ପ୍ରତିଦିନ ସକାଳୁ ଏହି ପୁଣ୍ୟ କାମ କରନ୍ତି ସାଂସଦ ଅନୁଭବ
Advertisement

ପ୍ରତିଦିନ ସକାଳୁ ଏହି ପୁଣ୍ୟ କାମ କରନ୍ତି ସାଂସଦ ଅନୁଭବ

ସାଂସଦ ଅନୁଭବ ମହାନ୍ତି (Anubhav Mohanty) ସୋସିଆଲ ମଡିଆରେ ଖୁବ ଆକ୍ଟିଭ୍। ସେ ପ୍ରତ୍ୟେକ ଦିନ ସକାଳେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥ (Lord Jagannath) ଙ୍କ ଭିଡିଓ ସେୟାର କରନ୍ତି।

ଫାଇଲ ଫଟୋ

ଭୁବନେଶ୍ୱର: ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଜଣେ ଧର୍ମପରାୟଣ ବ୍ୟକ୍ତି! ଏକଥା ପ୍ରାୟ ସମସ୍ତେ ଜାଣନ୍ତି। ଆଉ ତାଙ୍କର ଏହି ସଂସ୍କାର ତାଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରିଛି। ଅନୁଭବ, କାଳିଆ ଠାକୁର ଓ ମହାବୀର ହନୁମାନଙ୍କ ଜଣେ ପରମଭକ୍ତ। ସେ ଅନେକ ସମୟରେ ଭଗବାନଙ୍କ ସମ୍ପର୍କୀତ ଫଟୋ ଓ ଭିଡିଓ ସେୟାର କରନ୍ତି।

ସାଂସଦ ଅନୁଭବ ମହାନ୍ତି (Anubhav Mohanty) ସୋସିଆଲ ମଡିଆରେ ଖୁବ ଆକ୍ଟିଭ୍। ସେ ପ୍ରତ୍ୟେକ ଦିନ ସକାଳେ ଶ୍ରୀମନ୍ଦିର ଓ ମହାପ୍ରଭୁ ଜଗନ୍ନାଥ (Lord Jagannath) ଙ୍କ ଭିଡିଓ ସେୟାର କରନ୍ତି। ଆଉ ସାଂସଦ ସମସ୍ତଙ୍କ ମଙ୍ଗଳ କାମନା କରିବା ସହ ସୁସ୍ଥ ଶରୀର ଓ ଶାନ୍ତି ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରନ୍ତି। ତେବେ ସବୁ ଦିନ ଅନୁଭବ ନୂଆ ନୂଆ ଭିଡିଓ ପୋଷ୍ଟ କରନ୍ତି। ତାଙ୍କ ଏହି ଅଭ୍ୟାସକୁ ଲୋକେ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। 

Also Read: ଅଲଗା ହେଇଯିବେ ନୁସରତ-ୟଶ!

ପ୍ରକୃତ ଖୁସି କଣ ତାହା ଅଭିନେତା ଅନୁଭବଙ୍କୁ ଖୁବ ଜଣା। ରବିବାର ସେ ତାଙ୍କର ଏକ ପୁରୁଣା ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫଟୋରେ ସେ ଜଣେ କୁନି ଝିଅ ସହ ହାତ ମେଳାଉଛନ୍ତି। ଆଉ ଏହି ସମୟରେ ପ୍ରାୟତଃ ସମସ୍ତଙ୍କ ଓଠରେ ହସ ଫୁଟି ଉଠୁଛି। ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଆନନ୍ଦିତ ଅଛନ୍ତି। ଏହି ଫଟୋକୁ ସେୟାର କରି ଅନୁଭବ , 'ହ୍ୟାପିନେସ୍' ବୋଲି ଲେଖିବା ସହ ସେଥିରେ ଗୋଟିଏ ହାର୍ଟ ଇମୋଜି ଯୋଡିଛନ୍ତି।

fallback

ସୂଚନାଯୋଗ୍ୟ, ଦୀର୍ଘ ଦିନ ହେବ ବିଜେଡି ସାସଂଦ ଅନୁଭବ ଘରେ ଅଶାନ୍ତି ଲାଗିରହିଛି। ପାରିବାରିକ କଳହ ଯାଇ କୋର୍ଟ ପହଞ୍ଚିଛି। ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଘରୋଇ କଳହର ସମାଧାନ ପାଇଁ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ଅନୁଭବ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ତଥାପି ଉଭୟ ପତି-ପତ୍ନୀଙ୍କ ଜୀବନ ସୁରୁଖୁରୁରେ ଚାଲିଛି। କିନ୍ତୁ ଉଭୟ ନିଜ ମନ ବୁଝାଇବାକୁ ବିଭିନ୍ନ କାର୍ଯ୍ୟରେ ସକ୍ରୀୟ ଅଂଶଗ୍ରହଣ କରୁଥିବା କୁହାଯାଉଛି।