କାହାକୁ ନ ଜଣାଇ ବାହା ହୋଇଛନ୍ତି ସଲମାନ ଖାନ! ଭିଡିଓରେ କଲେ ଖୁଲାସା
Advertisement

କାହାକୁ ନ ଜଣାଇ ବାହା ହୋଇଛନ୍ତି ସଲମାନ ଖାନ! ଭିଡିଓରେ କଲେ ଖୁଲାସା

ଦବଙ୍ଗ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ସେ ବିବହ କରିଥିବା କହୁଛନ୍ତି। ତେବେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ! ବାସ୍ତବରେ, ସଲମାନ ଖାନଙ୍କର ଏକ ନୂତନ ବିଜ୍ଞାପନ ଆସିବାକୁ ଯାଉଛି। ଯାହାର ଏକ ଝଲକ ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସଲମାନ ଖାନଙ୍କ ଏକ ବଡ ଫ୍ୟାନ ଫୋଲୋଇଂ ଅଛି।  ପ୍ରଶଂସକମାନେ ଭାଇଜାନଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ପ୍ରତ୍ୟେକ ପୋଷ୍ଟରେ ପ୍ରେମ ମଧ୍ୟ କରନ୍ତି। ୫୬ ବର୍ଷିୟ ସଲମାନ ଖାନଙ୍କ ବିବାହକୁ ନେଇ କେବଳ ପ୍ରଶଂସକ ନୁହଁ ଫିଲ୍ମ ଦୁନିଆ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏଭଳି ପରିସ୍ଥିତିରେ ସଲମାନ ଖାନ ନିଜ ବିବାହ ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। 

ଦବଙ୍ଗ ଖାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ ସେ ବିବହ କରିଥିବା କହୁଛନ୍ତି। ତେବେ ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ! ବାସ୍ତବରେ, ସଲମାନ ଖାନଙ୍କର ଏକ ନୂତନ ବିଜ୍ଞାପନ ଆସିବାକୁ ଯାଉଛି। ଯାହାର ଏକ ଝଲକ ଅଭିନେତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ସଲମାନ ଖାନ ବହର୍ତ୍ତମାନ ଏବଂ ପୁରୁଣା ଅବତାରରେ ନଜର ଆସିଛନ୍ତି। ଯୁବ ସଲମାନ ଖାନ ଭିଡିଓରେ ଆଜିର ସଲମାନଙ୍କୁ ତାଙ୍କ ବିବାହ ବିଷୟରେ ପଚାରିଥିବାର ଦେଖିବାକୁ ମିଳିବ। ଯେଉଁଥିରେ ସେ ଉତ୍ତର ଦେଇଛନ୍ତି, 'ବିବାହ ହୋଇଛି'।.

Also Read: Bad Boy Of Cricket ଥିଲେ ସେନ୍ ୱାର୍ଣ୍ଣ, ଏଥିପାଇଁ ବଦନାମ୍ ଥିଲା ନାମ

ଭିଡିଓ ସେୟାର କରିବାବେଳେ ସଲମାନ ଲେଖିଛନ୍ତି, 'ଏହା ଘଟିଛି ନା ନାହିଁ ... ଜାଣିବା ପାଇଁ ଆସନ୍ତାକାଲି ଦେଖନ୍ତୁ !!!" ଏହି କ୍ୟାପସନ୍ ସହିତ ସଲମାନ ଖାନ #ad ବ୍ୟବହାର କରିଛନ୍ତି। ଯାହା ଦର୍ଶାଉଛି ଯେ ଏହା ତାଙ୍କର ଆଗାମୀ ବିଜ୍ଞାପନର ଏକ କ୍ଲିପ ଅଟେ। ତେବେ କେଉଁ ବିଜ୍ଞାପନ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ସଲମାନ ପେପସି କୋଲାର ବ୍ଲାକ୍ ଟି ସାର୍ଟ ପିନ୍ଧିଛନ୍ତି। ସଲମାନଙ୍କ ଏହି ନୂଆ ଭଡିଓକୁ ଘଣ୍ଟାକରେ ୧୩ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ୟୁଜର୍ସ ଦେଖିଥିବାବେଳେ ୩ ଲକ୍ଷ ୭୭ ହଜାର ଲୋକ ଲାଇକ୍ କରିଛନ୍ତି। 

 

ସୂଚନାଯୋଗ୍ୟ, ସଲମାନ ଖାନଙ୍କୁ ଖୁବଶୀଘ୍ର କ୍ୟାଟ୍ରିନା କୈଫଙ୍କ ସହ ଫିଲ୍ମ 'ଟାଇଗର'ରେ ଦେଖିବାକୁ ମିଳିବ। ନିକଟରେ ତାଙ୍କୁ ତାଙ୍କ ଭିଣୋଇ ଆୟୁଷ ଶର୍ମାଙ୍କ ସହ ଫିଲ୍ମ 'ଅନ୍ତିମ'ରେ ଦେଖିବାକୁ ମିଳିଥିଲା। ସଲମାନ ତାଙ୍କ ପ୍ରଶଂସକଙ୍କ ପାଇଁ ସବୁବେଳେ କିଛି ନୂଆ ଆଣିଥାନ୍ତି। ଏପରି ପରିସ୍ଥିତିରେ, ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ଏହି ବିଜ୍ଞାପନ ପାଇଁ ଉତ୍ସାହିତ ଅଛନ୍ତି।