ଆସିଲା 'Drishyam 2'ର ଟ୍ରେଲର, ଫିଲ୍ମରେ ନାହାନ୍ତି ଅଜୟ ଦେବଗନ
Advertisement

ଆସିଲା 'Drishyam 2'ର ଟ୍ରେଲର, ଫିଲ୍ମରେ ନାହାନ୍ତି ଅଜୟ ଦେବଗନ

ମୋହନଲାଲଙ୍କ 'Drishyam 2'ର ଟ୍ରେଲର ସୋମବାର ଆସିବାର ଥିଲା। କିନ୍ତୁ ଇଣ୍ଟରନେଟରେ ଲିକ୍ ହେବା ଯୋଗୁ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଅର୍ଥାତ ଶନିବାର ଟ୍ରେଲର ରିଲିଜ କରାଯାଇଛି।

ଆସିଲା 'Drishyam 2'ର ଟ୍ରେଲର

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ମାଲାୟାଲମ୍ ଚଳଚ୍ଚିତ୍ର 'Drishyam 2'ର ଟ୍ରେଲର ରିଲିଜ ହୋଇଯାଇଛି। ଫିଲ୍ମରେ mystery, drama ଓ suspense ଭରି ରହିଛି। ମୋହନଲାଲଙ୍କ 'Drishyam 2'ର ଟ୍ରେଲର ସୋମବାର ଆସିବାର ଥିଲା। କିନ୍ତୁ ଇଣ୍ଟରନେଟରେ ଲିକ୍ ହେବା ଯୋଗୁ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ଅର୍ଥାତ ଶନିବାର ଟ୍ରେଲର ରିଲିଜ କରାଯାଇଛି।

'Drishyam 2' ମୋହନଲାଲ (Mohanlal) ଙ୍କ ୨୦୧୩ ମସିହାରେ ଆସିଥିବା ହିଟ୍ ଫିଲ୍ମ Drishyamର ସିକ୍ୱେଲରେ। ଫିଲ୍ମରେ ମୀନା, ଅନସିବା ଏବଂ ଏଷ୍ଟର୍ ଅନିଲ ମଧ୍ୟ ଅଭିନୟ କରିଥିଲେ। ୬୦ ବର୍ଷୀୟ ଅଭିନେତା ମୋହନଲାଲ ଫିଲ୍ମରେ ଜର୍ଜ କୁଟିଙ୍କ ଭୂମିକାରେ ଅଭିନୟ କରିଛନ୍ତି। ପ୍ରଥମ ପାର୍ଟରେ, ତାଙ୍କ ଝିଅ (ଅନସିବା) ହଠାତ୍ ଜଣେ ପୋଲିସ୍ (ଆଶା ଶରତ)ଙ୍କ ଭିଲିଆନ୍ ପୁଅକୁ ହତ୍ୟା କରିଛନ୍ତି। ପରେ ଜର୍ଜ କୁଟି ମୃତଦେହକୁ ନିର୍ମାଣାଧିକ ଥାନା ଭିତରେ ପୋତି ପୋଲିସକୁ ଚକମା ଦେଇଥିଲେ।

Also Read: ସଲମାନ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଚଳିତବର୍ଷ ରିଲିଜ ହେବ ଏହି ସବୁ ଫିଲ୍ମ

ଚଳଚ୍ଚିତ୍ରର ପ୍ରଥମ ଭାଗ ଅର୍ଥାତ Drishyam ଶେଷ ହୋଇଥିବା ସ୍ଥାନରୁ ଟ୍ରେଲର (Film Trailer) ଆରମ୍ଭ ହୋଇଛି। ଏଥିରେ ଜର୍ଜ କୁଟି ଏବଂ ତାଙ୍କ ପରିବାର ସେହି ଭୟଙ୍କର ଘଟଣା ପରେ ସାଧାରଣ ଜୀବନଯାପନ କରିବାକୁ ଚେଷ୍ଟା କରୁଥିବା ଦେଖାଯାଇଛି। ଜର୍ଜ ବର୍ତ୍ତମାନ ଏକ ଥିଏଟରର ମାଲିକ ଏବଂ ତାହାକୁ ସଫଳତାର ସହ ଚଳାନ୍ତି। ଆଉ ସହରରେ ଏକ ନୂତନ ସର୍କଲ ଇନ୍ସପେକ୍ଟର ଆସିବା ପରେ ଭିଲିଆନ ପୁଅର ହତ୍ୟା ଘଟଣାର ତଦନ୍ତ ଆରମ୍ଭ ହେଉଛି। ଯାହା ଜର୍ଜଙ୍କ ଜୀବନ ଏକ ୟୁଟର୍ଣ୍ଣ ଆଣି ଦେଉଛି।

 

'Drishyam 2'କୁ  ଜିଥୁ ଜୋସେଫ୍ (Jeethu Joseph) ରଚନା କରିବା ସହ ନିର୍ଦ୍ଦେଶନ ଦେଇଛନ୍ତି। ପ୍ରଥମ ପାର୍ଟ ପରି ଏଠାରେ ମଧ୍ୟ ସିଦ୍ଦିକ୍, ମୁରଲୀ ଗୋପୀ ଏବଂ ସାଇକୁମାରଙ୍କୁ ଦେଖିବାକୁ ମିଳିବ। ତେବେ ଫିଲ୍ମ ପ୍ରଥମେ ବଡ ପରଦାରେ ନୁହେଁ OTT ପ୍ଲାଟଫର୍ମରେ ରିଲିଜ ହେବ। ଫେବୃଆରୀ ୧୯ରେ Amazon Prime Videoରେ ରିଲିଜ ହେବା ନେଇ ନିଇ ମେକର୍ସ ଘୋଷଣା କରିଛନ୍ତି। ସେପଟେ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି।

Also Read: ଗୀତିକାର ସୂର୍ଯ୍ୟଙ୍କୁ ଏମିତି କହିଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର

ସୂଚନାଯୋଗ୍ୟ, Drishyam ପ୍ରଥମେ ୨୦୧୩ରେ ମାଲାୟଲମ ଭାଷାରେ ରିଲିଜ ହୋଇଥିଲା। ପରେ ୨୦୧୫ରେ ତାର ହିନ୍ଦୀ ରିମେକ ଆସିଲା। ଯେଉଁଥିରେ ଅଜୟ ଦେବଗନ୍ (Ajay Devgan) , ତବୁ ଏବଂ ଶ୍ରୀୟା ସାରନ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ସିକ୍ୱେଲର Orgional ଷ୍ଟୋରୀ ଆସିବା ପରେ ପୁଣି ହିନ୍ଦୀରେ ଏହାର ଦ୍ୱିତୀୟ ଭାଗ ମଧ୍ୟ ଆସିବା ନେଇ ଚର୍ଚ୍ଚା ଚାଲିଛି। ତେବେ ସେ ନେଇ ନିର୍ମାତା ନିଶିକାନ୍ତ କାମତ କୌଣସି ଘୋଷା କରିନାହାନ୍ତି।