Advertisement
Photo Details/zeeodisha/odisha2466440
photoDetails0hindi

Lucky Zodiac Sign: ଅକ୍ଟୋବର ୧୦ରେ ଲକ୍ଷ୍ମୀ ନାରାୟଣ ଯୋଗର ଶୁଭ ସମକକ୍ଷ, ୫ ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 10 October 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଅକ୍ଟୋବର ୯ ଗୁରବାର ମହାଷ୍ଟମୀ ଦିନ ୫ ଟି ରାଶିର ବ୍ୟକ୍ତିବିଶେଷ ଅତ୍ୟନ୍ତ ଲାଭ ପାଇବେ । 

1/6

ମେଷ ରାଶି

ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି । ଦେବୀ ଦୁର୍ଗାଙ୍କ କୃପା ଆପଣଙ୍କ ଉପରେ ରହିବ । ଟଙ୍କା ରୋଜଗାର କରିବାର ନୂଆ ସୁଯୋଗ ପାଇପାରନ୍ତି । ମହାଷ୍ଟମୀ ଉପବାସ କାରଣରୁ ଘରେ ଧାର୍ମିକ ପରିବେଶ ରହିବ । ପୂରା ପରିବାର ସହିତ ପୂଜା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ବ୍ୟବସାୟରେ ଲାଭ ଉପାର୍ଜନ କରିବାକୁ ସମର୍ଥ ହେବେ । ନିଯୁକ୍ତ ବ୍ୟକ୍ତିମାନେ ସହକର୍ମୀମାନଙ୍କ ସହାୟତାରେ ଅଫିସ୍ କାର୍ଯ୍ୟ ସମାପ୍ତ କରିବେ । ଦୀପାବଳି ଉତ୍ସବ ପାଳନକୁ ନେଇ ଘରେ ଆଲୋଚନା ହୋଇପାରେ । ଘରର ମରାମତି ଏବଂ ସଜାଇବା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇପାରେ । ପ୍ରେମ ଜୀବନରେ ସାଥୀଙ୍କ ସହିତ ଏକ ଧାର୍ମିକ ସ୍ଥାନକୁ ଯାଇପାରିନ୍ତି ।

2/6

କନ୍ୟା ରାଶି

ଆପଣଙ୍କ ପାଇଁ ଏକ ଖୁସିର ଦିନ । ବନ୍ଧୁଙ୍କ ସହିତ ମଜା କରିବାର ସୁଯୋଗ ପାଇବେ । ବାର୍ତ୍ତାଳାପ ସମୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରନ୍ତି । ଅବିବାହିତ ବ୍ୟକ୍ତିଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଜମି ଏବଂ ସମ୍ପତ୍ତିରେ ବିନିଯୋଗ କରିବାକୁ ଚାହୁଁଥିଲେ ଏହି ଦିଗରେ ସଫଳତା ମିଳିବ । ବ୍ୟବସାୟୀମାନେ ଲାଭ ବୃଦ୍ଧି ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ବ୍ୟବସାୟରେ ଭଲ ଲାଭ ମଧ୍ୟ ମିଳିବ । ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀଙ୍କ ସହ ଭଲ ସମ୍ପର୍କ ରହିବ । ଅଫିସରେ ଭଲ ପରିବେଶ ରହିବ । ଦୀର୍ଘ ବିଚାରାଧୀନ ପାରିବାରିକ କାର୍ଯ୍ୟ ଶେଷ ହେବ ।

3/6

ତୁଳା ରାଶି

ଆପଣଙ୍କ ପାଇଁ ଦିନଟି ଲାଭଦାୟକ ସାବ୍ୟସ୍ତ ହେବ । ଦୁର୍ଗା ମାତାଙ୍କ ଆଶୀର୍ବାଦରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ମହାଷ୍ଟାମୀ କାରଣରୁ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଧାର୍ମିକ କାର୍ଯ୍ୟରେ କିଛି ଟଙ୍କା  ଖର୍ଚ୍ଚ କରି ଖୁସିବ୍ୟକ୍ତ କରିବେ । ଜମି କିମ୍ବା ସମ୍ପତ୍ତି କିଣିବାକୁ ତାହୁଁଥିଲେ ଦିନଟି ଶୁଭ । ପିଲାଙ୍କ ଭବିଷ୍ୟତ ପାଇଁ କୌଣସି ବିନିଯୋଗ କରିବାକୁ ଚାହୁଁଥିଲେ ଦିନଟି ଉପଯୁକ୍ତ । ବ୍ୟବସାୟରେ ବିପୁଳ ଲାଭ ପାଇବାର ସମ୍ଭାବନା ଅଛି । ଆପଣଙ୍କର ଖ୍ୟାତି ସବୁଆଡେ ବିସ୍ତାର ହେବ । ପରିବାରର ସମସ୍ତ ସଦସ୍ୟ ଆପଣଙ୍କୁ ସମ୍ମାନ କରିବେ । ଜୀବନସାଥୀଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

4/6

ମକର ରାଶି

ଆପଣଙ୍କ ପାଇଁ ନୂତନ ଆଶାର କିରଣ ଆଣିବ ଦିନଟି । ଆପଣ ଅନେକ ନୂଆ ଲୋକଙ୍କୁ ଜାଣିବାର ସୁଯୋଗ ପାଇବେ । ମହାଷ୍ଟମୀରେ ଧାର୍ମିକ କାର୍ଯ୍ୟରେ ଜଡିତ ହେବେ । ପରିବାର ସଦସ୍ୟଙ୍କ ସହିତ ଦେବୀଙ୍କ ମନ୍ଦିରକୁ ଯିବାର ସୁଯୋଗ ପାଇବେ । ବ୍ୟବସାୟ କ୍ଷେତ୍ରରେ ସ୍ୱପ୍ନ ପୂରଣ ହେବ । ଅର୍ଥନୈତିକ ଅବିବୃଦ୍ଧି ଘଟିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ । ଜୀବନସାଥୀଙ୍କ ସହ ମତଭେଦ ହେଲେ ତାଙ୍କୁ ବୁଜାଇବାରେ ସକ୍ଷମ ହେବେ ।

5/6

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି । ମାତାଙ୍କ କୃପାରୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଆପଣଙ୍କର ଖରାପ ସମୟ ଶେଷ ହେବାକୁ ଯାଉଛି । ବ୍ୟବସାୟରେ ଲକ୍ଷ୍ୟର ନିକଟତର ହେବାରେ ସଫଳ ହେବେ । ପରିବାର ସଦସ୍ୟଙ୍କ ସହିତ ଘରେ ପୂଜା କାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ତିକ୍ତତା ହ୍ରାସ ପାଇବ । ଜୀବନସାଥୀ ସହିତ ସମ୍ପର୍କ ସୁଦୃଢ ହେବ । ଛୋଟ ପିଲାମାନଙ୍କ ସହିତ ସନ୍ଧ୍ୟା ସମୟ ବିତାଇବା ସହ ଖୁସି ପ୍ରକାଶ କରିବେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।