Advertisement
Photo Details/zeeodisha/odisha2383456
photoDetails0hindi

Chandra Gochar 2024: ୧୫ ଅଗଷ୍ଟରୁ ବଦଳିଯିବ ୨ରାଶିର ଭାଗ୍ୟ, ପ୍ରତ୍ୟକ କାମରେ ମିଳିବ ସଫଳତା

Chandra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଙ୍କୁ ମନର କାରକ ଭାବରେ ବର୍ଣ୍ଣନା କରାଯାଇଛି । ରାଶିରେ ଚନ୍ଦ୍ରଙ୍କ ସ୍ଥିତି ମଜବୁତ ଥିଲେ ବ୍ୟକ୍ତି ସର୍ବଦା ଖୁସିରେ ରୁହନ୍ତି । ଏଥିସହ ଅଧିକାଂଶ କାର୍ଯ୍ୟରେ ସଫଳତା ମିଳିଥାଏ ।

1/5

Chandra Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ର ୧୫ ଅଗଷ୍ଟ ଅର୍ଥାତ୍ ଶ୍ରାବଣ ମାସର ଶେଷ ଗୁରୁବାର ଦିନ ରାଶି ପରିବର୍ତ୍ତନ କରିବେ । ସ୍ୱାଧିନତା ଦିବସ ଦିନ ବିଛା ରାଶିରୁ ବାହାରି ଦ୍ୱିପହର ୧୨ଟା୫୨ ରେ ଧନୁ ରାଶିରେ ଚଳନ କରିବେ ଚନ୍ଦ୍ର । 

2/5

ଧନୁ ରାଶିରେ ଚଳନ ପରେ ୧୭ ଅଗଷ୍ଟରେ ଚନ୍ଦ୍ର ଭଗବାନ ମକର ରାଶିରେ ଚଳନ କରିବେ ।

3/5

ବିଛା ରାଶି ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଆପଣ ବିଶେଷ ଲାଭ ପାଇବେ । ଆପଣଙ୍କ ରାଶିର ଦ୍ୱିତୀୟ ଘରେ ଚନ୍ଦ୍ର ସଞ୍ଚାର କରିବେ । ଏହା କେବଳ ଧନ ବୃଦ୍ଧି କରିବ ନାହିଁ ବରଂ ମାନସିକ ଚାପରୁ ମଧ୍ୟ ଆପଣଙ୍କୁ ମୁକ୍ତି ଦେବ । ସୁଖ ଏବଂ ଖ୍ୟାତି ମଧ୍ୟ ବୃଦ୍ଧି ପାଇବ । ଅଧିକ ଶୁଭଫଳ ପାଇବା ପାଇଁ ୧୫ ଅଗଷ୍ଟ ଦିନ ଗରିବ ଲୋକଙ୍କୁ ଚାଉଳ, ଚିନି, ଲୁଣ ଏବଂ ଧଳା ପୋଷାକ ଦାନ କରିବା ଉଚିତ୍ । ପ୍ରଭୁ ମହାଦେବଙ୍କୁ କଞ୍ଚା କ୍ଷୀରରେ ଅଭିଷେକ କରନ୍ତୁ ଅଧିକ ଶୁଭଫଳ ମିଳିବ ।

4/5

କୁମ୍ଭ ରାଶି ଚନ୍ଦ୍ରଙ୍କ ରାଶି ପରିବର୍ତ୍ତନ ଦ୍ୱାରା ଆପଣ ଉପକୃତ ହେବେ । ଆପଣଙ୍କ ରାଶିର ଏକାଦଶ ଘରେ ଚନ୍ଦ୍ର ଦୃଶ୍ୟମାନ ହେବେ । ପୂର୍ବର ଗ୍ରହ ରାଜକୁମାର ବୁଧ ଏବଂ ଶକ୍ତିର କାରକ ମଙ୍ଗଳ ଗ୍ରହ ଆପଣଙ୍କ ରାଶିରେ ଉପସ୍ଥିତି ରହିଛନ୍ତି । ଫଳରେ ଆପଣଙ୍କୁ ବିଶେଷ ଲାଭ ମିଳିବାକୁ ଯାଉଛି । ଆପଣଙ୍କ ରାଶିର ଆରାଧ୍ୟ ଦେବତା ହେଉଛନ୍ତି ଭଗବାନ ଶିବ ଏବଂ ଶନିଦେବ । ଭଗବାନ ଶିବଙ୍କ କୃପାରୁ ଆପଣଙ୍କ ଖରାପ ସମୟ ଚାଲିଯିବ । ଟଙ୍କା ରୋଜଗାରର ସମ୍ଭାବନା ରହିଛି । ଚନ୍ଦ୍ରଙ୍କ ଆଶୀର୍ବାଦ ପାଇବା ପାଇଁ ଭଗବାନ ଶିବଙ୍କୁ କଞ୍ଚା କ୍ଷୀରରେ ଅଭିଷେକ କରନ୍ତୁ । ଏଥିସହ ଶନି ଭଗବାନ ଶନିଙ୍କୁ ମଧ୍ୟ ପ୍ରିୟ ଜିନିଷ ଦେଇ ପୂଜା କରନ୍ତୁ ।

5/5

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)