Advertisement
Photo Details/zeeodisha/odisha2584077
photoDetails0hindi

Weather Update: ଆହୁରି ଥରାଇବ ଜାଡ଼, ଘନ କୁହୁଡି ନେଇ ଏହିସବୁ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଢିବ ଶୀତର ପ୍ରକୋପ। କେତେକ ସ୍ଥାନରେ ୨ ରୁ  ୩ ଡିଗ୍ରୀ ସେଲସିୟସ୍ କମିପାରେ।  ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

 

1/6

୨ ତାରିଖ ଆର୍ଥାତ୍ ଆଜି ରାଉରକେଲା ଓ କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ , ଫୁଲବାଣୀ ଓ ସୁନ୍ଦରଗଡରେ ୯ ଡିଗ୍ରୀ , ବାରିପଦା ଓ ଅନୁଗୁଳରେ ୧୧, କଟକରେ ୧୪ ଓ ଭୁବନେଶ୍ବରରେ ୧୫ ଡିଗ୍ରୀ ରହିପାରେ। 

ALSO READ: Today Horoscope: ଆଜି ଏହି ରାଶିଙ୍କ ସୁଧୁରିବ ଆର୍ଥିକ ସ୍ଥିତି, ଏମାନେ ରୁହନ୍ତୁ ସତର୍କ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

 

Minimum Temperature Forecast #Odisha #weather #OdishaWeather #weatherforecast pic.twitter.com/eZ68S0ycDA

— Meteorological Centre, Bhubaneswar (@mcbbsr) January 1, 2025

 

2/6

 ଦିନକ ପରେ କେତେକ ସ୍ଥାନରେ ପାରଦ ବଢିବ। ୩ ତାରିଖରେ ଭୁବନେଶ୍ବରରେ ୧୬, ରାଉରକେଲାରେ ୧୧ ଡିଗ୍ରୀ ରହିପାରେ। ୩୧ ଡିସେମ୍ବର ରାତିରେ ରାଜ୍ୟର ୧୮ ଟି ସ୍ଥାନରେ ପାରଦ ୧୫ ଡିଗ୍ରୀରୁ କମ୍ ଥିଲା।  

 

3/6

ଆଜି ବିଶେଷକରି, ଅନୁଗୁଳ ଓ କନ୍ଧମାଳରେ ଘନ କୁହୁଡି ହେବାର ଆଶଙ୍କା ରହିଛି। ଏହି ଜିଲ୍ଲା ଗୁଡିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। 

 

4/6

ଭାରତୀୟ ପାଣିପାଗ ବିଭାଗ  ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସାମ୍ଭାବ୍ୟ ବର୍ଷାକପ ନେଇ ପୂର୍ବାନୁମାନ କରିଛି। ଏହି ଆକଳନ କହୁଛି। 

 

5/6

ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତକୁ ଛାଡି ଦେଲେ ବାକି ସବୁଠି ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ।  ଓଡିଶାରେ ଆଗାମୀ ତିନି ମାସ ଅଧିକ ବର୍ଷା ହୋଇପାରେ। ଜାନୁଆରୀରେ ବି ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।  

6/6

ଏହି ସାମ୍ଭାବ୍ୟ ଚିତ୍ର ଅନୁସାରେ,  ଏଥର ଜାନୁଆରୀରେ ଓଡି଼ଶାରେ ବିଶେଷ ଶୀତ ହେବ ନାହିଁ। ସ୍ବାଭାବିକ ଠାରୁ ଅଧିକ ରହିବ ତାପମାତ୍ରା।  ହେଲେ ଦିନ ତାପମାତ୍ରା ପଶ୍ଚିମ ଓ କେନ୍ଦ୍ରୀୟ ଓଡିଶାରେ କମ୍ ରହିପାରେ। ମାତ୍ର ଉପକୂଳର କିଛି ଅଞ୍ଚଳରେ  ଦିନ ତାପମାତ୍ରା ଅଧିକ ରହିବା ସମ୍ଭାବନା ରହିଛି।