Guru Gochar 2024: ବୃହସ୍ପତିଙ୍କ ପ୍ରଭାବ, ୫ଦିନ ପରେ ଚମକିବ ୩ଟି ରାଶିର ଭାଗ୍ୟ
Advertisement
Article Detail0/zeeodisha/odisha2304806

Guru Gochar 2024: ବୃହସ୍ପତିଙ୍କ ପ୍ରଭାବ, ୫ଦିନ ପରେ ଚମକିବ ୩ଟି ରାଶିର ଭାଗ୍ୟ

Guru Gochar 2024: ଜୁନ୍ ୨୮ ଶୁକ୍ରବାର ଦିନ ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଅର୍ଥାତ ରାତି ୨ଟା୫୩ରେ ନକ୍ଷତ୍ର ପରିବର୍ତ୍ତନ କରିବେ । ଯଦିଓ ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିକୁ ପ୍ରଭାବିତ କରିବ ତଥାବି ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଏହି ଚଳନ ଶୁଭଫଳ ପ୍ରଦାନ କରିବ ।

Guru Gochar 2024: ବୃହସ୍ପତିଙ୍କ ପ୍ରଭାବ, ୫ଦିନ ପରେ ଚମକିବ ୩ଟି ରାଶିର ଭାଗ୍ୟ

Guru Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବୃହସ୍ପତିଙ୍କୁ ଶୁଭ ଗ୍ରହ ଭାବେ ବିବେଚନା କରାଯାଇଛି । ବୃହସ୍ପତି ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି । ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡ଼ିଥାଏ । ବର୍ତ୍ତମାନ ଦେବଗୁରୁ ଚନ୍ଦ୍ରଙ୍କ ନକ୍ଷତ୍ର ରୋହିଣୀର ପ୍ରଥମ ସ୍ଥିତିରେ ଅବସ୍ଥିତ । ଜୁନ୍ ୨୮ ଶୁକ୍ରବାର ଦିନ ବ୍ରହ୍ମ ମୁହୂର୍ତ୍ତ ପୂର୍ବରୁ ଅର୍ଥାତ ରାତି ୨ଟା୫୩ରେ ନକ୍ଷତ୍ର ପରିବର୍ତ୍ତନ କରିବେ । ଯଦିଓ ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶିକୁ ପ୍ରଭାବିତ କରିବ ତଥାବି ୩ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଏହି ଚଳନ ଶୁଭଫଳ ପ୍ରଦାନ କରିବ ।

ରୋହିଣୀ ନକ୍ଷତ୍ରରେ ବୃହସ୍ପତିଙ୍କ ଚଳନ ପ୍ରଭାବ

ମେଷ ରାଶି
ଆପଣଙ୍କ ବ୍ୟକ୍ତିତ୍ୱରେ ନୂଆ ଚମକ ଆସିବ । ନିଜ ମଧ୍ୟରେ ଆତ୍ମବିଶ୍ୱାସ ବଢିବ । ଛାତ୍ରମାନଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଆପଣଙ୍କର ଯୋଗାଯୋଗ ଦକ୍ଷତା ମଧ୍ୟ ଉନ୍ନତ ହେବ । ବ୍ୟବସାୟ କରୁଥିବା ବ୍ୟକ୍ତି ବହୁତ ଲାଭ ପାଇବାର ସମ୍ଭାବନା ରହିଛି । ବିବାହିତ ଜୀବନରେ ସାଥୀଙ୍କ ସହିତ ସମ୍ପର୍କ ମଧୁର ହେବ ।  ଅର୍ଥ ଉପାର୍ଜନ ଅଧିକ ହେବ । ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇପାରେ । ଅବିବାହିତ ବ୍ୟକ୍ତିଙ୍କର ବିବାହ ସମ୍ଭାବନା ରହିଛି । ବ୍ୟବସାୟୀମାନେ ବ୍ୟବସାୟରୁ ଭଲ ଲାଭ ପାଇବେ। ସହଭାଗୀତା ବ୍ୟବସାୟରେ ବିଶେଷ ଅଗ୍ରଗତି ହେବ ।

କର୍କଟ ରାଶି
ଆପଣଙ୍କ ନୂଆ କାର୍ଯ୍ୟ ଫଳପ୍ରଦ ହେବ । ଧନ ପ୍ରାପ୍ତିର ଯୋଗ ରହିଛି । ଆପଣ ହଠାତ୍ ଟଙ୍କା ପାଇପାରନ୍ତି । ବ୍ୟକ୍ତିତ୍ୱର ବିକାଶ ହେବ । ବ୍ୟବସାୟୀମାନେ ଭଲ ଲାଭ କରିବାର ସମ୍ଭାବନା ଅଛି । ଋଣ ପରିଷୋଧ କରିବେ । କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଏବଂ ଟଙ୍କା ପ୍ରାପ୍ତି ହେବ । ଅଭିଜ୍ଞତା ଆଧାରରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ପାରିବାରିକ ଜୀବନ ଖୁସିରେ କଟିବ । ସ୍ୱାସ୍ଥ୍ୟ ଭଲ ରହିବ ।

ତୁଳା ରାଶି
ରୋହିଣୀ ନକ୍ଷତ୍ରରେ ବୃହସ୍ପତି ଚଳନ ଆପଣଙ୍କ ପାଇଁ ଲାଭଦାୟକ ଫଳାଫଳ ପ୍ରଦାନ କରିବ । ଆୟରେ ଅହେତୁକ ବୃଦ୍ଧି ହେବାର ସମ୍ଭାବନା ରହିଛି । ଅର୍ଥ ପ୍ରାପ୍ତି କରିବାର ସମୟ ଆସିଛି । କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନରେ ସକରାତ୍ମକ ପ୍ରଭାବ ରହିବ । ବିଦେଶ ଭ୍ରମଣ କରିବାର ସମ୍ଭାବନା ରହିଛି । ବିନିଯୋଗ ପାଇଁ ଏହା ଭଲ ସମୟ । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ଜୁନ ୨୩ରେ ତ୍ରିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ରାଶିର ଭାଗ୍ୟ ଉଜ୍ୱଳ