BJP ସଦସ୍ୟତା ଅଭିଯାନରେ ସାମିଲ ହୋଇ କଂଗ୍ରେସ ଉପରେ ବର୍ଷିଲେ ଜେପି ନଡ୍ଡା
Advertisement
Article Detail0/zeeodisha/odisha2447787

BJP ସଦସ୍ୟତା ଅଭିଯାନରେ ସାମିଲ ହୋଇ କଂଗ୍ରେସ ଉପରେ ବର୍ଷିଲେ ଜେପି ନଡ୍ଡା

ସଦସ୍ୟତା ଅଭିଯାନରେ ଜେପି ନଡ୍ଡା କହିଥିଲେ ଯେ, ଭାରତରେ ୫ ହଜାର ପାର୍ଟି ରହିଥିବା ସମୟରେ ୫୦ରୁ ଅଧିକ ଆକ୍ଟିଭ ପାର୍ଟି ରହିଛି । କିନ୍ତୁ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ । ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଛନ୍ତି ସଭାପତି ନଡ୍ଡା ।

BJP ସଦସ୍ୟତା ଅଭିଯାନରେ ସାମିଲ ହୋଇ କଂଗ୍ରେସ ଉପରେ ବର୍ଷିଲେ ଜେପି ନଡ୍ଡା

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତରେ ଆସି ବିଜେପି ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହୋଇଛନ୍ତି ଜେପି ନଡ୍ଡା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ, ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ ।

ସଦସ୍ୟତା ଅଭିଯାନରେ ଜେପି ନଡ୍ଡା କହିଥିଲେ ଯେ, ଭାରତରେ ୫ ହଜାର ପାର୍ଟି ରହିଥିବା ସମୟରେ ୫୦ରୁ ଅଧିକ ଆକ୍ଟିଭ ପାର୍ଟି ରହିଛି । କିନ୍ତୁ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ । ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଛନ୍ତି ସଭାପତି ନଡ୍ଡା । ଭାରତକୁ ବିକଶିତ କରିବା, ସମସ୍ତଙ୍କ ଯୋଗଦାନ ଜରୁରୀ ବୋଲି କହିଛନ୍ତି । 'ସେବା ମନୋଭାବ କରିବାର ମନୋଭାବ ନେଇ ଏ ଦଳ ଆଗକୁ ଆସିଛି । ଲୋକମାନଙ୍କର ସହଯୋଗ ପାଇ ଏ ଦଳ ସତ୍ତାକୁ ଆସିଛି। ବିଜେପି ଏକ ଭିନ୍ନ ପରିଚୟର ଦଳ ବୋଲି ନଡ୍ଡା କହିଛନ୍ତି ।

ଆଜିର କାର୍ଯ୍ୟକ୍ରମରେ ନାଁ ନନେଇ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ନିଶାନା କରିଥିଲେ ନଡ୍ଡା । ସେ କହିଥିଲେ ଯେ, ଭାଇ ଭଉଣୀଙ୍କୁ ଭାରତର ଆଉ କିଛି ବିକାଶ ଦିଶୁ ନାହିଁ ସେମାନଙ୍କୁ କେବଳ ଦୁଇଟି କଥା ଦେଖାଯାଉଛି ବେକାରୀ ଓ ଦରଦାମ ବୃଦ୍ଧି କଥା । ଉଭୟ ସବୁବେଳେ ଏହି ୨ଟି କଥା କହୁଛନ୍ତି । ସେମାନଙ୍କ ଅଭିଧାନରେ ଯେମିତି ଆଉ କିଛି ନାହିଁ ବୋଲି ନଡ୍ଡା କହିଥିଲେ ।

୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ସମସ୍ତଙ୍କ ଯୋଗଦାନ ଜରୁରୀ ରହିଛି । ଆମେରିକା, ୟୁରୋପ, ଅଷ୍ଟ୍ରେଲିଆର ଅର୍ଥନୀତି ଅସ୍ଥିର ରହିଛି କିନ୍ତୁ ଭାରତର ଅର୍ଥନୀତି କ୍ରମଶଃ ଅଗ୍ରଗତି କରୁଛି । ମୋଦିଙ୍କ ନେତୃତ୍ବରେ ଆମେ ଆଜି ବ୍ରିଟେନକୁ ପଛରେ ପକାଇବାରେ ସଫଳ ହୋଇଛୁ । ଭାରତ ଆଜି ବିଶ୍ବର ପଞ୍ଚମ ଅର୍ଥଶକ୍ତିରେ ପରିଣତ ହୋଇସାରିଛି । ମୋଦିଙ୍କ ନେତୃତ୍ବରେ ଆଗକୁ ଭାରତ ତୃତୀୟ ବୃହତ ଅର୍ଥଶକ୍ତି ହେବାକୁ ଯାଉଛି । ୭୦ ବର୍ଷରୁ ଅଧିକ ୬ କୋଟି ଆୟୁଷ୍ମାନ ଭାରତରେ ସାମିଲ ହେବେ । ଭାରତରେ କେହି କଚ୍ଚା ଘରେ ରହିବେ ନାହିଁ କାରଣ ଆଉ ୩ କୋଟି ଘର ମଂଜୁର ହୋଇସାରିଛି । ଏହି ୫ ବର୍ଷ ଆମ ସମସ୍ତଙ୍କ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ ସମୟ । ସେଥିପାଇଁ ମୋଦି କହିଛନ୍ତି ଯେ, ୟହି ସମୟ ହେ, ସହି ସମୟ ହେ । ଆମର ଏଠି ନେତା ପୁଅ ନେତା ହୁଏନି, ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଏ ବୋଲି ନଡ୍ଡା କହିଥିଲେ ।

Also Read- October Month Lucky Rashifal: ଲକ୍ଷ୍ମୀ ନାରାୟଣ ରାଜଯୋଗ ପ୍ରଭାବ, ୫ ରାଶିର ଭାଗ୍ୟ ଉଜ୍ୱଳ