• ନବଦିନାତ୍ମକ ଯାତ୍ରା ସାରି ମନ୍ଦିର ବାହୁଡିଲା କାଳିଆ
  • ଭକ୍ତ ନୁହେଁ, ସେବାୟତଙ୍କ ଗହଳିରେ କମ୍ପିଲା ବଡଦାଣ୍ଡ
  • ରଙ୍ଗାରଙ୍ଗ ଉଦ୍‌ଘାଟନୀ ସମାରୋହ ପରେ ଆରମ୍ଭ ହେଲା ଟୋକିଓ ଅଲିମ୍ପିକ୍ସ
  • ୨୦୨୨ ଜାନୁଆରୀ ସୁଦ୍ଧା ସବୁ ବିଶ୍ବବିଦ୍ୟାଳୟରେ ଖୋଲିବ ଇ-ଅଫିସ
  • ରାଜ୍ୟର ବିଶ୍ବବିଦ୍ୟାଳୟ କର୍ମଚାରୀମାନଙ୍କୁ ଦିଆଯିବ ସ୍ବତନ୍ତ୍ର ପ୍ରଶିକ୍ଷଣ
  • ୨୦୨୨ ଜାନୁଆରୀ ପହିଲାରୁ ୱେବ୍‌ସାଇଟ୍‌ରେ ଇ-ସାର୍ଟିଫିକେଟ
  • ପ୍ରଥମେ ୨୦୨୦ର ସାର୍ଟିଫିକେଟ ଅପଲୋଡ ହେବ
  • ପରେ ୨୦୧୫ ପର୍ଯ୍ୟନ୍ତ ସାର୍ଟିଫିକେଟକୁ ଅପଲୋଡ କରାଯିବ
  • ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା
  • ପ୍ରେସମିଟ କରି ବଡ ସୂଚନା ଦେଲେ ଗଜପତି ଏସପି

ସ୍ନାନଯାତ୍ରା ପୂର୍ବରୁ ଉଠିବ ତିନି ରଥର ଚାରିନାହାକା, ଚାଲିଛି ଜୋରସୋରରେ ନିର୍ମାଣ କାର୍ଯ୍ୟ

ଅଖଚକ ଡେରା ପରେ ଦଣ୍ଡା ପଡି ମୁହାଁଟ ଲଗାଯାଇ ଫ୍ରେମକୁ କଳସା ଯାଇଛି । ଆଜି କମାର ସେବକ ମାନେ ଅଖ ଓ ଦଣ୍ଡା ମଜବୁତ ରହିବା ପାଇଁ ପ୍ରତିରଥରେ ୭୦ଟି ଲେଖାଏଁ ଦଣ୍ଡାକଣ୍ଟା ବାଡିଆ କରାଯାଇଛି । 

ସ୍ନାନଯାତ୍ରା ପୂର୍ବରୁ ଉଠିବ ତିନି ରଥର ଚାରିନାହାକା, ଚାଲିଛି ଜୋରସୋରରେ ନିର୍ମାଣ କାର୍ଯ୍ୟ

ପୁରୀ: ସ୍ନାନଯାତ୍ରା (Snana Yatra) ପୂର୍ବରୁ ଉଠିବ ତିନି ରଥର ଚାରିନାହାକା । ଆଉ ଏନେଇ ଜୋରସୋରରେ ଚାଲିଛି ମହାପ୍ରଭୁଙ୍କ ତିନିରଥର ନିର୍ମାଣ କାର୍ଯ୍ୟ । ଗତକାଲି ତିନି ରଥ (Ratha) ରେ ଦଣ୍ଡା ପଡିଥିଲା । ପରେ ତିନି ରଥରେ 'ଦଣ୍ଡା ଗୋଳେଇ' କରାଯିବା ପରେ ଦଣ୍ଡା ଗୁଡିକରେ ଅର୍ଦ୍ଧ ଚନ୍ଦ୍ରକାର ଖୋଦେଇ ସାରି ଦଣ୍ଡା ଏବଂ ଆଖକୁ ଦଉଡି଼ରେ ଟାଣଦେଇ ବନ୍ଧାଯାଇଥିଲା । ଆଜି ଫ୍ରେମ୍ ପ୍ରସ୍ତୁତ ହେବା ପରେ ଦଣ୍ଡାରେ କଣ୍ଟା ବାଡ଼ିଆ କାମ କରାଯାଇଛି । ଫଳରେ ଅଖ ସହିତ ଚେଚିସ୍ ଯେଭଳି ମଜବୁତ ହୋଇ ରହିବ । ସେପଟେ ତିନି ରଥର ଦୁଇଟି ଲେଖାଁଏ ଗୟଳ ଚଉପଟ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ତିନିରଥକୁ ରଥନିର୍ମାଣ କମିଟି ବିଶେଷଜ୍ଞ ଅଖଚକ ଓ ଦଣ୍ଡାକୁ ଯାଞ୍ଚ କରିଛନ୍ତି ।

ଅଧିକ ପଢ଼ନ୍ତୁ:-ପୁଣି ଆନ୍ଧ୍ରର ମନମାନି, ଓଡିଶା ପ୍ରକଳ୍ପକୁ କରୁଛି ମରାମତି

ଅଖଚକ ଡେରା ପରେ ଦଣ୍ଡା ପଡି ମୁହାଁଟ ଲଗାଯାଇ ଫ୍ରେମକୁ କଳସା ଯାଇଛି । ଆଜି କମାର ସେବକ ମାନେ ଅଖ ଓ ଦଣ୍ଡା ମଜବୁତ ରହିବା ପାଇଁ ପ୍ରତିରଥରେ ୭୦ଟି ଲେଖାଏଁ ଦଣ୍ଡାକଣ୍ଟା ବାଡିଆ କରାଯାଇଛି । ପରେ ତିନି ରଥରେ 'ଦଣ୍ଡା ଗୋଳେଇ' କରାଯିବା ପରେ ଦଣ୍ଡା ଗୁଡିକରେ ଅର୍ଦ୍ଧ ଚନ୍ଦ୍ରକାର ଖୋଦେଇ ସାରି ଦଣ୍ଡା ଏବଂ ଆଖକୁ ଦଉଡି଼ରେ ଟାଣଦେଇ ବନ୍ଧା ଯାଇଥିଲା । ରୂପକାର ସେବକ ମାନେ ତିନି ରଥର ନାଟଗୋଡରେ ଖୋଦେଇ କାମ ଜାରି ରଖିଛନ୍ତି । ଦୋଳବେଦୀସ୍ଥ କମାର ଶାଳରେ ଓଝା ସେବକ ମାନେ ଦଣ୍ଡାକଣ୍ଟା ସାଇତା ପରେ ତିନି ରଥ ଦଣ୍ଡା ଉପରି ଭାଗ ପାଇଁ କଣ୍ଟା ନିର୍ମାଣ କରୁଛନ୍ତି ବୋଲି ତାଳଧ୍ଵଜ ରଥର ମହାରଣା ବାଳକୃଷ୍ଣ ମହାରଣା ଓ ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି ।

ଅଧିକ ପଢ଼ନ୍ତୁ:-୨ ଟଙ୍କାର ଏହି କଏନରୁ ହୁଅନ୍ତୁ ୫ ଲକ୍ଷ ଟଙ୍କାର ମାଲିକ, ଜାଣନ୍ତୁ କିପର...

ଜୁନ୍ ୨୪ରେ ଦେବସ୍ନାନ ପୂର୍ଣ୍ଣିମା । ସ୍ନାନବେଦୀ ପ୍ରସ୍ତୁତ ହେଉଥିବା ବେଳେ ସେବାୟତ ମାନେ ମଧ୍ୟ ପ୍ରସ୍ତୁତି ଆରମ୍ଭ କଲେଣି । ଜୁନ୍ ୨୨ରେ ଦଇତା ପ୍ରବେଶ ରହିଛି ବୋଲି କହିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର । ସେପଟେ ସ୍ନାନବେଦୀରେ ଲଗାଯିବ ୧୪ଗୋଟି ଚାନ୍ଦୁଆ । ନବକଳେବର ସମୟରେ ଏହା ତିଆରି ହୋଇଥିବା ବେଳେ ସେଥିରେ କିଛି ମରାମତି କରାଯିବ । ଏନେଇ ଦର୍ଜି ସେବକଙ୍କ ପକ୍ଷରୁ ଆରମ୍ଭ ହୋଇଛି ସ୍ନାନବେଦୀର ମାପଜୁପ । ଏନେଇ ସୂଚନା ଦେଇଛନ୍ତି ଦରଜୀ ସେବାୟତ ପ୍ରକାଶ ମହାପାତ୍ର । ସ୍ନାନପୁର୍ଣ୍ଣିମାକୁ ନେଇ ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ସବୁ ସେବାୟତ ନିଯୋଗର ପ୍ରତିନିଧିଙ୍କ ସହ ହୋଇଛି ଆଲୋଚନା ।