ବଡ଼ ବଜେଟ୍ ରେ ତିଆରି ହେଇଥିବା ଏହି ଉଚ୍ଚମାନର ସିନେମାଟି ଓଡ଼ିଆ ଦର୍ଶକଙ୍କୁ ପୁଣିଥରେ ସିନେମା ହଲ୍ ମୁହାଁ କରିବ ବୋଲି ପୁରା ଟିମ୍ ଆଶା ବାନ୍ଧି ରହିଛି।
Trending Photos
ନୂଆଦିଲ୍ଲୀ: ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଉତ୍ତରାଖଣ୍ଡ ରାଜ୍ୟରେ ଦୀର୍ଘ ୨୭ ଦିନର ସୁଟିଂ ସାରି ଘରକୁ ଫେରିଛନ୍ତି ଅଭିନେତା ସ୍ବରାଜ ବାରିକ। ସମୁଦ୍ର ପତ୍ତନ ଠାରୁ ୯୦୦୦ ଫୁଟ୍ ଉଚ୍ଚରେ ଅବସ୍ଥିତ ମସୌରୀ, ଧନୋଲ୍ଟି ଭଳି ଭୂସ୍ବର୍ଗରେ ତାଙ୍କର ଆଗାମୀ ସିନେମା "ଓଏ ଅଞ୍ଜଲି" ସୁଟିଂ ହେଇଛି। ହିନ୍ଦୀ ସିନେମାରେ ବ୍ୟବହାର ହେଉଥିବା ଆରି ଆଲେକ୍ସା କ୍ୟାମେରା ଜରିଆରେ ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି। ଅଳ୍ପ ଏବଂ ଭଲ ସିନେମାରେ ରୁଚି ରଖୁଥିବା ସ୍ବରାଜ ଏଥର କିଛି ନୂଆ ଅବତାରରେ ନଜର ଆସିବେ ବୋଲି ଜଣାପଡିଛି।
ଏଥିରେ ସେ ଏକ ନୂଆ ଲୁକ୍ ରେ ନଜର ଆସିବେ। ପ୍ରେମାନନ୍ଦ ଏହି ସିନେମାରେ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ନିର୍ଦ୍ଦେଶନାରେ ଅଛନ୍ତି ରାମାଶଙ୍କର। ଅନ୍ୟତମ ଅଭିନେତା ଭାବେ ଏହି ସିନେମାରେ ସେଲ୍ଫିଶ୍ ଦିଲ୍ ରେ ଡେବ୍ୟୁ କରିଥିବା ଶ୍ରେୟାନ ଥିବା ବେଳେ ଦୁହିଁଙ୍କ ନାୟିକା ଭାବେ ନବାଗତା ମାନବୀ ଏଥିରେ ଅଭିନୟ କରିଛନ୍ତି। ବଡ଼ ବଜେଟ୍ ରେ ତିଆରି ହେଇଥିବା ଏହି ଉଚ୍ଚମାନର ସିନେମାଟି ଓଡ଼ିଆ ଦର୍ଶକଙ୍କୁ ପୁଣିଥରେ ସିନେମା ହଲ୍ ମୁହାଁ କରିବ ବୋଲି ପୁରା ଟିମ୍ ଆଶା ବାନ୍ଧି ରହିଛି।
ଆସନ୍ତାବର୍ଷ ମାର୍ଚ୍ଚରେ ଏହି ସିନେମାଟି ରିଲିଜ୍ ହେଇପାରେ ବୋଲି କହିଛନ୍ତି ସ୍ବରାଜ। ଏହାଛଡା ସ୍ବରାଜ ଶିବାନୀ ଅଭିନୀତ "ଦିଲ୍ ମୋର ମାନେନା" ରିଲିଜ୍ ଅପେକ୍ଷାରେ ରହିଛି। ଦୀର୍ଘ ୨ ବର୍ଷ ପରେ ସ୍ବରାଜ ଆଗ ଭଳି ପୁଣି ଦର୍ଶକଙ୍କ ଭଲପାଇବା ସାଉଁଟି ପାରୁଛନ୍ତି କି ନାହିଁ ତାହା ଦେଖିବାକୁ ରହିଲା।