କୋରୋନା ମହାମାରୀ ପାଇଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଛି। ପୁରୀ ପୌରାଞ୍ଚଳରେ ଜୁଲାଇ ୧୩ ରାତି ୮ଟା ଯାଏ କର୍ଫ୍ୟୁ ବଳବତ୍ତର ରହିଛି।
Trending Photos
ପୁରୀ: ଆଜି ମହାପ୍ରଭୁଙ୍କ ରଥଯାତ୍ରା। ରଥ, ପଥ, ଭକ୍ତ, ପ୍ରଶାସନ ସମସ୍ତେ ପ୍ରସ୍ତୁତ। ଆକର୍ଷଣୀୟ ସାଜସଜ୍ଜାରେ ଝଟକୁଛି ତିନିରଥ। କେବଳ ସେହି ଲୀଳାମୟ ପୁରୁଷଙ୍କୁ ଅପେକ୍ଷା। କେତେବେଳେ ରଥ ଆରୋହଣ କରିବେ ମହାପ୍ରଭୁ?
ରଥ ଆରୋହଣ କରି ଗୁଣ୍ଡିଚା ମନ୍ଦିର ଯିବେ ଚତୁର୍ଦ୍ଧାମୂର୍ତ୍ତି? କୋରୋନା ପାଇଁ ଚଳିତବର୍ଷ ବିନା ଭକ୍ତରେ ହେଉଛି ରଥଯାତ୍ରା।
ରଥଯାତ୍ରା ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି:
କୋରୋନା ମହାମାରୀ ପାଇଁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେଉଛି। ପୁରୀ ପୌରାଞ୍ଚଳରେ ଜୁଲାଇ ୧୩ ରାତି ୮ଟା ଯାଏ କର୍ଫ୍ୟୁ ବଳବତ୍ତର ରହିଛି। ଜିଲ୍ଲାର ୮ଟି ଯାକ ପ୍ରବେଶ ପଥ ସିଲ କରାଯାଇଛି। ଆଜି ଲୋକଙ୍କୁ ବଡଦାଣ୍ଡ ମନା ଥିବା ବେଳେ ବ୍ୟାଙ୍କ ଓ ଔଷଧ ଦୋକାନ ବନ୍ଦ ରହିଛି। କେବଳ ଜରୁରୀ ସରକାରୀ ଗାଡ଼ି ବଡ଼ଦାଣ୍ଡରେ ଚଳାଚଳ କରିପାରିବ। ସହରର ହୋଟେଲ, ଲଜିଂ ଓ ଧର୍ମଶାଳାରୁ ଯାତ୍ରୀଙ୍କୁ ଖାଲି କରାଯାଇଛି।