ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା
Advertisement
Article Detail0/zeeodisha/odisha1231138

ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା

ଓଡିଆ ମନରଞ୍ଜନ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି। ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଞ୍ଚେଶ୍ୱର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୌ- ସୋସିଆଲ ମିଡିଆ

Raimohan parida suicide : ଓଡିଆ ମନରଞ୍ଜନ ଜଗତ ପାଇଁ ଆଉ ଏକ ଦୁଃଖଦ ଖବର ଆସିଛି। ବରିଷ୍ଠ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଭୁବନେଶ୍ୱର ପ୍ରାଚୀ ବିହାର ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମଞ୍ଚେଶ୍ୱର ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଉ ନାହାନ୍ତି ବରିଷ୍ଠ ଓଡିଆ ଅଭିନେତା ରାଇମୋହନ ପରିଡା। ଶୁକ୍ରବାର ଭୁବନେଶ୍ୱର ପ୍ରାଚୀ ବିହାରସ୍ଥିତ ବାସଭବନରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଜଣାପଡିନାହିଁ କିନ୍ତୁ ପାରିବାରିକ ଅସନ୍ତୋଷରୁ ୫୯ ବର୍ଷୀୟ ରାଇମୋହନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ରାଇମୋହନଙ୍କ ମୃତ୍ୟୁର ଖବର ଶୁଣି ସମସ୍ତ ଓଡିଆ ସ୍ତବ୍ଧ ହୋଇଯାଇଛନ୍ତି। ରାଇମୋହନ ଭଳି ବ୍ୟକ୍ତି ଆତ୍ମହତ୍ୟା କରିଥିବେ ତାହାକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।

Also Read: ବିଦେଶ ଗସ୍ତରେ କମେଡି କିଙ୍ଗ୍, netizens ଦେଲେ ଏମିତି ପରାମର୍ଶ

ରାଇମୋହନ ପରିଡା ୧୯୬୩ ମସିହାରେ କେଉଁଝରର ଉଦୟପୁର ଗ୍ରାମରେ ଜନ୍ମଗ୍ରହଣକରିଥିଲେ। ତ୍ରିଲୋକନାଥ ପରିଡା ଓ ତିଳୋତ୍ତମା ପରିଡାଙ୍କ ଚାରି ଝିଅରେ ଗୋଟିଏ ମାତ୍ର ପୁଅ ଥିଲେ। ରାଇମୋହନ ବିଏଲଡବ୍ଲ୍ୟୁ ଭାବେ କାର୍ଯ୍ୟ କରୁଥିଲେ। ସେ ରଞ୍ଜିତା ପରିଡାଙ୍କୁ ପ୍ରେମ ବିବାହ କରିଥିଲେ। ରାଇମୋହନ ଉଭୟ ଚଳଚ୍ଚିତ୍ର ଏବଂ ଯାତ୍ରା ଦୁନିଆର ଜଣେ ସୁନାମଧନ୍ୟ କଳାକାର ଥିଲେ। ସେ ଖଳନାୟକ ଭୂମିକାରେ ଅଭିନୟ କରି ଓଡିଶାବାସୀଙ୍କ ହୃଦୟ ଜିତିଛନ୍ତି।

'ପକା କମ୍ବଳ ପୋତ ଛତା' ରାଇମୋହନଙ୍କର ପ୍ରଥମ ଓଡିଆ ଫିଲ୍ମ ଥିଲା। ଏହି ଫିଲ୍ମରେ ସେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ। ସେ ଶତାଧିକ ଓଡିଆ ଫିଲ୍ମରେ ସେ ଅଭିନୟ କରିଛନ୍ତି। ରାଇମୋହନ ଓଡିଆ ଯାତ୍ରା ଓ ଫିଲ୍ମ ସହ କିଛି ହିନ୍ଦୀ ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି। ଓଲିଉଡର ଶ୍ରେଷ୍ଟ ଖଳନାୟକ ଭାବେ ମଧ୍ୟ ସେ ପରିଚିତ। ୨୦୦୨ ମସିହାରେ ରାୟମୋହନ ଓଡିଆ ଫିଲ୍ମ ଛାଡି ଯାତ୍ରାରେ ଅଭିନୟ ଆରମ୍ଭ କରିଥିଲେ।