Advertisement
Photo Details/zeeodisha/odisha2287959
photoDetails0hindi

Lucky Zodiac Sign: ୧୧ ଜୁନରେ ରୁଚକ ରାଜଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 11 June 2024: ଜୁନ ୧୧ ମଙ୍ଗଳବାର ଦିନ ମଙ୍ଗଳ ନିଜର ମୂଳ ତ୍ରିକୋଣ ରାଶି ମେଷରେ ଅବସ୍ଥାନ କରିବେ । ଯେଉଁ କାରଣରୁ ଏକ ଆକର୍ଷଣୀୟ ରାଜଯୋଗ ସୃଷ୍ଟି ହେଉଛି । କର୍କଟ ପରେ ଚନ୍ଦ୍ର ସିଂହ ରାଶିରେ ଚଳନ କରିବାକୁ ଯାଉଛନ୍ତି । ଏଥିସହ ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷର ପଞ୍ଚମୀରେ ରୁଚକ ରାଜଯୋଗ ସହ ସବ୍ୟାର୍ଥ ସିଦ୍ଧ ଯୋଗ, ରବି ଯୋଗ ଏବଂ  ଅଶ୍ଲେଶା ନକ୍ଷତ୍ରର ଏକ ଶୁଭ ମିଶ୍ରଣ ହେବାକୁ ଯାଉଛି । ଯେଉଁଥିପାଇଁ ଦିନଟିର ମହତ୍ତ୍ୱ ବୃଦ୍ଧି ପାଇଛି ।

1/5

ମିଥୁନ ରାଶି - ୧୧ ଜୁନ୍ ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଆସନ୍ତାକାଲି ପରିବାର ସଦସ୍ୟଙ୍କଠାରୁ କିଛି ଭଲ ଖବର ପାଇବାର ସମ୍ଭାବନା ରହିଛି । ବିଦେଶୀ ଉତ୍ସରୁ ଲାଭ ପାଇବାର ସମ୍ଭାବନା ଅଛି । ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ନିଜ ପସନ୍ଦର ସ୍ଥାନକୁ ବଦଳି ହୋଇପାରିବେ । ଆୟ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାମାଜିକ କାର୍ଯ୍ୟ କରିବା ଦ୍ୱାରା ସମ୍ମାନ ବୃଦ୍ଧି ହେବ । ନିଯୁକ୍ତ ବ୍ୟକ୍ତିମାନେ ଦିନଟିରେ କାର୍ଯ୍ୟରେ ସଫଳତା ହାସଲ କରିବେ । ବିଦେଶ ଗସ୍ତରେ ଯିବାର ସମ୍ଭାବନା ରହିଛି । ବ୍ୟବସାୟୀମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । କ୍ଷମତା ଦୃଢ ହେବ । ଆପଣଙ୍କୁ ବ୍ୟବସାୟରେ ଭଲ ଲାଭ ମିଳିବ ।

2/5

ତୁଳା ରାଶି- ମଙ୍ଗଳବାର ଆପଣଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ଜୀବନରେ ନୂତନ ଶକ୍ତି ଏବଂ ପ୍ରେରଣା ମିଳିବ । ପ୍ରଭୁ ହନୁମାନଜୀଙ୍କ କୃପା ଆପଣଙ୍କ ଉପରେ ରହିବ । ସମସ୍ତ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । କାର୍ଯ୍ୟରେ ଭଲ ଫଳାଫଳ ପାଇବେ । ବହୁରାଷ୍ଟ୍ରୀୟ କମ୍ପାନୀରୁ ଭଲ ଆୟ କରିପାରନ୍ତି । କ୍ୟାରିୟରରେ ସନ୍ତୁଷ୍ଟତା ମିଳିବ । ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବ । ଯେଉଁ କ୍ଷେତ୍ରରେ ଆପଣ କାର୍ଯ୍ୟ କରୁଛନ୍ତି ସେହି କ୍ଷେତ୍ରରେ ଭଲ ଅଗ୍ରଗତି କରିବେ । ପିଲାମାନଙ୍କଠାରୁ କିଛି ଭଲ ଖବର ପାଇବ । ଜୀବନସାଥୀ ସହିତ ସମ୍ପର୍କ ନିବିଡ ହେବ । ସମ୍ପତ୍ତି କ୍ରୟ କରିବାର ସମ୍ଭାବନା ରହିଛି ।

3/5

ମକର ରାଶି- ଆପଣଙ୍କ ପାଇଁ ଦିନଟି ଏକ ସକରାତ୍ମକ ଦିନ ହେବାକୁ ଯାଉଛି । ସରକାରୀ ଟଙ୍କା ପାଇବାର ସମ୍ଭାବନା ରହିଛି । ବହୁଦିନରୁ ମନରେ ଥିବା ଇଚ୍ଛା ପୂରଣ ହୋଇପାରେ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆପଣଙ୍କର ଆଗ୍ରହ ବୃଦ୍ଧି ପାଇବ । ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ । ନିଯୁକ୍ତ ବ୍ୟକ୍ତିମାନେ କ୍ୟାରିୟରରେ ସକରାତ୍ମକ ଫଳାଫଳ ପାଇବେ । କିଛି ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କ ପରିଚୟ ବୃଦ୍ଧି ପାଇବ । ପିତାମାତାଙ୍କ ସହିତ ସମ୍ପର୍କ ଅନୁକୂଳ ରହିବ । ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ହେବ । ଅବିବାହିତ ଥିଲେ ଆପଣଙ୍କ ଜୀବନରେ ଜଣେ ବିଶେଷ ବ୍ୟକ୍ତିଙ୍କ ଆଗମନ ହୋଇପାରେ ।

4/5

କୁମ୍ଭ ରାଶି - ଆପଣଙ୍କ ପାଇଁ ଦିନଟି ଏକ ଭଲ ଦିନ। ଜୀବନରେ ମାନସିକ ଶାନ୍ତି ପାଇବେ । ପିଲାମାନଙ୍କର ସଫଳତାରେ ଆପଣ ଖୁସି ପ୍ରକଟ କରିବେ । ଘରୁ ବାହାରିବା ସମୟରେ ମାଆ ଏବଂ ବାପାଙ୍କ ଆଶୀର୍ବାଦ ନିଅନ୍ତୁ । ପ୍ରେମ ଜୀବନରେ ଆନନ୍ଦଦାୟକ ଅନୁଭୂତି ରହିବ । ଶୁଭ କାର୍ଯ୍ୟରେ ଦିନଟି ଅତିବାହିତ ହେବ । ବୈବାହିକ ଜୀବନରେ ଜୀବନସାଥୀଙ୍କ ସମର୍ଥନ ରହିବ । କର୍ମକ୍ଷେତ୍ରରେ ଅଗ୍ରଗତି କରିବା ସହ ଲାଭ ପାଇବେ ।

5/5

ମୀନ ରାଶି - ଆପଣଙ୍କ ପାଇଁ ଦିନଟି ଏକ ବିଶେଷ ଦିନ ହେବାକୁ ଯାଉଛି । ସକରାତ୍ମକ ଫଳାଫଳ ଆପଣଙ୍କୁ ମିଳିବ । ଅଧିକାରୀଙ୍କ ସହଯୋଗରେ ଆପଣଙ୍କ ଅନେକ କାର୍ଯ୍ୟ ସମାପ୍ତ ହେବ । ଭାଇଙ୍କ ପରାମର୍ଶରେ କରିଥିବା କାର୍ଯ୍ୟ ସଂପୂର୍ଣ୍ଣ ସଫଳ ହେବ । ନୂତନ ଯାନ ଏବଂ ସମ୍ପତ୍ତି କିଣିବାର ଇଚ୍ଛା ପୂରଣ ହେବ । ପାରିବାରିକ ସଂପର୍କରେ ତିକ୍ତତା ଥିଲେ ତାହାର ସମାଧାନ ହେବ । କର୍ମକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବୃଦ୍ଧି ପାଇବ । ନୂତନ ଚାକିରି ମିଳିବାର ସମ୍ଭାବନା ରହିଛି । ସନ୍ଧ୍ୟାରେ ବନ୍ଧୁଙ୍କ ସହ ସମୟ ବିତାଇବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)