• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

Sunny Leone ଓ Mia Khalifaଙ୍କ ନାମରେ ବିକ୍ରି ହେଉଛି ଏହି ଜିନିଷ, ଅଭିନେତ୍ରୀ ସେୟାର କଲେ ଫଟୋ

ସନ୍ନି ଲିଓନିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ପାଗଳ। ସନ୍ନି କେବଳ ଭାରତୀୟ ନୁହଁ ବିଶ୍ୱର ଦର୍ଶକଙ୍କ ହୃଦୟ ଜିତିଛନ୍ତି। ମିଆ ଖଲିଫା (Mia Khalifa) ଙ୍କ ଫଲୋ କରୁଥିବା ପ୍ରଶଂସକ ମଧ୍ୟ କମ୍ ନୁହଁନ୍ତି।

 Sunny Leone ଓ Mia Khalifaଙ୍କ ନାମରେ ବିକ୍ରି ହେଉଛି ଏହି ଜିନିଷ, ଅଭିନେତ୍ରୀ ସେୟାର କଲେ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ସନ୍ନି ଲିଓନି ପ୍ରାୟତଃ ଆଲୋଚନାରେ ରହିଥା’ନ୍ତି | କେତେବେଳେ ତାଙ୍କ ଫଟୋ ଏବଂ ଭିଡିଓ ସହିତ ତ ବେଳେବେଳେ ତାଙ୍କ ଚଳଚ୍ଚିତ୍ରକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି। କିନ୍ତୁ ଏଥର ସନ୍ନି ଏପରି ଜିନିଷ ପାଇଁ ହେଡଲାଇନରେ ଅଛନ୍ତି, ଯେଉଁଥିରେ ତାଙ୍କର ହାତ ନାହିଁ। ଆଜିକାଲି ସନ୍ନିଙ୍କୁ ଚାପ ଦୋକାନରେ ବହୁତ ଦେଖିବାକୁ ମିଳୁଛି।

ସନ୍ନି ଲିଓନିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ପାଗଳ। ସନ୍ନି କେବଳ ଭାରତୀୟ ନୁହଁ ବିଶ୍ୱର ଦର୍ଶକଙ୍କ ହୃଦୟ ଜିତିଛନ୍ତି। ମିଆ ଖଲିଫା (Mia Khalifa) ଙ୍କ ଫଲୋ କରୁଥିବା ପ୍ରଶଂସକ ମଧ୍ୟ କମ୍ ନୁହଁନ୍ତି। ତାଙ୍କର ମଧ୍ୟ କୋଟି କୋଟି ପ୍ରଶଂସକ ଅଛନ୍ତି। ଏକ ଖବର ଭାଇରାଲ ହେବାରେ ଲାଗିଛି ଯେ, ଦିଲ୍ଲୀର ଏକ ରେଷ୍ଟୁରାଣ୍ଟ ଏହାର ମାଲାଇ ଚାପ୍ ଡିସକୁ ସନ୍ନି ଏବଂ ମିୟା ନାମରେ ନାମିତ କରିଛି। ବର୍ତ୍ତମାନ ଏହି ଖବର ସୋସିଆଲ ମିଡିଆ ମାଧ୍ୟମରେ ସନ୍ନି ଲିଓନିଙ୍କ ନିକଟରେ ପହଞ୍ଚିଛି ଏବଂ ସେ ଏହାର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। 

Also Read: ଦଶ କୋଟି ଉପଭୋକ୍ତାଙ୍କୁ ସରକାର ଦେବେ ମାଗଣା ଇଣ୍ଟରନେଟ୍!

ସନ୍ନି ଲିଓନି (Sunny Leone) ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଦିଲ୍ଲୀ ଦୋକାନର ବୋର୍ଡର ଚିତ୍ର ଦୃଶ୍ୟମାନ ହେଉଛି। ଯଦି ଆପଣ ବୋର୍ଡରେ ଲେଖାଯାଇଥିବା ମେନୁକୁ ପଢନ୍ତି, ତେବେ ଆପଣ ହସି ହସି ଗଡିଯିବେ। ବୋର୍ଡରେ ଆପଣ ଡିସର ନାମ ଦେଖିପାରିବେ ଯେଉଁଥିରେ ସନ୍ନି ଲିଓନି ଚାପ, ବେବି ଡଲ୍ ଚାପ ଏବଂ ମିୟା ଖଲିଫା ଚାପ ଲେଖାଯାଇଛି। ଏଥି ସହିତ ସନ୍ନି ମଧ୍ୟ ଏହା ଉପରେ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି - 'LOL'

ପର୍ଣ୍ଣଷ୍ଟାରରୁ ବଲିଉଡ ଷ୍ଟାର (Bollywood star) ସାଜିଥିବା ସନ୍ନି ଲିଓନିଙ୍କୁ ଶେଷ ଥର ପାଇଁ ୱେବ୍ ସିରିଜ୍ 'ବୁଲେଟ୍ସ'ରେ ଦେଖିବାକୁ ମିଳିଥିଲା। ଯେଉଁଥିରେ କରିସ୍ମା ତନ୍ନା ତାଙ୍କ ସହ ମୁଖ୍ୟ ଭୂମିକାରେ ଥିଲେ। ସନ୍ନିଙ୍କୁ ଖୁବଶୀଘ୍ର ଫିଲ୍ମ 'ଶେରୋ'ରେ ଦେଖିବାକୁ ମିଳିବ। ଏହା ବ୍ୟତୀତ ବିକ୍ରମ ଭଟ୍ଟ (Vikram Bhatt) ଙ୍କ ନିର୍ଦ୍ଦେଶିତ ଅନ୍ୟ ଏକ ୱେବ୍ ସିରିଜ୍ 'ଅନାମିକା'ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ।