ରିଲିଜ୍ ହେଲା ସୁନିଲ୍ କୁମାରଙ୍କ 'ISHQ KI BARSAATEIN'
Advertisement

ରିଲିଜ୍ ହେଲା ସୁନିଲ୍ କୁମାରଙ୍କ 'ISHQ KI BARSAATEIN'

ଆଜି ମଧ୍ୟାହ୍ଣ ଗୋଟାଏ ବେଳେ ସୁନିଲ୍ କୁମାରଙ୍କ ଅଭିନିତ 'ISHQ KI BARSAATEIN' ରିଲିଜ ହୋଇଛି। ଏହି ଗୀତ ସୁନିଲଙ୍କ ପାଇଁ ବଲିଉଡରେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ହିନ୍ଦୀ ମ୍ୟୁଜିକ ଭିଡିଓରେ ଓଡ଼ିଆ ହିରୋ। ଦୀର୍ଘଦିନର ବ୍ୟବଧାନ ପରେ ଓଡ଼ିଆ ହିରୋ ସୁନିଲ୍ କୁମାରଙ୍କୁ ଏକ ହିନ୍ଦୀ ମ୍ୟୁଜିକ୍ ଭିଡିଓ ଦେଖିବାକୁ ମିଳିଛି। ଆଜି ମଧ୍ୟାହ୍ଣ ଗୋଟାଏ ବେଳେ ସୁନିଲ୍ କୁମାରଙ୍କ ଅଭିନିତ 'ISHQ KI BARSAATEIN' ରିଲିଜ ହୋଇଛି। ଏହି ଗୀତ ସୁନିଲଙ୍କ ପାଇଁ ବଲିଉଡରେ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

'ISHQ KI BARSAATEIN'ରେ ସୁନିଲ୍ କୁମାରଙ୍କ ସହ ଅଭିନୟ କରିଛନ୍ତି ଅଭିନେତ୍ରୀ ମନିସା ଠାକୁର। ଗୀତଟି ଜୀ ମ୍ୟୁଜିକର ୟୁଟୁବ୍ ଚ୍ୟାନେଲରେ ରିଲିଜ୍ ହୋଇଛି। ମ୍ୟୁଜିକ ଭିଡିଓଟି ମୁମ୍ବାଇର ଲୋନାବାଲା ଅଞ୍ଚଳରେ ସୁଟିଂ କରାଯାଇଛି। ରିଲିଜର କିଛି ସମୟ ମଧ୍ୟରେ ଗୀତ ଅନେକ ଦର୍ଶକଙ୍କ ଆଦୃତି ଲାଭ କରିଛି। ଲୋକେ ଗୀତକୁ ଖୁବ ପ୍ରଶଂସା ମଧ୍ୟ କରିଛନ୍ତି। 

Also Read: ଅଭିନୟରୁ କ୍ୟାରିୟର ଆରମ୍ଭ କରି ଅଭିନେତ୍ରୀଙ୍କ କ୍ୟାରିୟର ବଦଳାଇଥିଲେ ମେଲୋଡି କୁଇନ୍

ଏହି ସୁନ୍ଦର ମ୍ୟୁଜିକ୍ ଭିଡିଓଟିରେ ସୁନିଲ୍ ଓ ମନିସାଙ୍କ ଜବରଦସ୍ତ ଅଭିନୟ ଗୀତଟିକୁ ଖାସ୍ କରିଥିବାବେଳେ ଗୀତଟିରେ ଅଶୋକ କୁମାର କଣ୍ଠଦାନ କରିଛନ୍ତି। ସୋନମ ମଜୁମଦାର ଏହି ମିଠା ଗୀତଟିକୁ ରଚନା କରିଛନ୍ତି। ମନିସା ସିଂ ଓ ସିଭିନ୍ଦୁ ଶେଖର ନିର୍ଦ୍ଦେଶନା ଦେଇଛନ୍ତି। ମନିସା ଫିଲ୍ମସ୍, ରାଜପ୍ରଭା ଫିଲ୍ମସ୍ ଓ ଏସ.କେ. ଏଣ୍ଟରଟେନମେଣ୍ଟ୍ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ସଫଳତା ପାଇଁ ସମ୍ପୁର୍ଣ୍ଣ ଟିମ୍ ଆଶାବାଦୀ ଥିବା ଦେଖିବାକୁ ମିଳିଛି।