ପ୍ରୀତି ଜିଣ୍ଟାଙ୍କ ଏହି ସ୍ୱପ୍ନକୁ ପୁରା କରିଥିଲେ ୟଶ ଚୋପ୍ରା
Advertisement

ପ୍ରୀତି ଜିଣ୍ଟାଙ୍କ ଏହି ସ୍ୱପ୍ନକୁ ପୁରା କରିଥିଲେ ୟଶ ଚୋପ୍ରା

ପୁଣି ୨୦୦୪ ରେ ଫରହାନ ଅଖତର (Farhan Akhtar) ଙ୍କ ନିର୍ଦ୍ଦେଶିତ "ଲକ୍ଷ୍ୟ " (Lakshya) ରେ ଅମିତାଭଙ୍କ ସହ କାମ କରିଥିଲେ ହେଁ ଏକା ସାଥୀରେ ସେମିତି କୌଣସି ଆଖିଦୃଶିଆ ଦୃଶ୍ୟରେ ସେ ନଜର ଆସିନଥିଲେ । ପୁଣି ଉଦାସ ହୋଇଯାଇଥିଲେ ପ୍ରୀତି ଜିଣ୍ଟା ।

ପ୍ରୀତି ଜିଣ୍ଟାଙ୍କ ଏହି ସ୍ୱପ୍ନକୁ ପୁରା କରିଥିଲେ ୟଶ ଚୋପ୍ରା

ସାଗର ରଥ, ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତରେ ବି ସମସ୍ତଙ୍କର ଥାଏ କିଛି କିଛି ସ୍ବପ୍ନ, ଅଭିଳାଷ । କେହି କେହି ନିଜ ସ୍ୱପ୍ନକୁ ପୁରା କରିବାକୁ ଆଗେଇ ଆସିଥାନ୍ତି । ସେଥିମଧ୍ୟରୁ ବେଶ ଜନପ୍ରିୟ ଚୁଲୁବୁଲି ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କର ବି ଥିଲା ସେମିତି ଏକ ସ୍ବପ୍ନ ଯେ ବଲିଉଡର ମହାନାୟକ ଅମିତାଭ ବଚ୍ଛନଙ୍କ ସହିତ କୌଣସି ଏକ ଚଳଚ୍ଚିତ୍ରରେ ଏକାଠି କାମ କରିବେ । 

୨୦୦୩ ମସିହାରେ ହନି ଇରାନୀଙ୍କ ନିର୍ଦ୍ଦେଶିତ "ଅରମାନ" (Armaan) କରେ ପ୍ରୀତି ଜିଣ୍ଟା ଯେତେବେଳେ ଜାଣିଲେ ଯେ ଅମିତାଭ ବଚ୍ଚନଙ୍କ ସହ ତାଙ୍କୁ କାମ କରିବାକୁ ପଡ଼ିବ, ନେଗେଟିଭ ଭୂମିକା ହୋଇଥିବା ସତ୍ତ୍ୱେ ପ୍ରୀତି ସେହି ଫିଲ୍ମର ଅଫରକୁ ସାଇନ କରିଥିଲେ । ସେହି ସିନେମାରେ ଯଦିଓ ପ୍ରୀତି (Preity Zinta) ଙ୍କୁ ନେଗେଟିଭ୍ ଭୂମିକା ପାଇଁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲ ତଥାପି ସେ ଖୁସି ନଥିଲେ। କାର  ତାଙ୍କୁ ବଚ୍ଚନଙ୍କ ସହ କୌଣସି ଦୃଶ୍ୟରେ ଅଭିନୟ କରିବାକୁ ସୁଯୋଗ ମିଳିନଥିଲା ।

Also Read: ICU ରେ ଗାୟକ Bappi Lahiri

ପୁଣି ୨୦୦୪ ରେ ଫରହାନ ଅଖତର (Farhan Akhtar) ଙ୍କ ନିର୍ଦ୍ଦେଶିତ  "ଲକ୍ଷ୍ୟ " (Lakshya) ରେ ଅମିତାଭଙ୍କ ସହ କାମ କରିଥିଲେ ହେଁ  ଏକା ସାଥୀରେ ସେମିତି କୌଣସି ଆଖିଦୃଶିଆ ଦୃଶ୍ୟରେ ସେ ନଜର ଆସିନଥିଲେ । ପୁଣି ଉଦାସ ହୋଇଯାଇଥିଲେ ପ୍ରୀତି ଜିଣ୍ଟା । ପୁଣି ଆସିଲା ୨୦୦୪ରେ ଫିଲ୍ମ "ୱୀର୍ ଜାରା" (Veer-Zaara) ର ପାଳି । ନିର୍ଦ୍ଦେଶକ ଥିଲେ ୟାଶ ଚୋପ୍ରା,  ପ୍ରୀତି ଥିଲେ ମୁଖ୍ୟ ଭୂମିକାରେ, ଆଉ ବିଗ ବି ଥଲେ ଏକ ଗୁରୁତ୍ବପୂର୍ଣ୍ଣ  ଭୂମିକାରେ । 

Also Read: Multiple Myeloma Blood କ୍ୟାନସରରେ ପୀଡ଼ିତ ଅଭିନେତ୍ରୀ ତଥା ସାଂସଦ କିରଣ ଖେର

ପ୍ରୀତି ନିଜର ଦୁଃଖ ସମ୍ଭାଳିନପାରି ନିର୍ଦ୍ଦେଶକ ୟାଶ (Yash Chopra) ଙ୍କୁ ଅନୁରୋଧ କଲେ ଯେ, ଅମିତାଭଙ୍କ ସହ କିଛି ଲମ୍ବା ଦୃଶ୍ୟ ରଖିବା ପାଇଁ।  ୟଶ ଚୋପ୍ରା ତାଙ୍କ ବିଶାଳ ହୃଦୟରେ ଅନୁରୋଧ ରକ୍ଷା କରିଥିଲେ, ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଅମିତାଭ (Amitabh Bachchan), ପ୍ରୀତିଙ୍କୁ ସାଇକେଲ ରେ ବସେଇ ନେବାର ଦୃଶ୍ୟ ଥିଲା । ତେବେ ପ୍ରୀତିଙ୍କର ଅନୁରୋଧ ରକ୍ଷା ପାଇଁ ଏହି ଗୀତ ଦୃଶ୍ୟକୁ ତିନି ଦିନ ଧରି ସୁଟିଂ କରାଇଥିଲେ ୟଶ ଚୋପ୍ରା । ସେପଟେ ଗୀତ ଟି ମଜାଦାର ହୋଇଥିବା ବେଳେ ନିଜ ସ୍ୱପ୍ନ ସାକାର ହୋଇଥିବାରୁ ପ୍ରୀତି ବି ବେଶ ଖୁସ ।

ଏହାପରେ ଅମିତାଭଙ୍କ ସହ ଅନେକ ସିନେମାରେ ଅଭିନୟ କରିଥିଲେ ମଧ୍ୟ 'ୱୀର୍ ଜାରା'  (Veer-Zaara) ର ଏହି ଅନୁଭୂତି ଆଜି ବି ପ୍ରୀତି ବେଶ ଖୁସିରେ ବଖାଣନ୍ତି। 

Edited: Zee Odisha Desk