Mangal Gochar 2024: କୁମ୍ଭ ରାଶିରେ ହେବ ମଙ୍ଗଳ ଚଳନ, ଏହି ୪ ରାଶିର ଲୋକେ ହେବେ ଧନୀ
Advertisement
Article Detail0/zeeodisha/odisha2073357

Mangal Gochar 2024: କୁମ୍ଭ ରାଶିରେ ହେବ ମଙ୍ଗଳ ଚଳନ, ଏହି ୪ ରାଶିର ଲୋକେ ହେବେ ଧନୀ

Mars Transit In Aquarius: ମାର୍ଚ୍ଚରେ ମଙ୍ଗଳ କୁମ୍ଭ ରାଶିରେ ପ୍ରବେଶ କରିବେ । ଏହି ସଂଯୋଗ ସମସ୍ତ ୧୨ଟି ରାଶିକୁ ପ୍ରଭାବିତ କରିବ । ମଙ୍ଗଳ ଗ୍ରହର ଏହି ରାଶି ପରିବର୍ତ୍ତନ ଦ୍ୱାରା କେଉଁ ରାଶିକୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

Mangal Gochar 2024: କୁମ୍ଭ ରାଶିରେ ହେବ ମଙ୍ଗଳ ଚଳନ, ଏହି ୪ ରାଶିର ଲୋକେ ହେବେ ଧନୀ

Mangal Gochar 2024: ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହର ଅତ୍ୟନ୍ତ ଗୁରୁତ୍ୱ ରହିଛି । ମଙ୍ଗଳ ଗ୍ରହକୁ ଶକ୍ତି, ସଫଳତା, ସାହସ, ଭୂମି, ଭାଇ ଇତ୍ୟାଦିର କାରକ ଭାବରେ ବିବେଚନା କରାଯାଏ । ଚଳିତ ବର୍ଷ ମାର୍ଚ୍ଚ ମାସରେ ମଙ୍ଗଳ ମକର ରାଶିରୁ କୁମ୍ଭ ରାଶିକୁ ଚଳନ କରିବେ । ଏହି ରାଶି ପରିବର୍ତ୍ତନ ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନକୁ ପ୍ରଭାବିତ କରିବ । କିଛି ରାଶିର ବ୍ୟକ୍ତିଙ୍କୁ ଏହି ଚଳନ ଲାଭ ଦେବା ସମୟରେ କିଛି ରାଶିର ଲୋକଙ୍କ ପାଇଁ ଚିନ୍ତାର କାରଣ ହେବ । ଆଜି ଆପଣଙ୍କୁ ଜଣାଇବୁ ମଙ୍ଗଳ ଚଳନ ଦ୍ୱାରା କେଉଁସବୁ ରାଶିର ବ୍ୟକ୍ତି ଲାଭବାନ ହେବେ ।

କନ୍ୟା
କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ମଙ୍ଗଳଙ୍କ ଚଳନ ସୁଖପ୍ରଦ ହେବ । ଧନ ଏବଂ ସୌଭାଗ୍ୟ ବୃଦ୍ଧି ହେବ । ପୂର୍ବରୁ କରିଥିବା ଋଣରୁ ମୁକ୍ତି ପାଇବେ । ଶତ୍ରୁମାନେ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ । କୋର୍ଟ କଚେରୀ ମାମଲାରେ ଆପଣ ସଫଳତା ପାଇବେ । ବ୍ୟବସାୟରେ ବୃଦ୍ଧି ହେବ ।

କୁମ୍ଭ
କୁମ୍ଭ ରାଶିର ବ୍ୟକ୍ତିବିଶେଷମାନେ ମଧ୍ୟ ମଙ୍ଗଳ ଚଳନରୁ ଉପକୃତ ହେବେ । ପୂର୍ବ ଅପେକ୍ଷା ଆୟ ଯଥେଷ୍ଟ ବୃଦ୍ଧି ପାଇବ । ଆପଣଙ୍କ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିବ । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ସାହସ ଏବଂ ଧର୍ଯ୍ୟ ଶକ୍ତି ବଢିବ । ଆପଣ ସମସ୍ତ ପ୍ରକାର ଅସୁବିଧାର ମୁକାବିଲା କରିବାକୁ ସମର୍ଥ ହେବେ । ନୂତନ ଚାକିରି ପାଇଁ ସୁଯୋଗ ରହିଛି ।

ମେଷ
ମଙ୍ଗଳ ଗ୍ରହର ଚଳନ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁଭଦାୟକ ହେବ। ନୂତନ ଚାକିରି ମିଳିବାର ସମ୍ଭାବନା ରହିଛି । ଜୀବନଶୈଳୀରେ ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ହେବ । ଏହି ସମୟ ଛାତ୍ରମାନଙ୍କ ପାଇଁ ବେଶି ଅନୁକୂଳ ହେବ ।

ବୃଷ
ମଙ୍ଗଳ ଚଳନରୁ ବୃଷରାଶିର ବ୍ୟକ୍ତି ଲାଭବାନ ହେବେ । ଚାକିରିରେ ପଦୋନ୍ନତି ଏବଂ ଆର୍ଥିକ ଲାଭର ସମ୍ଭାବନା ଅଛି । କ୍ୟାରିୟର ସମ୍ବନ୍ଧରେ ଆପଣଙ୍କୁ ଭଲ ଖବର ମିଳିବ । କଠିନ ପରିଶ୍ରମ କାରଣରୁ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବାର ସୌଭାଗ୍ୟ ମିଳିବ ।

ସୂଚନା- ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- କେନାଲରୁ ମିଳିଲା ନବଜାତ ଶିଶୁର ମୃତଦେହ

Also Read- Ayodhya Ram Mandir: ଅଯୋଧ୍ୟାକୁ ଅଧିକ ଭକ୍ତିମୟ କଲେ ସୋନୁ ନିଗମ, ଶଙ୍କରଙ୍କ ସହ ଅନୁରାଧା