Advertisement
Photo Details/zeeodisha/odisha2418368
photoDetails0hindi

Lucky Zodiac Sign: ୭ ସେପ୍ଟେମ୍ୱରରେ ବ୍ରହ୍ମା ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 7 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସେପ୍ଟେମ୍ୱର ୭ ତାରିଖ ଶନିବାର ଦିନ ସଂଯୋଗ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତିବିଶେଷ ଶୁଭଫଳ ପାଇବେ । ତେବେ ସେହି ରାଶିଗୁଡିକ କିଏ ଆସନ୍ତୁ ଜାଣିବା ।

1/5

ମେଷ ରାଶି

ଗଣେଶ ଚତୁର୍ଥୀ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ । ଭଗବାନ ଗଣେଶଙ୍କ କୃପାରୁ ଆପଣଙ୍କର ସମସ୍ତ ଚିନ୍ତା ଦୂର ହେବ । ଜୀବନରେ ସ୍ଥିର କରିଥିବା ଲକ୍ଷ୍ୟ ପୂରଣ ହୋଇପାରେ । ଚାକିରି କ୍ଷେତ୍ରରେ ଅନ୍ୟ କମ୍ପାନୀରୁ ଅଫର ଆସିପାରେ । ଆପଣଙ୍କ ଦରମା ବୃଦ୍ଧି ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ । ମାନସିକ ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନରେ ସୁଖ ଏବଂ ଶାନ୍ତି ମିଳିବ ।

2/5

କର୍କଟ ରାଶି

ପ୍ରଭୁ ଗଣେଶଙ୍କ କୃପାରୁ ଆପଣଙ୍କ ପାଇଁ ଦିନଟି ବିଶେଷ ଫଳପ୍ରଦ ହେବାକୁ ଯାଉଛି। ଶାନ୍ତିର ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ସକ୍ଷମ ହେବେ । ଆର୍ଥିକ ସାହାଯ୍ୟ କରିବାକୁ ବନ୍ଧୁ ଏବଂ ସମ୍ପର୍କୀୟମାନେ ଆଗେଇ ଆସିବେ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ପିତାମାତାଙ୍କଠାରୁ ପରାମର୍ଶ ନେଲେ ଶୁଭଫଳ ପାଇବେ । କାର୍ଯ୍ୟକ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ରହିବ । ପରିବାରରେ କୌଣସି ମତଭେଦ ଥିଲେ ତାହାର ସମାଧାନ ହେବ ।

3/5

ସିଂହ ରାଶି

ପ୍ରଭୁ ଗଣେଶଙ୍କ ବିଶେଷ ଆଶୀର୍ବାଦ ଆପଣଙ୍କୁ ମିଳିବ । ପୁରୁଣା ବିନିଯୋଗରୁ ଆପଣ ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ରହିଛି । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ପ୍ରତିଯୋଗିତାରେ ଛାତ୍ରମାନେ ସଫଳତା ପାଇବେ । ଟଙ୍କା ସମ୍ବନ୍ଧୀୟ କାର୍ଯ୍ୟରେ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ଅଭିଜ୍ଞ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ । ଯାହା ଆପଣଙ୍କ କ୍ୟାରିୟରରେ ପ୍ରଗତି ପାଇଁ ବାଟ ଖୋଲିବ । ସମାଜରେ ଆପଣଙ୍କୁ ମାନ ସମ୍ମାନ ମିଳିବ । ଜୀବନସାଥୀଙ୍କ ସହିତ ପିଲାମାନଙ୍କର ଭବିଷ୍ୟତ ବିଷୟରେ ଆଲୋଚନା କରିବେ ।

4/5

ତୁଳା ରାଶି

ଗଣେଶ ଚତୁର୍ଥୀ ଆପଣଙ୍କ ପ୍ରଗତିର ବାଟ ଖୋଲିବ । ଧାର୍ମିକ କାର୍ଯ୍ୟକଳାପରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ । ଅନାବଶ୍ୟକ ଖର୍ଚ୍ଚ ଉପରେ ଆପଣଙ୍କ ନିୟନ୍ତ୍ରଣ ରହିବ । ଅଟକି ରହିଥିବା ଟଙ୍କା ଫେରି ପାଇବାର ଦୃଢ ସମ୍ଭାବନା ରହିଛି । କୌଣସି ବ୍ୟକ୍ତିଙ୍କ ସହ ବିବାଦ ଥିଲେ ଦିନଟିରେ ତାହାର ସମାଧାନ ହେବ । ବ୍ୟବସାୟରେ ଭଲ ଲାଭ ପାଇବେ । ଚାକିରି କ୍ଷେତ୍ରରେ କ୍ୟାରିୟରରେ ଅନେକ ପରିବର୍ତ୍ତନ ଆସିବ । କାର୍ଯ୍ୟ କ୍ଷେତ୍ରରେ ଅନେକ ସଫଳତା ହାସଲ କରିବାକୁ ସମର୍ଥ ହେବେ । ପରିବାର ସଦସ୍ୟ ଆପଣଙ୍କ ପରାମର୍ଶ ନେଇ ବିଶେଷ କାର୍ଯ୍ୟ କରିବେ ।

5/5

ଧନୁ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ହେବ । ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ଭଲ ରହିବ । ପରିବାର ସଦସ୍ୟଙ୍କଠାରୁ ଭଲ ଖବର ପାଇବାର ସୂଚନା ଅଛି । ସବୁ ପ୍ରକାରର ଟେନସନରୁ ମୁକ୍ତି ପାଇବେ । ଟଙ୍କା ରୋଜଗାର କରିବା ପାଇଁ ବିଭିନ୍ନ ଉପାୟ ବାହାର କରିବେ । ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହେବେ । ନିଯୁକ୍ତ ବ୍ୟକ୍ତିମାନେ ଦିନଟିରେ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ପାଇବେ । ବ୍ୟବସାୟ କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ଦେଖିବେ । ଜୀବନସାଥୀଙ୍କ ସହିତ କୌଣସି ମତଭେଦ ଥିଲେ ତାହା ଦୂର ହେବ । ବନ୍ଧୁଙ୍କ ଗହଣରେ ସମୟ ବିତିପାରେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଲେନ୍, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।