କଙ୍ଗନାଙ୍କୁ ମୁହଁତୋଡ୍ ଜବାବ ଦେଇ 'Lock Upp'ରୁ ବାହାରିଲେ ଜିଦି Saisha Shinde
Advertisement
Article Detail0/zeeodisha/odisha1135779

କଙ୍ଗନାଙ୍କୁ ମୁହଁତୋଡ୍ ଜବାବ ଦେଇ 'Lock Upp'ରୁ ବାହାରିଲେ ଜିଦି Saisha Shinde

କରଣବୀର ବୋହରା ଏବଂ ସାଇଶା ସିନ୍ଦେଙ୍କୁ ପ୍ରଶ୍ନର ସମ୍ମୁଖୀନ ହେବାକୁ କଙ୍ଗନା ରଣାୱତ ଡାକିଥିଲେ। 'Lock Upp' (ଜେଲ) ଭିତରେ ଥିବା ବେଳେ ଅନୁପଯୁକ୍ତ ଆଚରଣ ଏବଂ ଅପବ୍ୟବହାର ଅଭ୍ୟାସ ନେଇ କଙ୍ଗନା, ସାଇଶାଙ୍କୁ ପ୍ରଶ୍ନ କରିଥିଲେ। ତେବେ ସାଇଶା କେବଳ ଶୋ’ର ନିର୍ମାତା କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଉତ୍ତର ଦେବେ ବୋଲି କହିଥିଲେ।

ଡିଜାଇନ୍ ଫଟୋ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ଖତରନାକ ଗେମ ଶୋ 'Lock Upp'ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ପ୍ରତିଯୋଗୀଙ୍କ ଉପରେ କଙ୍ଗନା ରାଗିଯାଇ ତାଙ୍କୁ ଶୋ’ ମଝିରୁ ବାହାର କରିହେଇଛନ୍ତି। ଏବେ 'Lock Upp'ରୁ ସାଇଶା ସିନ୍ଦେଙ୍କ ଯାତ୍ରା ସବୁଦିନ ପାଇଁ ଶେଷ ହୋଇଛି। ପ୍ରଥମ ଶୋ’ରେ ଜେଲର କରଣ କୁନ୍ଦ୍ରାଙ୍କ ସହ କଥା କଟାକଟି ନେଇ ଅଭିନେତା ଚେତନ ହଂସରାଜଙ୍କୁ ମଧ୍ୟ 'Lock Upp'ରୁ ବାହାର କରିଦିଆଯାଇଛି। 

ଚଳିତ ସପ୍ତାହରେ 'Lock Upp'ରୁ ଦୁଇ ଜଣ ପ୍ରତିଯୋଗୀଙ୍କୁ ବାହାର କରିଦିଆଇଛି। କଙ୍ଗନା ରଣାୱତ (Kangana Ranaut) ପୂର୍ବରୁ କହିଥଲେ, 'ଏହି ଶୋ' ହେଉଛି ମୋର, ଏଠାରେ କୌଣସି ପ୍ରକାରର ଅସଦାଚରଣକୁ ବରଦାସ୍ତ କରାଯିବ ନାହିଁ।' ଏହାସତ୍ତ୍ୱେ ସାଇଶା ସିନ୍ଦେ, କଙ୍ଗନାଙ୍କ ସହ ଝଗଡ଼ା କରିଥିଲେ। ଯାହା ସାଇଶାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ତାଙ୍କର ଏପରି ଅସଦାଚରଣ ହେତୁ ତାଙ୍କୁ 'Lock Upp'ରୁ ହଟାଇ ଦିଆଯାଇଛି। 

Also Read: The Kashmir Files ପରେ ପରଦାରେ ୩୨,୦୦୦ ଝିଅଙ୍କ ଉପରେ ଆଧାରିତ ଲୋମହର୍ଷଣକାରୀର ସତ କାହାଣୀ

କରଣବୀର ବୋହରା ଏବଂ ସାଇଶା ସିନ୍ଦେଙ୍କୁ ପ୍ରଶ୍ନର ସମ୍ମୁଖୀନ ହେବାକୁ କଙ୍ଗନା ରଣାୱତ ଡାକିଥିଲେ। 'Lock Upp' (ଜେଲ) ଭିତରେ ଥିବା ବେଳେ ଅନୁପଯୁକ୍ତ ଆଚରଣ ଏବଂ ଅପବ୍ୟବହାର ଅଭ୍ୟାସ ନେଇ କଙ୍ଗନା, ସାଇଶାଙ୍କୁ ପ୍ରଶ୍ନ କରିଥିଲେ। ତେବେ ସାଇଶା କେବଳ ଶୋ’ର ନିର୍ମାତା କିମ୍ବା ତାଙ୍କ ପ୍ରତିନିଧିଙ୍କୁ ଉତ୍ତର ଦେବେ ବୋଲି କହିଥିଲେ। ଏହା ଏକ ପ୍ରକାର ଚାପଗ୍ରସ୍ତ ଖେଳ ବୋଲି ମଧ୍ୟ ସାଇଶା କହିଥିଲେ। ଏହା ପରେ କଙ୍ଗନା ରଣାୱତ ଏବଂ ସାଇଶା (Saisha Shinde) ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି କାରଣରୁ କଙ୍ଗନା ମଧ୍ୟ କିଛି ସମୟ ପାଇଁ ସାଇଶାଙ୍କ ଉପରେ ରାଗି ଯାଇଥିଲେ।
 
ଅଭିନେତ୍ରୀ କଙ୍ଗନା ଓ ସାଇଶାଙ୍କ ମଧ୍ୟରେ ଝଗଡ଼ା ଏତେମାତ୍ରାରେ ବଢ଼ିଯାଇଥିଲା ଯେ କଥା କ୍ଷମା ମଗିବା ଯାଏଁ ପହଞ୍ଚିଥିଲା। କିନ୍ତୁ ସାଇଶା, କଙ୍ଗନାଙ୍କୁ କ୍ଷମା ମାଗିବାକୁ ମଧ୍ୟ ମନା କରିଦେଇଥିଲେ। ଯଦି ଅନେକ ପ୍ରତିଯୋଗୀ ଅଛନ୍ତି ତେବେ ଅନେକ ହୋଷ୍ଟ ମଧ୍ୟ ଅଛନ୍ତି ବୋଲି ସାଇଶା ସିନ୍ଦେ କହିଥିଲେ। ଏହା ଶୁଣିବା ପରେ ରାଗିଯାଇ କଙ୍ଗନା, ସାଇଶାଙ୍କୁ ଶୋ’ରୁ ବାହାର କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପୂର୍ବରୁ ବ୍ୟବହାର ପାଇଁ ଚେତନ ହଂସରାଜଙ୍କୁ ମଧ୍ୟ 'Lock Upp'ରୁ ହଟାଇ ଦିଆଯାଇଥିଲା।