Advertisement
Photo Details/zeeodisha/odisha2436413
photoDetails0hindi

Lucky Zodiac Sign: ୧୯ ସେପ୍ଟେମ୍ୱରରେ ବିଦ୍ୟା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 19 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପିତୃପକ୍ଷର ଦ୍ୱିତୀୟ ଦିନରେ ସୃଷ୍ଟି ହୋଇଥିବା ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତି ଶୁଭଫଳ ପାଇବେ । ତେବେ କେଉଁ ରାଶିପାଇଁ ଦିନଟି କେମିତି ବିତିବ ଆସନ୍ତୁ ଜାଣିବା ।

1/5

ମେଷ ରାଶି

ଆପଣଙ୍କ ପାଇଁ ଦିନଟି ଏକ ନୂତନ ଆଶାର କିରଣ ଆଣିବ । ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣ ସମସ୍ତ ପ୍ରକାର ସୁଖ ପାଇବେ । ଆପଣଙ୍କ ମନ ଖୁସି ରହିବ । ନିଜ ବିଷୟରେ ଜାଣିବାକୁ ଯଥେଷ୍ଟ ସୁଯୋଗ ପାଇବେ । ଆପଣଙ୍କ କଥାରେ ଅନ୍ୟମାନେ ପ୍ରଭାବିତ ହେବେ । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭଜନକ ଫଳାଫଳ ପାଇବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟରେ ବିନିଯୋଗ କରିବା ପାଇଁ ଦିନଟି ଶୁଭ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରଶଂସା ପାଇବେ । କ୍ୟାରିୟରରେ ଅଗ୍ରଗତି ପାଇଁ ଅନେକ ବଡ଼ ସୁଯୋଗ ପାଇବେ । ଆପଣଙ୍କ କାର୍ଯ୍ୟରେ ପରିବାରର ସମସ୍ତ ସଦସ୍ୟ ପ୍ରଭାବିତ ହେବେ ।

2/5

କର୍କଟ ରାଶି

ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହେବାକୁ ଯାଉଛି । ନିଜ ଖର୍ଚ୍ଚ ନିୟନ୍ତ୍ରଣ କରିବାରେ ସକ୍ଷମ ହେବେ । ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବେ । ଯଦି ଆପଣ ବିନିଯୋଗ କରିବାକୁ ଚାହାଁନ୍ତି ତେବେ ଦିନଟି ଶୁଭ । ହଠାତ୍ କୌଣସି ସୁତ୍ରରୁ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଆପଣ ଭଲ ସଫଳତା ହାସଲ କରିବେ । ବ୍ୟବସାୟ କାର୍ଯ୍ୟରେ ଦୂରଯାତ୍ରା କରିପାରନ୍ତି । କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀଙ୍କଠାରୁ ସମ୍ପୂର୍ଣ୍ଣ ସହାୟତା ପାଇବେ । କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବାରେ ସକ୍ଷମ ହେବେ । ଭାଇମାନଙ୍କ ମଧ୍ୟରେ କୌଣସି ମତଭେଦ ଚାଲିଥିଲେ ତାହାର ସମାଧାନ ହୋଇଯିବ । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ର ସଫଳତା ପାଇପାରନ୍ତି ।

3/5

ସିଂହ ରାଶି

ଦିନଟିରେ ଆପଣ ଶୁଭ ଫଳାଫଳ ପାଇବେ । ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଜୀବନରେ ଚାଲିଥିବା ସମସ୍ତ ସମସ୍ୟାରୁ ମୁକ୍ତି ପାଇବେ । ନୂଆ ସମ୍ପତ୍ତି ଏବଂ ଯାନ କିଣିବାର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟୀମାନେ ବିପୁଳ ଲାଭ ହାସଲ କରିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ନିଜ ଅନୁଯାୟୀ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିବେ । ଜୀବନସାଥୀଙ୍କ ସହ ବୁଝାମଣା ଉତ୍ତମ ରହିବ । ବିଦେଶ ଯିବାକୁ ଇଚ୍ଛା କରୁଥିଲେ ସ୍ୱପ୍ନ ପୂରଣ ହୋଇପାରେ । ସନ୍ଧ୍ୟା ସମୟ ପରିବାର ସଦସ୍ୟଙ୍କ ସହ ବିତାଇବେ ।

4/5

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ଆପଣଙ୍କର ଲୋକପ୍ରିୟତା ବଢିବ । ଧନ ଅର୍ଜନ କରିବେ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିଛି । ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେବ । ନିଜ ବ୍ୟକ୍ତିତ୍ୱର ଉନ୍ନତି ହେବ । ବ୍ୟବସାୟରେ ପୂର୍ବାପେକ୍ଷା ଅଧିକ ଲାଭ ହାସଲ କରିବେ । ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ଶୁଭ । ଜୀବନସାଥୀ ସହିତ ଟଙ୍କା ବିନିଯୋଗ ସମ୍ପର୍କରେ ଆଲୋଚନା କରିବେ । ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ପ୍ରେମ ରହିବ ।

5/5

ଧନୁ ରାଶି

ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦିନଟିଏ । ଆପଣଙ୍କର ପ୍ରତିଟି ଚେଷ୍ଟାରେ ସଫଳତାର ସ୍ୱାଦ ଚାଖିବାର ସୁଯୋଗ ମିଳିପାରେ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ବ୍ୟବସାୟରେ ହଠାତ୍ ଅଧିକ ଲାଭ ଦେଖି ମନ ଖୁସି ହେବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦବୀ ମିଳିବା ସହ ଦରମା ବଢିବାର ସମ୍ଭାବନା ରହିଛି । ଜୀବନସାଥୀ ଆପଣଙ୍କୁ ପ୍ରତିଟି କ୍ଷେତ୍ରରେ ସମର୍ଥନ କରିବେ । ସେୟାର ମାର୍କେଟରୁ ଆପଣ ଲାଭ ପାଇବାର ସମ୍ଭାବନା ରହିଛି । ବନ୍ଧୁଙ୍କ ସହିତ ସନ୍ଧ୍ୟା ସମୟ ବିତାଇ ପାରନ୍ତି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।