Advertisement
Photo Details/zeeodisha/odisha2388560
photoDetails0hindi

Guru Gochar 2024: ଶ୍ରାବଣ ମାସ ସରିବା ମାତ୍ରେ ବଦଳିଯିବ ୫ଟି ରାଶିର ଭାଗ୍ୟ

Guru Gochar 2024: ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣ ମାସ ଶେଷ ହେବାର ଗୋଟିଏ ଦିନ ପରେ ଅର୍ଥାତ ୨୦ ଅଗଷ୍ଟ ୨୦୨୪ ସଂଧ୍ୟା ୫ଟା୨୨ ରେ ଦେବଗୁରୁ ବୃହସ୍ପତି ମୃଗଶିରା ନକ୍ଷତ୍ରରେ ଚଳନ କରିବେ। ଏଠାରେ ୨୮ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିବେ । ତେବେ ବର୍ତ୍ତମାନ ଗୁରୁଦେବ ରୋହିଣୀ ନକ୍ଷତ୍ରରେ ଉପସ୍ଥିତ ଅଛନ୍ତି।

1/5

ମେଷ ରାଶି ବୃହସ୍ପତି ମୃଗଶିରା ନକ୍ଷତ୍ରରେ ପ୍ରବେଶ କାରଣରୁ ଆପଣଙ୍କ ପାଇଁ ନକାରାତ୍ମକ ପ୍ରଭାବ ରହିବ । ଚାକିରି କ୍ଷେତ୍ରରେ ନିଜର ନିଷ୍ପତ୍ତି ନେବାକୁ ଅସମର୍ଥ ଅନୁଭବ କରିବେ। ସହକର୍ମୀଙ୍କ ସାମ୍ନାରେ ଆପଣଙ୍କୁ ଅପମାନିତ ହେବାକୁ ପଡିପାରେ । ଭବିଷ୍ୟତକୁ ନେଇ ଯୁବକମାନେ ଚିନ୍ତିତ ହେବେ । ଯେଉଁଥିପାଇଁ ସେମାନଙ୍କର ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ ।

2/5

ସିଂହ ରାଶି ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ବିଶେଷ ଭଲ ହେବ ନାହିଁ । ଖର୍ଚ୍ଚ ବୃଦ୍ଧି ପାଇବା କାରଣରୁ ବଜେଟ୍ ଅଭାବ ରହିବ । ଟଙ୍କା କାରବାରକୁ ନେଇ ସାଥୀ ସହିତ ବିବାଦ ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧଲୋକଙ୍କୁ ଅସୁବିଧାରେ ପକାଇପାରେ 

 

3/5

ତୁଳା ରାଶି ଏହି ସମୟରେ ନିଜ ବକ୍ତବ୍ୟକୁ ନିୟନ୍ତ୍ରଣ କରିବାକୁ ପଡିବ । ନଚେତ୍ ପିତାଙ୍କ ସହିତ ମତଭେଦ ହୋଇପାରେ । ବ୍ୟବସାୟୀମାନେ ନିଜ କାର୍ଯ୍ୟରେ ଆବଶ୍ୟକୀୟ ଫଳାଫଳ ପାଇବେ ନାହିଁ, ଯେଉଁଥିପାଇଁ ଚିନ୍ତା ବଢିବ ।

4/5

କୁମ୍ଭ ରାଶି ବୃହସ୍ପତିଙ୍କ ନକ୍ଷତ୍ରରେ ପରିବର୍ତ୍ତନ କାରଣରୁ ଆପଣଙ୍କ ସମସ୍ୟା ଅଧିକ ବଢିପାରେ । ବ୍ୟବସାୟରେ ଲାଭ ଅଧିକ ହେବ ନାହିଁ । ଯେଉଁ କାରଣରୁ ବ୍ୟବସାୟୀମାନେ ଚିନ୍ତାରେ ରହିବେ । କୌଣସି ବ୍ୟକ୍ତିଙ୍କ ସହ କଳି ଝଗଡା ହେବାର ସମ୍ଭାବନା ରହିଛି । ଟଙ୍କା ଅଭାବରୁ ଯୁବକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

5/5

ମୀନ ରାଶି ବୃହସ୍ପତିଙ୍କ ଚଳନ କାରଣରୁ ଆପଣଙ୍କ ପ୍ରେମ ଜୀବନରେ ସମସ୍ୟା ଉପୁଜିପାରେ । ସାଥୀଙ୍କ ଖରାପ ସ୍ୱାସ୍ଥ୍ୟ କାରଣରୁ ଆପଣ ଚିନ୍ତିତ ହେବେ । ବ୍ୟବସାୟୀମାନେ ଉଦାସ ହୋଇପାରନ୍ତି । ଆର୍ଥିକ ଅବସ୍ଥା ଖରାପ ହୋଇପାରେ । ତେଣୁ ଜଗି ରଖି ଚଳନ୍ତୁ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)