Horoscope of 4th November 2022: ସମ୍ପର୍କରେ ତିକ୍ତତା ଆସିପାରେ, ଗୃହକୁ ବନ୍ଧୁ ଆଗମନ ହେବ
Advertisement
Article Detail0/zeeodisha/odisha1424283

Horoscope of 4th November 2022: ସମ୍ପର୍କରେ ତିକ୍ତତା ଆସିପାରେ, ଗୃହକୁ ବନ୍ଧୁ ଆଗମନ ହେବ

Horoscope of 4th November 2022: ଜମିଜମାରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ । ଆଜି ସ୍ୱାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ ।

Horoscope of 4th November 2022: ସମ୍ପର୍କରେ ତିକ୍ତତା ଆସିପାରେ, ଗୃହକୁ ବନ୍ଧୁ ଆଗମନ ହେବ

Horoscope of 4th November 2022, ମେଷ: ଆଜି ପିଲାମାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ । ଭଲ ସମ୍ପର୍କ ରହିଥିôବା ବନ୍ଧୁଟି ପରିସ୍ଥିତି ଚାପରେ ପଡି ଦୂରେଇଯିବା କାରଣରୁ ମନରେ ଅସ୍ଥିରତା ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ । ଜମିଜମାରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ ।

ବୃଷ: ଆଜି ସ୍ୱାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି । ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ । ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ । ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ ।

ମିଥୁନ: ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ବ୍ୟବସାୟରେ ଅଗ୍ରଗତି ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

 କର୍କଟ: ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ ।

Also Read: ଆପଣଙ୍କୁ ମିଳିଛି କି ଜିଓ 5G ୱେଲକମ୍ ଅଫର, ଏପରି ସହଜ ଉପାୟରେ କରନ୍ତୁ ରେଜିଷ୍ଟ୍ରେସନ

ସିଂହ: ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ । ହଠାତ୍ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି ।

କନ୍ୟା: ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟସାଧନ କରିବେ । ଆଜି ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ  

ତୁଳା: ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ । ସ୍ୱାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ । ଅଯଥା କଥାରେ ରାଗନ୍ତୁ ନାହିଁ; ନଚେତ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ । ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ ।

ବିଛା: ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ ରହିବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ । ଦୂରଯାତ୍ରା ସଫଳ ହେବ ।

Also Read: ଶ୍ରୀମନ୍ଦିରରେ ଆରମ୍ଭ ପଞ୍ଚୁକ ନୀତି, ପାଞ୍ଚଦିନରେ ପାଞ୍ଚୋଟି ବେଶ ହେବେ ଶ୍ରୀଜିଉ

ଧନୁ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ  କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।  

ମକର: ହସ ଖୁସିର ଦିନ ଅତିବାହିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବ । ସନ୍ତାନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ଖୁସି ପ୍ରଦାନ କରିବ ।

କୁମ୍ଭ: ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ । ପ୍ରତ୍ୟେକଟି କାର୍ଯ୍ୟକୁ ସଫଳ ରୂପାୟନ ଦେବେ ।

ମୀନ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ । ମନ ପ୍ରଫୁଲ୍ଲ୍ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ଗୃହକୁ ବନ୍ଧୁ ଆଗମନ ହୋଇପାରେ ।