ଭୁବନେଶ୍ଵର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହେବେ ବିଷ୍ଣୁପଦ !
Advertisement
Article Detail0/zeeodisha/odisha2562067

ଭୁବନେଶ୍ଵର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହେବେ ବିଷ୍ଣୁପଦ !

Ias Bishnupada sethi: ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ୍ ଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ। ୧୦ ତାରିଖରେ ସମନ ଜାରି ହୋଇଥିବାବଏଳେ ୧୧ ତାରିଖରେ ହାଜର ପାଇଁ କୁହାଯାଇଥିଲା। ଏହା ମଧ୍ୟରେ ବିଷ୍ଣୁପଦଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇ ଜେରା କରି ସାରିଛି।ଏହି ୩ଜଣ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଲାଂଚ ଟଙ୍କା ନେଣଦେଣ ହେଉଥିବା ସିବିଆଇ ସନ୍ଦେହ କରିଛି।

ଭୁବନେଶ୍ଵର ନୁହେଁ ଦିଲ୍ଲୀ ସିବିଆଇରେ ହାଜର ହେବେ ବିଷ୍ଣୁପଦ !

ଭୁବନେଶ୍ଵର: ଦିଲ୍ଲୀରେ ହାଜର ହୋଇପାରନ୍ତି ଆଇଏଏସ୍ ବିଷ୍ଣୁପଦ ସେଠୀ। ଦିଲ୍ଲୀରେ ହାଜର ନେଇ ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି। ତଦନ୍ତରେ ସହଯୋଗ କରି ସେ ସମସ୍ତ ତଥ୍ୟ ରଖିବେ। ହେଲେ ଭୁବନେଶ୍ଵର ନୁହେଁ ଦିଲ୍ଲୀରେ ହାଜର ପାଇଁ ସେ ଚିଠି ଲେଖିଥିବା ଜଣାପଡିଛି। 

ଗତ ୭ତାରିଖରେ ଜୟଦେବ ବିହାର ଅଂଚଳରୁ ଏକ କାରରୁ ସିବିଆଇ ଅଫିସରମାନେ ୧୦ଲକ୍ଷ ଟଙ୍କା ନଗଦ ଲାଂଚ ଟଙ୍କା ଜବତ କରିବା ସହ ୩ଜଣଙ୍କୁ ଗିରଫ କରିବା ପରେ ଏହି ଟେଣ୍ଡର ଫିକ୍ସିଂର ନୂଆ ଦିଗ ପଦାକୁ ଆସିଛି। କେନ୍ଦ୍ରୀୟ ପିଏସୟୁ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀଙ୍କ ସମେତ ଆଦିତ୍ୟଦେବ ଇନଫ୍ରାଷ୍ଟକର ପ୍ରାଃ ଲିଃର ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିଃର ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିବା ପରେ ବିଷ୍ଣୁପଦଙ୍କ ସମ୍ପୃକ୍ତିର ପୁଳାପୁଳା ପ୍ରମାଣ ପାଇଛି ସିବିଆଇ। କେନ୍ଦ୍ରୀୟ ପିଏସୟୁଠୁ ‘ସବଲେଟ୍‌’ରେ ଏହି ଦୁଇ ବିଲଡର ସଂସ୍ଥା କିଭଳି କାର୍ଯ୍ୟ ପାଇବେ ସେନେଇ ସୁଚିନ୍ତିତ ରଣନୀତିରେ କାର୍ଯ୍ୟ କରାଯାଇଥିବାର ଅଭିଯୋଗ ହେଉଛି। ଯେଉଁଥିପାଇଁ ଗତ ଅକ୍ଟୋବର ୧୯ତାରିଖରେ ବିଷ୍ଣୁପଦ ନିଜେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ୪ଟି କେନ୍ଦ୍ରୀୟ ପିଏସୟୁ ବ୍ରିଜ୍ ଆଣ୍ଡ ରୁଫ୍, ୱାପକୋସ, ଏନବିସିସି ଓ ସିଇଏଲ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ କରିବା ସମ୍ପର୍କରେ ଅବଗତ କରାଇଛନ୍ତି। 

ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମ୍ ଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ। ୧୦ ତାରିଖରେ ସମନ ଜାରି ହୋଇଥିବାବଏଳେ ୧୧ ତାରିଖରେ ହାଜର ପାଇଁ କୁହାଯାଇଥିଲା। ଏହା ମଧ୍ୟରେ ବିଷ୍ଣୁପଦଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇ ଜେରା କରି ସାରିଛି।ଏହି ୩ଜଣ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଲାଂଚ ଟଙ୍କା ନେଣଦେଣ ହେଉଥିବା ସିବିଆଇ ସନ୍ଦେହ କରିଛି।