Advertisement
Article Detail0/zeeodisha/odisha875450

ଚର୍ଚ୍ଚାରେ ଅଭିନେତା Prabhasଙ୍କ ୬ କୋଟିର କାର୍ Lamborghini

ପ୍ରଭାସ ଯେଉଁ କାର୍ କିଣିଛନ୍ତି, ତାହା ସାଧାରଣ କାର ନୁହେଁ । ଅଭିନେତା ଜଣଙ୍କ  Lamborghini  କିଣିଛନ୍ତି । 

ଚର୍ଚ୍ଚାରେ ଅଭିନେତା Prabhasଙ୍କ ୬ କୋଟିର କାର୍  Lamborghini

ନୂଆଦିଲ୍ଲୀ: ସାଉଥ ଚଳଚ୍ଚିତ୍ରର ସୁପରଷ୍ଟାର ପ୍ରଭାସ ଏବେ ଖୁବ ଚର୍ଚ୍ଚାରେ । ପ୍ରଭାସ ସୋସିଆଲ ମିଡିଆରେ ନିଜ ନୂଆ କାରର ଫଟୋ ଦେବା ପରେ ଏବେ ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି । ପ୍ରଭାସ ଯେଉଁ କାର୍ କିଣିଛନ୍ତି, ତାହା ସାଧାରଣ କାର ନୁହେଁ । ଅଭିନେତା ଜଣଙ୍କ  Lamborghini  କିଣିଛନ୍ତି । ସେ ଏହି ନୂଆ କାର୍ ପାଖରେ ଛିଡ଼ା ହୋଇ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଫଟୋ ସେୟାର କରିଛନ୍ତି ।

କାରର ଚିତ୍ର ଦେଖି ପ୍ରଭାସ (South Actor Prabhas) ଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଲମ୍ବୋର୍ଗିନି (Lamborghini) ହେଉଛି ପ୍ରଭାସଙ୍କ ସ୍ୱପ୍ନର କାର ଏବଂ ସେ ଏହାକୁ ହାସଲ କରିଛନ୍ତି । ପ୍ରଭାସ କିଣିଥିବା କାରର ମୂଲ୍ୟ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେ କିଣିଥିବା କାରର ମୂଲ୍ୟ ୬ କୋଟି ଟଙ୍କା ଯାହା କିଣିବା ଆଦୌ ସହଜ ନୁହେଁ । ଅଭିନେତା ପ୍ରଭାସ ଅଭିନୟ ଦୁନିଆରେ ପାଦ ଦେବାବେଳେ ଏକ ସପୋର୍ଟ କାର୍ ପାଇବାକୁ ସ୍ୱପ୍ନ ଦେଖିଥିଲେ । କଠିନ ପରିଶ୍ରମ କରି ସେ ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି । ତାଙ୍କ ପିତାଙ୍କ ଜନ୍ମଦିନରେ ପ୍ରଭାସ ଏକ ଲମ୍ବୋର୍ଗିନି ଏଭାଣ୍ଟଡୋର କାର କିଣିଛନ୍ତି । କାରର ଅନେକ ଫଟୋ ଏବଂ ଭିଡିଓ ବହୁତ ଭାଇରାଲ (Lamborghini Photo) ହେବାରେ ଲାଗିଛି । 

fallback

Add Zee News as a Preferred Source

Also Read: Ram Setu ସେଟରୁ ସାମ୍ନାକୁ ଆସିଲା Akshay Kumarଙ୍କ ଫାଷ୍ଟଲୁକ୍

ଏହି ଅଂଶୀଦାର ଫଟୋ ଏବଂ ଭିଡିଓଗୁଡିକରେ, ପ୍ରଭାସ ତାଙ୍କ ସ୍ୱପ୍ନର କାରକୁ ଦେଖୁଛନ୍ତି ଏବଂ ତା’ପରେ ସେଥିରେ ବସି ଏକ ଲଙ୍ଗ୍ ଡ୍ରାଇଭରେ ବାହାରିଛନ୍ତି ଯାହାର ଏକ ଭିଡିଓ ଖୁବ୍ ଭାଇରାଲ (Social Media) ହେବାରେ ଲାଗିଛି। ପ୍ରଭାସଙ୍କ ପ୍ରୋଜେକ୍ଟ ବିଷୟରେ ଯଦି ଦେଖିବା ତେବେ ଖୁବ୍ ଶୀଘ୍ର ଫିଲ୍ମ 'ରାଧେ ଶ୍ୟାମ' (Radhe Shyam) ରେ ନଜର ଆସିବେ ସୁପରଷ୍ଟାର ପ୍ରଭାସ। ଏହି ଚଳଚ୍ଚିତ୍ରରୁ ତାଙ୍କର ଲୁକ୍ ମଧ୍ୟ ପ୍ରକାଶ ପାଇଛି। ଏହା ବ୍ୟତୀତ ସେ ଆଦିପୁରୁଷ ଏବଂ ସଲାର ପାଇଁ ମଧ୍ୟ ସୁଟିଂ କରୁଛନ୍ତି।

About the Author