ତଦନ୍ତ ଦାବିର ପିଆଇଏଲ୍ ସ୍ୱୀକାର କରିଛନ୍ତି।