#BirthdaySpecial: ନୟନତାରାଙ୍କ ଜନ୍ମଦିନରେ 'ନେତ୍ରିକଣ'ର ଟ୍ରେଲର ରିଲିଜ୍, ଦେଖନ୍ତୁ ଭିଡିଓ
Advertisement
Article Detail0/zeeodisha/odisha788393

#BirthdaySpecial: ନୟନତାରାଙ୍କ ଜନ୍ମଦିନରେ 'ନେତ୍ରିକଣ'ର ଟ୍ରେଲର ରିଲିଜ୍, ଦେଖନ୍ତୁ ଭିଡିଓ


ଆଜି ୩୬ ବର୍ଷରେ ପାଦ ଥାପିଲେ ସାଉଥ ଅଭିନେତ୍ରୀ ନୟନତାରା। ତାମିଲ ସିନେମାର ଏହି ବଡହସ୍ତିଙ୍କ ଜନ୍ମଦିନ ଅବସରରେ ତାଙ୍କର ଆଗାମୀ ଚଳଚ୍ଚିତ୍ରର ନିର୍ମାତା ଏକ ସର୍ପ୍ରାଇଜ ଦେଇଛନ୍ତି।

 

ନୟନତାରା

ନୂଆଦିଲ୍ଲୀ: ଆଜି ସାଉଥ ଷ୍ଚାର ନୟନତାରାଙ୍କ ଜନ୍ମଦିନ। ସେ ଆଜି ୩୬ ବର୍ଷ ବୟସ ପାଦ ଥାପିଛନ୍ତି।। ତାଙ୍କର ଆକ୍ଟିଂ,ବ୍ୟବହାର, ବୋଲ୍ଡନେସ୍ ତାଙ୍କୁ ସାଉଥ ସହ ବଲିଉଡରେ ଲୋକପ୍ରିୟ କରାଇଛି। ମହିଳା କୌନ୍ଦ୍ରୀକ ଚଳଚ୍ଚିତ୍ର ପାଇଁ ନୟନତାରା ବେଶ ଜଣାଶୁଣା। ତାଙ୍କ ଜନ୍ମଦିନ ଅବସରରେ ଜାଣନ୍ତୁ ତାଙ୍କର ଆଗାମୀ ଚାରୋଟି ଚଳଚ୍ଚିତ୍ର ବିଷୟ।

'ନେତ୍ରିକଣ':

ଆଗାମୀ ଫିଲ୍ମ 'ନେତ୍ରିକଣ'ରେ ନୟନତାରାଙ୍କୁ ଜଣେ ଦୃଷ୍ଟିହୀନ ମହିଳାଙ୍କ ଭୂମିକାରେ ନଜର ଆସିବେ। ଏହା ଏକ ଥ୍ରୀଲର-ସସ୍ପେନ୍ସ ଫିଲ୍ମ। 'ନେତ୍ରିକଣ'ରେ ମିଲିନ୍ଦ ରାଓ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମର କାହାଣୀ ବହୁତ ଗଭୀର ହେବାର ସମ୍ଭାବନା ଅଛି। ବିଗ୍ନେଶ ଶିବନଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ଆସନ୍ତାବର୍ଷ ରିଲିଜ ହୋଇପାରେ।

 

'କାଥୁ ୱାକୁଲୁ ରେନ୍ଦୁ କଦଲ':

ବିଗ୍ନେଶ ଶିବନଙ୍କ ନିର୍ଦ୍ଦେଶିତ ଆଉ ଏକ ଚଳଚ୍ଚିତ୍ର 'କାଥୁ ୱାକୁଲୁ ରେନ୍ଦୁ କଦଲ'କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ଏଥିରେ ପ୍ରଥମଥର ପାଇଁ ସାମନ୍ତା ଆକ୍କିନେନିଙ୍କ ସହ ବର୍ଥଡେ ଗାର୍ଲ ନୟନତାରା କାମ କରୁଛନ୍ତି। ତେବେ ଏହି ଫିଲ୍ମରେ ଦକ୍ଷିଣ ସୁପରଷ୍ଟାର ବିଜୟ ସେଥୁପାଠୀ ମୁଖ୍ୟ ଭୂମିକାରେ ନଜର ଆସିବେ।

'ଆନ୍ନାଥେ':

ଫିଲ୍ମ 'ଆନ୍ନାଥେ'ରେ ଭେଟେରାନ ଅଭିନେତା ରଜନୀକାନ୍ତଙ୍କ ସହ ନଜର ଆସିବେ ସାଇଥ ଲେଡି ସୁପରଷ୍ଟାର 'ନୟନତାରା'। ସିରଥାଇ ଶିବଙ୍କ ନିର୍ଦ୍ଦେଶନାରେ ତିଆରେ ହେଉଥିବା ଏହି ଫିଲ୍ମ ଏକ ଗ୍ରାମୀଣ କାହାଣୀ ଉପରେ ଆଧାରିତ। 'ଆନ୍ନାଥେ'ରେ ରଜନୀକାନ୍ତ ଏକ ଭିନ୍ନ ଅବତାରରେ ନଜର ଆସିବେ। ଏଥଖିରେ କିର୍ତ୍ତି ସୁରେଶ ବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବା ନେଇ ଚର୍ଚ୍ଚା ଚାଲିଛି। ତେବେ 'ନେତ୍ରିକଣ' ପରେ ପରେ 'ଆନ୍ନାଥେ'କୁ  ରିଲିଜ କରିବା ନେଇ ମେକର୍ସ ଯୋଜନା କରୁଛନ୍ତି।

'ନିଝଲ':

ଏହା ବ୍ୟତୀତ ନୟନତାରା ଅନ୍ୟ ଏକ ମାଲାୟଲମ ଥ୍ରୀଲର ଫିଲ୍ମ 'ନିଝଲ'ରେ ନଜର ଆସିବେ। ଫିଲ୍ମକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଗାଲାଣି। 'ନିଝଲ'ରେ ନୟନତାରାଙ୍କ ଅପୋଜିଟରେ କୁଞ୍ଚାକୋ ବୋବନ ଅଛନ୍ତି। ନୟନତାରାଙ୍କ ଜନ୍ମଦିନରେ ତାଙ୍କ ଏହି ଫିଲ୍ମ 'ନିଝଲ'ର ପ୍ରଥମ ପୋଷ୍ଟର ରିଲିଜ କରାଯାଇଛି। ଏହି ଫିଲ୍ମ ମଧ୍ୟ ଆସନ୍ତାବର୍ଷ ଶେଷ ବେଳକୁ ରିଲି ହେଇ ପାରେ ବୋଲି ଆଶା କରାଯାଉଛି।

fallback