Advertisement
Photo Details/zeeodisha/odisha2403258
photoDetails0hindi

Family Horoscope Today: କେଉଁ ବ୍ୟକ୍ତିଙ୍କ ପାରିବାରିକ ଜୀବନରେ ଆସିବ ଉନ୍ନତି ? ଜାଣନ୍ତୁ

Family Horoscope Today: ଆମେ ଆପଣଙ୍କୁ ୫ଟି ରାଶି ବିଷୟରେ କହିବୁ ଯେଉଁମାନଙ୍କ ପାରିବାରିକ ଜୀବନ ସୁଖମୟ ହେବାକୁ ଯାଉଛି 

 

1/5

ମେଷ ରାଶି

ଆପଣଙ୍କ ପରିବାର ସଦସ୍ୟଙ୍କ ସହ ସାମାନ୍ୟ ମନୋମାଳିନ୍ୟ ହୋଇପାରେ । କିନ୍ତୁ ସନ୍ଧ୍ୟା ସୁଦ୍ଧା ସମସ୍ୟାର ସମାଧାନ ହୋଇଯିବ । ରାତ୍ରୀରେ ସମସ୍ତେ ଏକାଠି ଭୋଜନ କରିପାରିବେ । ପରିବାର ସଦସ୍ୟଙ୍କୁ ଆପଣ ଆର୍ଥିକ ସହଯୋଗ କରିବେ ।

2/5

ବୃଷ ରାଶି

ଆପଣଙ୍କ ପରିବାରରେ ଆଜି ହସ ଖୁସିର ଲହରୀ ଦେଖିବାକୁ ମିଳିବ । ପରିବାର ସଦସ୍ୟଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି । ଘରେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ ହେବ । ଆପଣଙ୍କ ସହ କାହାକ ମନୋମାଳିନ୍ୟ ଥିଲେ ତାହା ଦୂର ହୋଇଯିବ ।

3/5

ସିଂହ ରାଶି

ଆପଣଙ୍କ ସହ ପରିବାର ସଦସ୍ୟ ଦୂରଯାତ୍ରା କରିବାର ସମ୍ଭାବନା ରହିଛି । ଘରର ଦାୟିତ୍ୱ ଆପଣଙ୍କ ମୁଣ୍ଡରେ ରହିବ । ମାପିଚୁପି ଚଳିବାର ଦିନଟିଏ । ଖର୍ଚ୍ଚ ଅଧିକ ହେଲେ ମଧ୍ୟ ଆୟର ମାତ୍ରା ଅଧିକ ହେବ ।

4/5

ତୁଳା ରାଶି

ଆପଣଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବା କାରଣରୁ ଆପଣଙ୍କୁ ପରିବାର ସଦସ୍ୟଙ୍କ ଭଲପାଇବା ମିଳିବ । ପରିବାରରେ ଏକ ବିଶେଷ ପୂଜା ହୋଇପାରେ । ଘର ସାଜସଜାରେ ଟଙ୍କା ଖର୍ଚ୍ଚ କରିବେ ।

5/5

କୁମ୍ଭ ରାଶି

ଆପଣଙ୍କ ପାରିବାରିକ ଜୀବନ ସୁଖମୟ ହେବ । ବିଶେଷ କରି ବୈବାହିକ ଜୀବନରେ ଆପଣଙ୍କୁ ପରିବାର ସଦସ୍ୟଙ୍କ ସମର୍ଥନ ମିଳିବ । ରୋଗରୁ ଆରୋଗ୍ୟ ଲାଭ କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)