winter Morning Walk:ସୁସ୍ଥ ଶରୀର ପାଇଁ ଅନେକ ଲୋକ ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ଯିବାକୁ ପସନ୍ଦ କରନ୍ତି। ଶୀତଦିନେ ନିଜର ଅଭ୍ୟାସ ଛାଡି ନିକଟସ୍ଥ ପାର୍କ କିମ୍ବା କୌଣସି ଖାଲି ସ୍ଥାନରେ ସକାଳେ ମର୍ଣ୍ଣିଂ ୱାକରେ ଅଧିକାଂଶ ବ୍ୟକ୍ତି ଯିବାର ନଜିର ରହିଛି। ଶୀତଦିନେ ଏହି ଅଭ୍ୟାସ ଆପଣଙ୍କ ପାଇଁ ସମସ୍ୟା ଆଣିଦେଇପାରେ। ସକାଳୁ ଚାଲିବା ଆପଣଙ୍କୁ ସୁସ୍ଥ କରିବା ପରିବର୍ତ୍ତେ ଅସୁସ୍ଥ କରିପାରେ। ବାସ୍ତବରେ ଶୀତଳ ପବନ ଏବଂ ବାୟୁମଣ୍ଡଳର ଆର୍ଦ୍ରତା ଆପଣଙ୍କୁ ଅସୁସ୍ଥ କରିପାରେ। ତେବେ ଏଥିରୁ କିପରି ଦୁରେଇ ରହିବେ ଆସନ୍ତୁ ଜାଣିବା
ଶୀତ ଦିନେ ସକାଳୁ ମର୍ଣ୍ଣିଂ ୱାକ କରିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।
ଶୀତଦିନେ ବଡି ଭୋର ସମୟରୁ ମର୍ଣ୍ଣିଂ ୱାକ ଯିବା ପରିବର୍ତ୍ତେ ସୂର୍ଯ୍ୟକିରଣ ଆସିବା ପରେ ମର୍ଣ୍ଣିଂ ୱାକରେ ଯିବା ଉଚିତ। ସୂର୍ଯ୍ୟକିରଣରେ ଚାଲିବା ସ୍ୱାସ୍ଥ୍ୟ ପାଇଁ ଲା
ଗରମ ପୋଷାକ ପିନ୍ଧି ମର୍ଣ୍ଣିଂ ୱାକରେ ଯିବା ଉଚିତ୍। ଶରୀରର ତାପମାତ୍ରା ବୃଦ୍ଧି ହେତୁ ଆପଣ ଥଣ୍ଡା ଅନୁଭବ କରିବେ ନାହିଁ। ଯାହା ଫଳରେ ଶରୀର ସୁସ୍ଥ ରହିବ।
ମର୍ଣ୍ଣିଂ ୱାକ ସମୟରେ କିମ୍ବା ପରେ ଆଦୌ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଏପରିକି ଥଣ୍ଡା ଖାଦ୍ୟ ଖାଇବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ।
ସକାଳେ ଶିରାରେ କମ୍ ରକ୍ତ ପ୍ରବାହ ହୁଏ, ଯାହା ଚାଲିବା କିମ୍ବା ବ୍ୟାୟାମ କରିବା ସମୟରେ ହୃଦଘାତ କିମ୍ବା ମସ୍ତିଷ୍କ ଆକ୍ରମଣର ସମ୍ଭାବନା ବଢିଯାଇଥାଏ।
ଯଦି ଆପଣଙ୍କର ହୃଦୟ ସମ୍ବନ୍ଧୀୟ ରୋଗ ଅଛି ତେବେ ସକାଳେ ଚାଲନ୍ତୁ ନାହିଁ କିମ୍ବା କୌଣସି ପ୍ରକାର ବ୍ୟାୟାମ କରନ୍ତୁ ନାହିଁ।.
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣ ଯଦି ନିଜ ସ୍ୱାସ୍ଥ୍ୟ ସହ ଜଡିତ କିଛି ପଦକ୍ଷେପ ଗ୍ରହଣ କରୁଛନ୍ତି ତେବେ ପ୍ରଥମେ ବିଶେଷଜ୍ଞଙ୍କ ପରାମର୍ଶ କରିବା ଜରୁରୀ । ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
ट्रेन्डिंग फोटोज़