Advertisement
Photo Details/zeeodisha/odisha2390916
photoDetails0hindi

Grah Gochar: ମଙ୍ଗଳ, ବୁଧ ଏବଂ ଶୁକ୍ରଙ୍କ ଗତିବିଧି ପ୍ରଭାବ, ୩ ରାଶିର ଭାଗ୍ୟ ଉଜ୍ୱଳ

Grah Gochar: ମଙ୍ଗଳ, ବୁଧ ଏବଂ ଶୁକ୍ରଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ଟି ରାଶିର ବ୍ୟକ୍ତିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବାକୁ ଯାଉଛି । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟବାନ ।

1/5

ମେଷ ରାଶି ମଙ୍ଗଳ, ଶୁକ୍ର ଏବଂ ବୁଧଙ୍କ ଚଳନ ପ୍ରଭାବରୁ ଆପଣଙ୍କୁ ଶୁଭଫଳ ମିଳିବ । ଏହି ସମୟ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ଚାକିରି କ୍ଷେତ୍ରରେ ଅଗ୍ରଗତି ସହିତ ବ୍ୟବସାୟରେ ଅଧିକ ଲାଭ ହେବ । ଆର୍ଥିକ ସ୍ଥିତି ଦୃଢ ହେବା ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଏହି ସମୟ ମଧ୍ୟରେ ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ ।

2/5

ମିଥୁନ ରାଶି ଆପଣଙ୍କ ପାଇଁ ମଙ୍ଗଳ, ଶୁକ୍ର ଏବଂ ବୁଧଙ୍କ ଚଳନ ଲାଭଦାୟକ ପ୍ରମାଣିତ ହେବ। ଏହି ସମୟ ମଧ୍ୟରେ ଆପଣ ଶୁଭ ଫଳାଫଳ ପାଇବେ । କ୍ୟାରିୟରରେ ଅଗ୍ରଗତି ହେବ ଏବଂ ନୂତନ ସୁଯୋଗ ମିଳିବ । ପ୍ରେମ ଜୀବନରେ ମଧୁରତା ଭରିଯିବ । ପାରିବାରିକ ଜୀବନ ଖୁସିରେ କଟିବ । ଯଦି ଆପଣ ଚାକିରୀ ଖୋଜୁଛନ୍ତି ତେବେ ଏହି ସମୟ ମଧ୍ୟରେ ଆପଣ କିଛି ଭଲ ଖବର ପାଇପାରନ୍ତି ।

3/5

ସିଂହ ରାଶି ଆପଣଙ୍କ ପାଇଁ ଏହି ସମୟ ଆର୍ଥିକ ଲାଭ ପ୍ରଦାନ କରିବ । ବ୍ୟବସାୟରେ ଅଭିବୃଦ୍ଧି ହେବ । ବିନିଯୋଗରୁ ଆପଣ ଭଲ ଲାଭ ପାଇବେ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରହିବ । ମଙ୍ଗଳ, ଶୁକ୍ର ଏବଂ ବୁଧଙ୍କ ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଏହି ସମୟ ମଧ୍ୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ପୈତୃକ ସମ୍ପତ୍ତିରୁ ଆପଣ ଲାଭ ପାଇବାର ସମ୍ଭାବନା ରହିଛି ।

4/5

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)