Advertisement
Photo Details/zeeodisha/odisha2378109
photoDetails0hindi

Lucky Zodiac Sign: ଅଗଷ୍ଟ ୧୧ରେ ଦ୍ୱିପୁଷ୍କର ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 11 August 2024 : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ  ୧୧ ଅଗଷ୍ଟ ରବିବାର ଦିନ ଗଠିତ ଶୁଭ ଯୋଗ ପ୍ରଭାବରେ ୫ଟି ରାଶିର ବ୍ୟକ୍ତି ଉପକୃତ ହେବେ । ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ମେଷ ରାଶି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବାକୁ ଯାଉଛି । ଯାହା ନିଷ୍ପତ୍ତି ନେବେ ସେଥିରେ ଲାଭ ହେବ । ସୂର୍ଯ୍ୟଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କ ମଧ୍ୟରେ ନେତୃତ୍ୱର ଦକ୍ଷତା ବିକାଶ ହେବ । ନିଜ ମଧୁର ବକ୍ତବ୍ୟ ଦ୍ୱାରା ଆପଣଙ୍କ କାର୍ଯ୍ୟକୁ ଅନ୍ୟମାନଙ୍କ ଦ୍ୱାରା ସହଜରେ କରିବାକୁ ସମର୍ଥ ହେବେ । କୌଣସି ସ୍ଥାନରେ ଟଙ୍କା ଅଟକି ଯାଇଥିଲେ ତାହା ଫେରି ଆସିବ । ବ୍ୟବସାୟୀମାନେ ହାରାହାରି ଲାଭଠାରୁ ଅଧିକ ରୋଜଗାର କରିବେ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଇଚ୍ଛା ବଢିବ । ପ୍ରେମ ଜୀବନରେ କୌଣସି ଭୁଲ ବୁଝାମଣା ଥିଲେ ଦୂର ହୋଇଯିବ ।

2/5

ସିଂହ ରାଶି ଆପଣଙ୍କ ପାଇଁ ଦିନଟି ମଜାଦାର ହେବ । ଛାତ୍ରମାନଙ୍କ ପାଇଁ ଉଚ୍ଚଶିକ୍ଷାର ରାସ୍ତା ଖୋଲିବ । ଘରର ବାକି ଥିବା କାମସବୁ ଶେଷ କରିବେ । ଭାଇ ଓ ଭଉଣୀମାନଙ୍କ ସହିତ ସମ୍ପର୍କ ଭଲ ହେବ । ପିତାମାତାଙ୍କୁ ତୀର୍ଥସ୍ଥାନ ବୁଲାଇବାକୁ ଯୋଜନା କରିବେ । ଭାଗିଦାରୀରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ କରିବା ପାଇଁ ଦିନଟି ଶୁଭ । ମନରେ ସମ୍ପୂର୍ଣ୍ଣ ଉତ୍ସାହ ରହିବ । ଘରର ସମସ୍ତ ଦାୟିତ୍ୱକୁ ସଫଳତାର ସହିତ ସମାପ୍ତ କରିବେ । ଆପଣ ଋଣ ନେଇଥିଲେ ତାହାକୁ ପରିଶୋଧ କରିବେ ।

3/5

ଧନୁ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ଜୀବନସାଥୀ ସହିତ ସମୟ ବିତାଇବେ । ବ୍ୟବସାୟକୁ ଅଧିକ ଉଚ୍ଚକୁ ନେବା ଲାଗି ନୂଆ ରଣନୀତି ପ୍ରସ୍ତୁତ କରିବେ । ଅଧିକ ପରିଶ୍ରମୀ ହେବା ସହ ସଫଳତା ପାଇବେ । ପ୍ରେମ ଜୀବନକୁ ବିବାହର ରୂପ ଦେବାକୁ ଯୋଜନା କରିବେ । ଧାର୍ମିକ କାର୍ଯ୍ୟକଳାପରେ ଯୋଗ ଦେବା ସହ ନିଜର ଖ୍ୟାତି ବଢାଇବାରେ ସକ୍ଷମ ହେବେ । ସାଙ୍ଗମାନଙ୍କୁ ଭେଟିବାର ସୁଯୋଗ ପାଇବେ ।

4/5

ମକର ରାଶି ଆପଣଙ୍କ ପାଇଁ ଦିନଟି ଭଲ ଦିନ ହେବାକୁ ଯାଉଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଅଟକି ଯାଇଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । କୌଣସି ସ୍ଥାନରେ ବିନିଯୋଗ କରିବାକୁ ଯୋଜନା କରୁଥିଲେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ନିବେଶ କରନ୍ତୁ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସହିତ ଆପଣଙ୍କର ସମ୍ପର୍କ ସୁଦୃଢ ହେବ । ବ୍ୟବସାୟରୁ ଅଧିକ ଲାଭ ପାଇବାରେ ସଫଳ ହେବ । ପ୍ରତିଯୋଗୀମାନଙ୍କୁ କଠୋର ପ୍ରତିଯୋଗିତା ଦେବେ । ସନ୍ଧ୍ୟାରେ ଖୁସି ଖବର ମିଳିପାରେ ।

5/5

ମୀନ ରାଶି ୧୧ ଅଗଷ୍ଟ ଆପଣଙ୍କ ପାଇଁ ଏକ ଭଲ ଦିନ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜବୁତ ହେବ । ନୂଆ ଯାନ କିମ୍ବା ସମ୍ପତ୍ତି କିଣିବାର ସମ୍ଭାବନା ରହିଛି । ସୂର୍ଯ୍ୟଦେବଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣଙ୍କ କଥା ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । ଯାହା ଆପଣଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଦେଖିବାକୁ ମିଳିବ । ବ୍ୟବସାୟ ବଢାଇବା ପାଇଁ ଆପଣ ପରିବାର ସହିତ ଆଲୋଚନା କରିବେ । ଭାଇ ଓ ଭଉଣୀମାନଙ୍କ ଗୁରୁତ୍ୱପୂର୍ଣ୍ଣ କଥା ସହିତ ଆଲୋଚନା କରିପାରନ୍ତି । ସାମାଜିକ କାର୍ଯ୍ୟରେ ଆଗ୍ରହ ବଢିବ । ବନ୍ଧୁ ଏବଂ ପ୍ରିୟଜନଙ୍କ ସହିତ କୌଣସି ତିକ୍ତତା ଚାଲିଥିଲେ ତାହାର ସମାଧାନ ହୋଇଯିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)