Advertisement
Photo Details/zeeodisha/odisha797494
photoDetails0hindi

ଚା’ ବିଷୟରେ କିଛି ଜଣା ଅଜଣା କଥା

ପିଇବା ପାଣି ଓ ଦୁଗ୍ଧ ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓ ଟି (tea) ଏହି ଦୁଇଟି ଶବ୍ଦ ଚୀନରୁ ଆସିଛି।

1/9

ଚା’ର ବୈଜ୍ଞାନିକ ନାମ କାଲେଲିଆ ସିନେନ୍ସିସ । ଏହାକୁ ଏକ ଚିରହରିତ ବୃକ୍ଷ ବୋଲି କହାଯାଏ। ମୂଖ୍ୟତଃ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁରେ ହିଁ ଏହି ଗଛ ବଢିଥାଏ। 

2/9

ଅବଶ୍ୟ ଚା’ର କେତେକ ପ୍ରଜାତି ସାମୁଦ୍ରିକ ଜଳବାୟୁରେ ବଢୁଥିବା ଜଣାଯାଏ। ଗଛ ଲଗାଇବାର ଚାରି ବର୍ଷ ପରେ ଏହା ଫଳ ଧରେ ଓ ଏଥିରୁ ପ୍ରାୟ ବାର ବର୍ଷ ପର୍ଯ୍ୟନ୍ତ ଚା’ ଆମଦାନୀ କରାଯାଏ। ମୂଖ୍ୟତଃ କଢ଼ ଓ ପତ୍ରକୁ ଚା’ ଭାବରେ ବ୍ୟବହାର କରାଯାଇଥାଏ।

 

3/9

ଉଦ୍ଭିଦ ବିଜ୍ଞାନୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ ଚାଷ ପାଇଁ ଅତିକମରେ ବର୍ଷିକ ୧୨୭ ସେଣ୍ଟିମିଟର ( ୫୦ ଇଞ୍ଚ) ବୃଷ୍ଟିର ଆବଶ୍ୟକତା ରହିଥାଏ। ସେହିପରି ଅମ୍ଳଯୁକ୍ତ ଭୂମି ବା ଏସିଡିକ୍ ମାଟିରେ ଏହି ଗଛ ଖୁବ ଭଲ ଭାବରେ ବଢିଥାଏ। ସେଥିପାଇଁ ସମୁଦ୍ର ପତ୍ତନ ଠାରୁ ୧୫୦୦ ମିଟର ବା ୪୯୦୦ ଫୁଟ ଉଚ୍ଚରେ ହିଁ ସର୍ବାଧିକ ତଥା ଭଲ କ୍ବାଲିଟିର ଚା’ ଚାଷ କରାଯାଉଥିବା ଦେଖାଯାଏ। 

4/9

ଗୋଟିଏ ପରିପକ୍ଵ ଚା’ ଗଛର ଅଗରୁ ୧ରୁ ୨ ଇଞ୍ଚ ପର୍ଯୟନ୍ତ ଉତ୍ପାଦାନ କରାଯାଏ। ଏହାର କଢ଼ ଓ ପତ୍ରକୁ ଫ୍ଲସ ବୋଲି କହାଯାଏ। ପ୍ରତି ୧୫ ଦିନରେ ଚା’ ଗଛରେ ନୂଆ ଫ୍ଲସ ସୃଷ୍ଟି ହୁଏ। ଚା’ ଚାଷରେ ସବୁବେଳେ ମନ୍ଥରତାକୁ ହିଁ ଗୁରୁତ୍ଵ ଦିଆଯାଏ। ଯେଉଁ ଚା’ ଗଛର ପତ୍ର ଖୁବ ଧୀରେ ଧୀରେ ବଢେ ସେହି ଚା’ ର ମୂଲ୍ୟ ଅଧିକ ଓ ସ୍ବାଦିଷ୍ଟ ହୋଇଥାଏ।

5/9

ଗୋଟିଏ ଚା’ ଗଛକୁ ଯଦି ବିଲକୁଲ କଟାନଯାଏ ବା ଏଥିରୁ କଢ଼ ବା ପତ୍ରକୁ ଛିଣ୍ଡା ନ ଯାଏ ତା' ହେଲେ ଏହା ୧୬ ମିଟର ପର୍ଯ୍ୟନ୍ତ ବଢିପାରେ। ମାତ୍ର ଚା’ ତୋଳିବାରେ ଅସୁବିଧା ହେଉଥିବା ହେତୁ ଏହି ଗଛକୁ ମାତ୍ର ଜଣେ ବ୍ୟକ୍ତିର ଅଣ୍ଟା ପର୍ଯ୍ୟନ୍ତ ବଢିବାକୁ ସୁଯୋଗ ଦିଆଯାଇଥାଏ। ସେଥିପାଇଁ ଚା’ ଗଛକୁ ଖୁବ ଧୀରେ ଧୀରେ ବଢିବାକୁ ଛଡାଯାଏ।

6/9

ଚା’ର ଆବିଷ୍କାର ସମ୍ପର୍କରେ ଏକ କିମ୍ବଦନ୍ତୀ ଅଛି। ଖ୍ରୀଷ୍ଟପୂର୍ବ ୨୭୩୭ ମସିହାରେ ଚୀନର ତତକାଳୀନ ସମ୍ରାଟ ସେନ୍ ନୁଙ୍ଗ (Shen Nung) ଗ୍ରାମାଞ୍ଚଳରେ ବୁଲି ବୁଲି କ୍ଳାନ୍ତି ମେଣ୍ଟାଇବା ପାଇଁ ଜଙ୍ଗଲରେ ଏକ ଗଛମୂଳରେ ବିଶ୍ରାମ ନେଉଥିଲେ। ପାଖରେ ଏକ ମାଟି ପାତ୍ରରେ ଗରମ ପାଣି ଫୁଟୁଥିଲା। ପବନରେ ଉଡିଆସି କେତୋଟି ପତ୍ର ସେ ମାଟି ପାତ୍ର ମଧ୍ୟରେ ପଡ଼ିଲା। ଅଳ୍ପ ସମୟ ମଧ୍ୟରେ ପାଣିରୁ ଯେଉଁ ସୁବାସ ଆସିଲା ତାହା ସମ୍ରାଟଙ୍କୁ ବେଶ ଆମୋଦିତ ହୋଇଥିଲେ। ସେଥିରୁ କିଛି ପାଣି ପିଇ ସେ ଏପରି ଆରାମ ଅନୁଭବ କଲେ ଯେ ସେହି ଗଛର ପତ୍ର ତାଙ୍କ ପାଇଁ ଏକ ସ୍ବତନ୍ତ୍ର ପାନୀୟରେ ପରିଣତ ହୋଇଗଲା।

7/9

କୁହାଯାଏ ଭାରତରେ ଚା' ଏକ ଅତିପୁରୂଣା ପାନୀୟ। ପ୍ରାଚୀନ କାଳରେ ମୁନିଋଷି ତଥା ବଇଦ ମାନେ ଚା’ କୁ ଏକ ଔଷଧ ରୂପେ ବ୍ୟବହାର କରୁଥିଲେ। ତେବେ ଆଜିର ଭାରତୀୟଙ୍କ ପାଇଁ ଚା’ ଏକ ଆବଶ୍ୟକ ପାନୀୟରେ ପରିଣତ ହୋଇପାରିଛି। ବିଶ୍ଵର ଚା’ ସସ୍କୃତିକୁ ଭାରତର ଅବଦାନ କିଛି କମ ନୁହେଁ। ବିଶ୍ଵରେ ଯେତେଲୋକ ଚା’ ପାନ କରନ୍ତି, ସେମାନକ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କିମ୍ବା ତଦୂର୍ଦ୍ଧ ହେଉଛନ୍ତି ଭାରତୀୟ। ଭାରତରେ ଦାର୍ଜିଲିଂ ଓ ଆସାମକୁ ଚା’ର ରାଜଧାନୀ ବୋଲି କହାଯାଏ।

8/9

ଚା’ ର ଅନେକ ଔଷଧୀୟ ଗୁଣ ଅଛି। ବିଶେଷ ଭାବରେ ଏଥିରେ ରୋଗ ନିରୋଧକ ଗୁଣ ମିଳେ। ଚା’ ପତ୍ରରେ ସାତଶହ ପ୍ରକାରର ରାସାୟନିକ ଗୁଣ ରହିଛି। ଆମିନୋଏସିଡ, ଭିଟାମିନ୍ C, E, K, କ୍ୟାଫିନ ଆଦି। ନିୟମିତ ଚା’ ପିଇବା ଦ୍ଵାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ହୃଦରୋଗ, ବହୁମୂତ୍ର , ଗଣ୍ଠିବାତ ଆଦି ରୋଗ ଦୂର ହୁଏ। ଏପରିକି ଦନ୍ତରୋଗରେ ମଧ୍ୟ ଚା’କୁ ଏକ ପ୍ରତିଷେଧକ ରୂପେ ଗ୍ରହଣ କରାଯାଉଛି।

9/9

କିନ୍ତୁ ଆମେ ଦୁଗ୍ଧ ଓ ପ୍ରଚୁର ପରିମାଣର ଚିନି ମିଶାଇ ଯେପରି ଚା’ ପିଉଛୁ ତାହା ଚା’ ର ଗୁଣକୁ ବିଶେଷ ଭାବରେ ନଷ୍ଟ ହୋଇଯାଇଥାଏ। କେବଳ ଗରମ ପାଣିରେ ଫୁଟାଯାଇଥିବା ଚା’ ପିଇଲେ ତାହା ଶରୀର ପାଇଁ ବେଶ ଲାଭଦାୟୀ। ମଣିଷ ପାକସ୍ଥଳୀର ଅନ୍ତ୍ର ସମସ୍ୟାକୁ ଦୂର କରିବାରେ ଚା’ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଉଭୟ ଗ୍ରୀନ ଏବଂ ବ୍ଲାକ ଚା’ କୁ ଆଣ୍ଟିଅକ୍ସିଡାଣ୍ଟ ଯୁକ୍ତ ବୋଲି କୁହାଯାଏ।