ପ୍ରଶାସନର ଫୋକସରେ ରେଶମ ନଗରୀର ମିଠା ଦୋକାନ
Advertisement
Article Detail0/zeeodisha/odisha784935

ପ୍ରଶାସନର ଫୋକସରେ ରେଶମ ନଗରୀର ମିଠା ଦୋକାନ

ଆଉ ଦିନକ ପରେ ଆଲୋକର ପର୍ବ ଦୀପାବଳି। ଏଥିଲାଗି ଘରେ ଘରେ ପ୍ରସ୍ତୁତି ଯୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଚଳିତବର୍ଷ ମହାମାରି କୋରୋନାକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ଫୁଟାଇବା ଉପରେ ସରକାର କଟକଣା ଲଗାଇଛନ୍ତି।

 

ପ୍ରତିକାତ୍ମକ ଫଟୋ

ବ୍ରହ୍ମପୁର: ଚଳିତବର୍ଷ ଦଶହରା ପରି ଦୀପାବଳି ବି ନିରାଡମ୍ବର ଭାବେ ପାଳନ ହେବ। ବାଣ ଫୁଟିବ ନାହିଁ କିନ୍ତୁ ବନ୍ଧୁବର୍ଗଙ୍କୁ ମିଠା ଦେଇ ସୁବେତ୍ସା ଜଣାଇବା ଲାଗି ଲୋକେ  ମନସ୍ଥ ଗରିଛନ୍ତି। ସେପଟେ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ମିଠା ଦୋକାନ ଗୁଡିକରେ ଭଳିକି ଭଳି ରଙ୍ଗ ବେରଙ୍ଗର ମିଠା ମିଳୁଛି। ତେବେ ଅନେକ ସ୍ଥାନରେ ନିମ୍ନମାନର ରଙ୍ଗଦିଆ ମଠା ବିକ୍ରି ହେବାର ନଜିର ରହୁଛି। ତେଣୁ ମୁନାଫାଖୋର ବ୍ୟବସାୟୀଙ୍କୁ ଲଗାମ ଲଗାଇବା ଲାଗି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଟିମ ଗଠନ ହୋଇଛି।

ପାର୍ବଣ ଋତୁରେ ମୁନାଫା ଖୋର ମିଠା ବ୍ୟବସାୟୀଙ୍କ ଉପରେ ରହିଛି ଗଞ୍ଜାମ ଜିଲ୍ଲୀ ପ୍ରଶାସନର କଡା ନଜର। ଯାଞ୍ଚ ହେବ ବିକ୍ରି ହେଉଥିବା ମିଠାର ମାନ। ନିମ୍ନ ମାନର ଫୁଡ କଲର ବ୍ୟବହାର କରି ପ୍ରସ୍ତୁ କରାଯ଼ାଇଥିବା ମିଠାକୁ ଜବତ କରିବା ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଦୀପାବଳି ସମୟରେ ଜିଲ୍ଲାର ଅନେକ ସ୍ଥାନରେ ବାସି ଓ ରଙ୍ଗ ଦିଆ ମିଠା ବିକ୍ରି ହେବାର ପୁର୍ବରୁ ନଜିର ରହୁଛି। ଏଣୁ ଗ୍ରାହକଙ୍କ ସ୍ବର୍ଥକୁ ଦୃଷ୍ଟିରେ ରଖି ମିଠାର ମାନ ଯାଞ୍ଚ କରିବା ନିମନ୍ତେ ସ୍କାର୍ଡ ଗଠନ କରା ଯାଇ ଚଢଉ କରାଯାଉଛି।

ସମସ୍ତ ତହସିଲଦାର ଓ ବିଡିଓଙ୍କୁ ନେଇ ସ୍କ୍ବାର୍ଡ ଗଠନ କରାଯ଼ାଇଥିବା ଜଣା ପଡିଛି। ବ୍ରହ୍ମପୁର ସହରରେ ମଧ୍ୟ ମହାନଗର ନିଗମ ପକ୍ଷରୁ ଫୁଡ ଇନସ ପେକ୍ଟର ବିଭିନ୍ନ ସ୍ଥାନରେ ମିଠାର ନମୁନା ସଂଗ୍ରହ କରିବେ। ଯଦି କେଉଁଠି ସେଭଲି ନିମ୍ନ ମାନର ନଜରକୁ ଆସେ ତାହା ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ଼୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଡାକ୍ତରଙ୍କ ମତରେ ରସାୟନିକ ବା ରଙ୍ଗ ଦିଆ ମିଠା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଏହା ଦ୍ୱାରା ଶ୍ୱାସ ଜନିତ ସମସ୍ୟା ଉପୁଜିପାରେ। ଯାହାକି କରୋନା ଭଲି ବିପଦ ସମୟରେ ବେସ ହାନି କାରକ ମଧ୍ୟ ହୋଇପାରେ। ଏଣୁ ବ୍ୟବସାୟୀମାନେ ଏଥିରୁ ନିବୃତ ରହିବା ଉଚିତ। ସେପଟେ ଚଳିତବର୍ଷ ବିନା ବାଣରେ ଗ୍ରୀନ ଦୀପାବଳି ପାଳନ କରିବା ଲାଗି ଜନ ସାଧାରଣଙ୍କୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି।