Advertisement
Photo Details/zeeodisha/odisha2418430
photoDetails0hindi

Lord Ganesh Favorite Zodiac Sign: ଏହି ପାଞ୍ଚ ରାଶି ଉପରେ ସର୍ବଦା ଆଶିର୍ବାଦ ଢାଳି ଥାଆନ୍ତି ଗଣପତି, କ୍ୟାରିୟରରେ ଉନ୍ନତି ସହିତ ବ୍ୟବସାୟରେ ହୋଇଥାଏ...

ଭଗବାନ ଗଣେଶ ଜୀଙ୍କୁ ଅଗ୍ରପୂଜ୍ୟ ଦେବତା କୁହାଯାଇଥାଏ। ଗଣେଶ ଜୀଙ୍କ କୃପାରୁ ଘରେ ଶୁଭ ଫଳାଫଳ ମିଳିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗଣେଶ ଜୀଙ୍କର  ମେଷ ଓ ମକର ରାଶି ସମେତ ୫ ରାଶିର ବ୍ୟକ୍ତି ବିଶେଷ ପ୍ରିୟ ହୋଇ ଥାଆନ୍ତି। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅଗ୍ରପୂଜ୍ୟ ସମସ୍ତ ବିପଦରୁ ରକ୍ଷା କରିଥାଆନ୍ତି। ଗଣେଶ ଚ

1/5

ମେଷ ରାଶି ମେଷ ରାଶିର ବ୍ୟକ୍ତି ବିଶେଷଙ୍କର ସ୍ୱାମୀ ଗ୍ରହ ହେଉଛନ୍ତି ମଙ୍ଗଳ। ଏହି ରାଶିର ବ୍ୟକ୍ତି ବିଶେଷ ଗଣେଶଙ୍କର ଅତି ପ୍ରିୟ ହୋଇଥାଆନ୍ତି। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସମସ୍ତ ସଂକଟରୁ ରକ୍ଷା କରିଥାଆନ୍ତି ଭଗବାନ ଗଣେଶ। ଗଣେଶଙ୍କର କୃପାରୁ ଆପଣଙ୍କ ଜୀବନରେ କେବେ ମଧ୍ୟ ଆର୍ଥିକ ସଂକଟ ଦେଖାଦେବ ନାହିଁ। ଆପଣ ସର୍ବଦା ସୁଖି ରହିବେ। କ୍ୟାରିୟର ଓ ବ୍ୟବସାୟରେ ଉନ୍ନତି ହେବ। ଗଣେଶ ଚତୁର୍ଥୀରେ ଆପଣ ଗୁଡ ଭୋଗ ଲଗାନ୍ତୁ। ଏହିପରି ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ଭୋଗ ଲଗାଇଲେ ଗଣେଶଙ୍କର କୃପା ଲାଭ କରିବେ। 

2/5

ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତି ବିଶେଷ ଗଣେଶଙ୍କର ଅତି ପ୍ରିୟ ହୋଇଥାଆନ୍ତି। ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିଥାଆନ୍ତି ଗଣେଶ। କ୍ୟାରିୟରରେ ଜବରଦସ୍ତ ଉନ୍ନତି ଆସିଥାଏ। ଗଣେଶ ମହାପ୍ରଭୁ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଆନ୍ତି। ଗଣେଶ ଭଗବାନ ଆପଣଙ୍କର ସମସ୍ତ ଇଚ୍ଛାକୁ ପୂରଣ କରିବେ। ତାଙ୍କ କୃପାରୁ ଆପଣଙ୍କୁ ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ମଧ୍ୟ ଲାଭ ମିଳିବ। 

3/5

ବିଛା ରାଶି ବିଛା ରାଶିର ବ୍ୟକ୍ତି ବିଶେଷ ମଧ୍ୟ ଗଣପତିଙ୍କ କୃପା ଲାଭ କରିଥାଆନ୍ତି। ଏହି ରାଶିର ବ୍ୟକ୍ତି ମଧ୍ୟ ଗଣପତିଙ୍କର ପ୍ରିୟ ହୋଇ ଥାଆନ୍ତି। ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ ସାମାନ୍ୟ ଆକ୍ରାମକ ହୋଇଥାଏ।  ଏଭଳି ସ୍ଥିତିରେ ଗଣପତି ତାଙ୍କୁ ଉଗ୍ର ହେବାରୁ ରକ୍ଷା କରିଥାଆନ୍ତି। ଏପରିକି ସମସ୍ତ ସଂକଟ ପରିସ୍ଥିତିରୁ ତାଙ୍କୁ ଉଦ୍ଧାର କରିଥାଆନ୍ତି। ବିପଦ ସମୟରେ ଭଗବାନ ଏହି ରାଶିର ବ୍ୟକ୍ତିଙ୍କ ସାହା ପାଲଟିଥାଆନ୍ତି। ଗଣେଶଙ୍କ କୃପାରୁ ଅଟକି ଥିବା କାର୍ଯ୍ୟ ସମାପ୍ତ ହୋଇଥାଏ। ଗଣେଶ ଚତୁର୍ଥିରେ ମୋତିଚୁର ଲଡୁକୁ ପ୍ରସାଦ ଲଗାଇ ପୂଜାର୍ଚ୍ଚନା କରିପାରିବେ। 

4/5

ମକର ରାଶି ମକର ରାଶିର ସ୍ୱାମୀ ଗ୍ରହ ହେଉଛନ୍ତି ଶନିଦେବ। ସେପଟେ ଏହି ରାଶିର ବ୍ୟକ୍ତି ବିଶେଷ ଗଣେଶଙ୍କର ବିଶେଷ ପସନ୍ଦ ହୋଇଥାଆନ୍ତି। ମକର ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ଗଣପତିଙ୍କର ବିଶେଷ କୃପା ରହିଥାଏ। ଏମାନଙ୍କ ଜୀବନରେ କେବେ ମଧ୍ୟ ଆର୍ଥିକ ସଂକଟ ଆଣିବାକୁ ଦେଇ ନଥାଆନ୍ତି ଗଣପତି ବପ୍ପା। ସମସ୍ତ ମନୋସ୍କାମନା ପୁରଣ କରିଥାଆନ୍ତି ଗଣପତି ବପ୍ପା। ଗଣପତିଙ୍କ ଆଶିର୍ବାଦରୁ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିଥାଆନ୍ତି ଏହି ରାଶିର ବ୍ୟକ୍ତି ବିଶେଷ। 

5/5

କୁମ୍ଭ ରାଶି  କୁମ୍ଭ ରାଶିର ବ୍ୟକ୍ତି ବିଶେଷ ମଧ୍ୟ ଗଣପତିଙ୍କର ପ୍ରିୟ ହୋଇଥାଆନ୍ତି। ଗଣେଶ ଭଗବାନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସର୍ବଦା ଖୁସିରେ ରଖିଥାଆନ୍ତି। ଏପରିକି ସମସ୍ତ ସଂକଟରୁ ମଧ୍ୟ ଏମାନଙ୍କୁ ରକ୍ଷା କରିଥାଆନ୍ତି। କ୍ୟାରିରୟରେ ବଡ଼ ସଫଳତା ହାସଲ କରିବାରେ ମଧ୍ୟ ଗଣପତି ସାହା ହୋଇ ଥାଆନ୍ତି। ବ୍ୟବସାୟରେ ମଧ୍ୟ ବେଶ ଉନ୍ନତି ହୋଇଥାଏ ଗଣପତିଙ୍କ କୃପାରୁ। ଗଣେଶ ଚତୁର୍ଥିରେ ବେସନ ଲଡ୍ଡୁକୁ ପ୍ରସାଦ ଭାବେ ଭୋଗ କରିପାରିବେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।