ବିଦେଶ ଗସ୍ତରେ କମେଡି କିଙ୍ଗ୍, netizens ଦେଲେ ଏମିତି ପରାମର୍ଶ
Advertisement

ବିଦେଶ ଗସ୍ତରେ କମେଡି କିଙ୍ଗ୍, netizens ଦେଲେ ଏମିତି ପରାମର୍ଶ

କପିଲ ଶର୍ମା ତାଙ୍କ ଟ୍ରୁପକୁ ନେଇ ଆନ୍ତର୍ଜାତୀୟ ଭ୍ରମଣରେ ବାହାରିଛନ୍ତି। ସେମାନେ ଭାନକୋଭର ଏବଂ କାନାଡାରେ ବୁଲୁଥିବା ନେଜେ ପ୍ରକାଶ କରିଛନ୍ତି। ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ ସୁମୋନା ଚକ୍ରବର୍ତ୍ତୀ, କିକୁ ଶାରଦା, ରାଜୀବ ଠାକୁର, କୃଷ୍ଣ ଅଭିଷେକ ଏବଂ ଚନ୍ଦନ ପ୍ରଭାକର ଅଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କପିଲ ତାଙ

ସୌ- ସୋସିଆଲ ମିଡିଆ

Kapil Sharma Foreign Tour: କପିଲ ଶର୍ମା ତାଙ୍କ ଟ୍ରୁପକୁ ନେଇ ଆନ୍ତର୍ଜାତୀୟ ଭ୍ରମଣରେ ବାହାରିଛନ୍ତି। ସେମାନେ ଭାନକୋଭର ଏବଂ କାନାଡାରେ ବୁଲୁଥିବା ନେଜେ ପ୍ରକାଶ କରିଛନ୍ତି। ହାସ୍ୟ ଅଭିନେତା କପିଲ ଶର୍ମାଙ୍କ ସହ ସୁମୋନା ଚକ୍ରବର୍ତ୍ତୀ, କିକୁ ଶାରଦା, ରାଜୀବ ଠାକୁର, କୃଷ୍ଣ ଅଭିଷେକ ଏବଂ ଚନ୍ଦନ ପ୍ରଭାକର ଅଛନ୍ତି। ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କପିଲ ତାଙ୍କ ଟିମ ସହିତ କିଛି ମଜାଳିଆ ଏକ୍ସପ୍ରିୟନ୍ସ ସେୟାର କରିଛନ୍ତି। ଆଉ ଏହି ଫଟୋ ଆସିଲା ପରେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି। କପିଲ ଏବଂ ତାଙ୍କ ଦଳ ୨୫ ଜୁନରେ ଭାନକୋଭର ଏବଂ ତା’ପରେ ସେମାନେ ଜୁଲାଇ ୩ରେ କାନାଡାରେ ପ୍ରଦର୍ଶନ କରିବେ।

ବୁଧବାର କମେଡି କିଙ୍ଗ କପିଲ ଶର୍ମା ତାଙ୍କ ଆନ୍ତର୍ଜାତୀୟ ଟୁର୍ ଡାଏରୀର ଚାରିଟି ଫଟୋକୁ ଇନ୍ଟାରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ତାଙ୍କ ଟିମ୍ ସହ ହସ ମଜାକ କରୁଥିବା ଦେଖିବାକୁ ମିଳିଛି। କପିଲ ଏହି ଫଟୋଗୁଡ଼ିକୁ କ୍ୟାପସନରେ ଲେଖିଛନ୍ତି, "ଯେଉଁ କ୍ରୁ ଏକତ୍ର ହସନ୍ତି ସେମାନେ ଏକାଠି ରୁହନ୍ତି।" ଏହା ସହି ଷ୍ଟାଇଲ୍ଡ ବାଏ ବିୱି ବୋଲି ଲେଖିବା ସହ ଗିନି ଚାତ୍ରାଥଙ୍କୁ ଟ୍ୟାଗ କରିଛନ୍ତି। 
ଫଟୋ ପୋଷ୍ଟ କରିବା ମାତ୍ରେ ତାଙ୍କର ଅନେକ ପ୍ରଶଂସକ ତାଙ୍କୁ ଏହି ଯାତ୍ରା ପାଇଁ ଶୁଭେଚ୍ଛା ଜଣାଇଛନ୍ତି, କିଛି ୟୁଜର୍ସ କଟାକ୍ଷ ମଧ୍ୟ କରିଛନ୍ତି।

Also Read: ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ 'Z+', ହାତୀ ଛୁଆକୁ ମିଳିଲା 'Z+++' ସୁରକ୍ଷା

ନେଟେନିଜେନ୍ସର ଏକ ନିର୍ଦ୍ଦିଷ୍ଟ ଦଳ କପିଲ ଶର୍ମାଙ୍କୁ କୌଣସି ବିବାଦରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ। ଏହି ୟୁଜର୍ସମାନେ ତାଙ୍କୁ ତାଙ୍କର ଅଷ୍ଟ୍ରେଲିଆ ଟୁର୍ ବିଷୟରେ ମନେ ପକାଇ ଦେଇଛନ୍ତି। ଯେଉଁଠାରେ ସୁନୀଲ ଗ୍ରୋଭର ଏବଂ କପିଲ ଶର୍ମାଙ୍କ ମଧ୍ୟରେ ମେମେ ତୁତୁ ଆରମ୍ଭ ହୋଇଥିଲା। ଅନ୍ୟଜଣେ ଲେଖିଛନ୍ତି ଯେ, ସେ କପିଲଙ୍କ ଏହି ଟୁରରେ ସୁନିଲଙ୍କୁ ମିସ୍ କରୁଛନ୍ତି। ଆଉ ଜଣ ୟୁଜର୍ସ ଲେଖିଛନ୍ତି, ଭାଇ ଯାଗ୍ରତର ସହ ଫେରିବ, ଗତ ଥର ଭଳି ଚପଲରେ ପିଟାପିଟି ହେବ ନାହିଁ।

 

 
 
 
 

 
 
 
 
 
 
 
 
 
 
 

A post shared by Kapil Sharma (@kapilsharma)

ସୂଚନାଯୋଗ୍ୟ, ଦ କପିଲ ଶର୍ମା ଶୋ’ରେ ଡକ୍ଟର ଗୁଲାଟୀ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଗ୍ରୋଭର ସିରିଜ୍ ଛାଡିଥିଲେ। ଏଥିପାଇଁ କପିଲଙ୍କ ସହ ତାଙ୍କର ମତଭେଦ ଥିବା କୁହାଯାଉଛି। କପିଲ ଏବଂ ସୁନୀଲଙ୍କ ମଧ୍ୟରେ ଝଗଡା ହେବାର ଖବର ମଧ୍ୟ ଆସିଥିଲା। କପିଲ ଅଷ୍ଟ୍ରେଲିଆରୁ ଫେରୁଥିବା ସମୟରେ ସୁନୀଲଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି ଅଭିଯୋଗ ମଧ୍ୟ ହୋଇଥିଲା। ଏହି ଘଟଣା ପରେ ସୁନୀଲ ଗ୍ରୋଭର ସୋ ଛାଡିଥିଲେ ଏବଂ ସେବେଠାରୁ ଫେରି ନାହାଁନ୍ତି।